• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପୁଣି ଦେଶରେ ବଢ଼ିଲା କରୋନା ସଂକ୍ରମଣ । ଆଜି ଲଗାତାର ଦ୍ୱିତୀୟ ଦିନରେ ୩ ହଜାର ପାର କରିଛି କୋଭିଡ୍ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୯୫ ଜଣ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ୩୦୧୬ ଥିଲା । ସେହିପରି ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୪୯ ଜଣ ।  ଏହାପରେ ରାଜ୍ୟରେ ଆକଟିଭ୍ କେସ୍ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି । ଗତ କିଛି ଦିନ ଧରି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି ।

ଗତକାଲି ୨୪ ଘଣ୍ଟାରେ ଏକାଥରେ ୪୦% ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । କାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୧୬ କରୋନା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ପ୍ରତିଦିନ ପଜିଟିଭିଟି ରେଟ୍ ୨.୭କୁ ପହଞ୍ଚିଥିବା ବେଳେ ସାପ୍ତାହିକ ହାର ୧.୭୧ ପ୍ରତିଶତକୁ ବୃଦ୍ଧି ପାଇଛି । ବିଶେଷ ଭାବେ ଦିଲ୍ଲୀ, ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ।

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଥିରେ କିପରି ବ୍ରେକ୍‌ ଲାଗିବ, ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ଜରୁରୀ ବୈଠକ ଡାକିଛନ୍ତି ରାଜ୍ୟ ସରକାର । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ବରିଷ୍ଠ ଡାକ୍ତର ଓ ଅଧିକାରୀଙ୍କ ସହ ଆଲୋଚନା କରିବେ । ଦିଲ୍ଲୀରେ କୋଭିଡ୍ ହସ୍ପିଟାଲ୍‌କୁ ପୁଣି ଥରେ ଚାଲୁ କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଲର୍ଟ ମୋଡ୍‌ରେ ରଖିବା ଉପରେ ଗୁରୁତ୍ୱ ଦିଆଯାଇପାରେ । ଏହାସହ ଦିଲ୍ଲୀରେ ପୁଣିଥରେ କରୋନା କଟକଣା ଲାଗିପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ ।