• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଲୋକସଭାର ପୂର୍ବତନ ସଦସ୍ୟ ତଥା କନ୍ନଡ ଅଭିନେତ୍ରୀ ଦିବ୍ୟା ସ୍ପନ୍ଦାନାଙ୍କ ବଡ଼ ବୟାନ । ଆତ୍ସହତ୍ୟା କରିବାରୁ ବଞ୍ଚାଇଲେ କଂଗ୍ରେସ ର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ । ସ୍ପନ୍ଦନାଙ୍କ କହିବାନୁଯାୟୀ ତାଙ୍କ ପିତାଙ୍କ ମୃତ୍ୟୁ ପରେ ସେ ପୁରା ଭାଙ୍ଗି ପଡ଼ିଥିଲେ ଏବଂ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ରାହୁଲ ଗାନ୍ଧୀଙ୍କ ଭାବପ୍ରବଣ ସମର୍ଥନ କାରଣରୁ ସେ ନିଜ ନିଷ୍ପତ୍ତିରୁ ଓହରି ଯାଇଥିଲେ ।

ଅଭିନେତ୍ରୀ ଦିବ୍ୟା ସ୍ପନ୍ଦନା ଲୋକସଭା ସଦସ୍ୟ ସାଙ୍ଗକୁ କଂଗ୍ରେସ ମୁଖପାତ୍ର ମଧ୍ୟ ରହିଛନ୍ତି । କନ୍ନଡ଼ର ଏକ ରିଆଲିଟି ଶୋ’ ରେ ନିଜ ବାପାଙ୍କ ଦେହାନ୍ତ କଥା କହୁଥିବା ବେଳେ ସେ ଏହି ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ, ‘ଦୁଇ ସପ୍ତାହ ତଳେ ମୋ ବାପାଙ୍କ ଦେହାନ୍ତ ହେଲା, ମୁଁ ପାର୍ଲିଆମେଣ୍ଟରେ ବସିଥିବା ବେଳେ ଜାଣିପାରିଲିନି ଯେ କ’ଣ କରିବି ଓ କେମିତି କରିବି’।

ଅଧିକ ପଢ଼ନ୍ତୁ: ଭାଇରାଲ ହେଉଛି ରାହୁଲଙ୍କ ଟ୍ୱିଟର୍‌ ବାୟୋ: Dis’Qualified MP

ପିତାଙ୍କ ଦେହାନ୍ତ ପରେ ଭାଙ୍ଗି ପଡ଼ିଥିଲେ ସ୍ପନ୍ଦନା । ଏପରିକି ଆତ୍ମହତ୍ୟା କରିବାକୁ ମଧ୍ୟ ମନ ବଳାଇଥିଲେ । କିନ୍ତୁ ରାହୁଲ ଗାନ୍ଧୀଙ୍କ ସମର୍ଥନ କାରଣରୁ ସେ ନିଜ ମନୋବଳକୁ ଦୃଢ଼ କରିପାରିଥିଲେ । ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତିରୁ ଓହରି ଯାଇଥିଲେ । ସେ କହିଛନ୍ତି ଯେ, ମୋ ଜୀବନରେ ମୋ ମାଆ ହେଉଛନ୍ତି ସବୁଠୁ ବଡ଼ ପ୍ରେରଣା, ପରବର୍ତ୍ତୀ ହେଉଛନ୍ତି ମୋର ପିତା ଏବଂ ତୃତୀୟ ଲୋକ ହେଉଛନ୍ତି ରାହୁଲ ଗାନ୍ଧୀ ।

୨୦୧୨ ରେ ଯୁବ କଂଗ୍ରେସରେ ଯୋଗ ଦେଇଥିଲେ ଦିବ୍ୟା ସ୍ପନ୍ଦନା । ବାପାଙ୍କ ମୃତ୍ୟୁ ପରେ ସେ ନିର୍ବାଚନରେ ମଧ୍ୟ ହାରିଯାଇଥିଲେ । ସେହି ସମୟରେ ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ତାଙ୍କୁ ସାହାଯ୍ୟ କରିବା ସହ ଭାବପ୍ରବଣ ସମର୍ଥନ କରିଥିଲେ । ଗତବର୍ଷ ସେ ପୁଣି ଥରେ ବଡ଼ ପରଦାକୁ ଫେରିବା ନେଇ ଦର୍ଶକଙ୍କୁ ଖୁସି ଖବର ଦେଇଥିଲେ । ଅଭିନୟ ଦୁନିଆରେ ବି ତାଙ୍କର ଅନେକ ଫ୍ୟାନ୍ସ ରହିଛନ୍ତି । ସେ କନ୍ନଡ଼ରେ ଅନେକ ସୁପରହିଟ୍‌ ଫିଲ୍ମ ମଧ୍ୟ କରିଛନ୍ତି ।