Advertisment

ଏଣିକି ମାସକୁ ମିଳିବ ୨,୫୦୦ ଟଙ୍କା ବେକାରୀ ଭତ୍ତା, ଏହି ରାଜ୍ୟ ସରକାର କଲେ ଘୋଷଣା...

ଶିକ୍ଷିତ ଯୁବକ, ଯେଉଁମାନେ କି ବେକାର ସେମାନଙ୍କ ପାଇଁ ବେକାରୀ ଭତ୍ତା ଘୋଷଣା ହୋଇଛି। ମାସକୁ ଅଢ଼େଇ ହଜାର ଟଙ୍କା ପ୍ରଦାନ ଲାଗି ଛତିଶଗଡ଼ ସରକାର ଘୋଷଣା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Chhattisgarh government to provide Rs 2500 per month to unemployed educated youth

Chhattisgarh government to provide Rs 2500 per month to unemployed educated youth

ଶିକ୍ଷିତ ଯୁବକ, ଯେଉଁମାନେ କି ବେକାର ସେମାନଙ୍କ ପାଇଁ ବେକାରୀ ଭତ୍ତା ଘୋଷଣା ହୋଇଛି। ମାସକୁ ଅଢ଼େଇ ହଜାର ଟଙ୍କା ପ୍ରଦାନ ଲାଗି ଛତିଶଗଡ଼ ସରକାର ଘୋଷଣା କରିଛନ୍ତି। ଆସନ୍ତାକାଲିଠୁ ଅର୍ଥାତ୍‌ ଏପ୍ରିଲ ୧ରୁ ଏହି ଭତ୍ତା ମିଳିବ। ଛତିଶଗଡ଼ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଯେଉଁମାନେ ଦ୍ୱାଦଶ ଶ୍ରେଣୀ ପାସ୍ କରିଛନ୍ତି ଓ ବେକାର ଅଛନ୍ତି ସେମାନଙ୍କୁ ମାସକୁ ୨,୫୦୦ ଟଙ୍କା ପ୍ରଦାନ କରାଯିବ।

Advertisment

କେଉଁମାନଙ୍କୁ ମିଳିବ ଏହି ବେକାରୀ ଭତ୍ତା, ଜାଣନ୍ତୁ...

  • ଯେଉଁମାନଙ୍କ ପାରିବାରିକ ଆୟ ବାର୍ଷିକ ଅଢ଼େଇ ଲକ୍ଷ ଟଙ୍କାରୁ କମ୍‌ ସେମାନେ ମଧ୍ୟ ସରକାରଙ୍କ ଏହି ସ୍କିମ୍‌ରେ ଯୋଗ୍ୟ ବିବେଚିତ
  • କେବଳ ପରିବାରର ଜଣେ ସଦସ୍ୟ ହିଁ ଏହି ଭତ୍ତା ପାଇଁ ଆବେଦନ କରିପାରିବେ
  • ଏହାଛଡ଼ା ଯେଉଁ ଯୁବକଙ୍କ ପରିବାର ସଦସ୍ୟ ମନ୍ତ୍ରୀ, ପୂର୍ବତନମନ୍ତ୍ରୀ, ସଂସଦର ସଦସ୍ୟ, ବିଧାନସଭା ସଦସ୍ୟ, ଚେୟାରମ୍ୟାନ, ମହାନଗର ନିଗମର ଓ ମହାନଗର ପରିଷଦର ପୂର୍ବତନ ଅଧ୍ୟକ୍ଷ ଅଛନ୍ତି ସେମାନେ ଛତିଶଗଡ଼ ସରକାରଙ୍କ ଏହି ସ୍କିମ୍‌ ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ
  • ଯୋଗ୍ୟ ବିବେଚିତ ଯୁବକ ମାସିକ ଭତ୍ତା ପାଇବାର ବର୍ଷକ ମଧ୍ୟରେ ଯଦି କୌଣସି ଚାକିରି ନପାଆନ୍ତି, ତା’ହେଲେ ସରକାର ଏହି ଭତ୍ତାର ସମୟ ସୀମାକୁ ଆଉ ବର୍ଷକ ପାଇଁ ବଢ଼ାଇବେ
  • ଯେଉଁମାନେ ସରକାରୀ କିମ୍ବା ପ୍ରାଇଭେଟ୍‌ ସେକ୍ଟରରେ ଚାକିରି ଅଫରକୁ ପ୍ରତ୍ୟାଖାନ କରିବେ, ସେମାନେ ଆଉ ଏହି ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ।
  • ଆଗ୍ରହୀ ଏବଂ ଯୋଗ୍ୟ ଯୁବକମାନେ ନିର୍ଦ୍ଦିଷ୍ଟ ଫର୍ମାଟରେ ଏହି ସରକାରୀ ଯୋଜନା ପାଇଁ ଆବେଦନ କରିପାରିବେ। ଏହାକୁ ମଞ୍ଜୁରୀ ମିଳିବା ପରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବ

ସୂଚନାଥାଉ କି, ଚଳିତ ବର୍ଷ ମାର୍ଚ୍ଚ ୬ରେ ଛତିଶଗଡ଼ ବଜେଟ୍‌ ୨୦୨୩ ଉପସ୍ଥାପନା ବେଳେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ବେକାର ଯୁବକମାନଙ୍କ ପାଇଁ ରୋଜଗାର ଭତ୍ତା ପ୍ରଦାନ କରିବାକୁ ଘୋଷଣା କରିଥିଲେ। 

Advertisment
Advertisment
Advertisment