• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଫିସ୍‌ରୁ ବ୍ରେକ୍‌ ନେଇ କରୁଥିଲେ ଏମିତି କାମ ଯେ, ଧରାପଡ଼ିବା ପରେ ଦେବାକୁ ପଡ଼ିଲା ମୋଟା ଅଙ୍କର ଜରିମାନା । ଏହି ଜରିମାନା ପରିମାଣ ଏତେ ଯେ, ଯିଏ ବି ଶୁଣୁଛି ତାର ହୋସ୍ ଉଡ଼ିଯାଉଛି । ସଧାରଣତଃ ଆମେ ଜାଣିଛନ୍ତି ସରକାରୀ ହେଉ କି ଘରୋଇ କମ୍ପାନୀ ଚାକିରି, କର୍ମଚାରୀମାନେ ବ୍ରେକ୍‌ ନେଇଥାନ୍ତି କିଛି ଜଳଖିଆ ପାଇଁ କିମ୍ବା ଚା’ କଫି ତଥା ଧୁମ୍ରପାନ କରିବା ଉଦ୍ଦେଶ୍ୟରେ । ଆଉ ଏହାର ଏକ ସୀମିତ ସମୟ ଥାଏ । ପ୍ରତ୍ୟେକ ଅପିସ୍‌ରେ ରିସେସ୍‌ ସମୟ ରହିଥାଏ । ହେଲେ ଆଜି ଆମେ ଆପଣଙ୍କୁ ଯେଉଁ କାହାଣୀ କହିବୁ ଆପଣ ଆଶ୍ଚର୍ଯ୍ୟ ହେବେ । ଜେଣେ ବ୍ୟକ୍ତି ଅଫିସ୍‌ରୁ ଏତ ଥର ବ୍ରେକ୍‌ ନେଇଛନ୍ତି ଯେ, ଅଫିସ୍ କର୍ତ୍ତୃପକ୍ଷ ଦେଖି ତାଟକା । 

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ସରକାରୀ ଚାକିରିଆ । ତାଙ୍କୁ ୬୧ ବର୍ଷ ବୟସ । ଜାପାନର ଓସାକା ସହରେ ଥିବା ଏକ ସରକାରୀ କାର୍ଯ୍ୟାଳୟରେ ସେ କାମ କରନ୍ତି । ନିଜ ୧୪ ବର୍ଷର ଚାକିରି କାଳ ମଧ୍ୟରେ ସେ ଏତେ ଥର ବ୍ରେକ୍‌ ନେଇଛନ୍ତି ଯେ, ତାଙ୍କ ପରେ ପଡ଼ିଲା ୯ ଲକ୍ଷ ଟଙ୍କାର ଜରିମାନା । ସାଧାରଣ ବ୍ରେକ୍‌ ନେବା ତାଙ୍କ ପାଇଁ ସତରେ ଖୁବ୍‌ ମହଙ୍ଗା ପଡ଼ିଲା ।

ଏହି ବ୍ରେକ୍‌ ସେ କେବଳ ଧୁମ୍ରପାନ କରିବା ପାଇଁ ନେଇଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଏହି କର୍ମଚାରୀ ଜଣକ ୧୪ ବର୍ଷ ମଧ୍ୟରେ ୪୦୦୦ରୁ ଅଧିକ ଥର ଅଫିସ୍‌ରୁ ବ୍ରେକ୍‌ ନେଇଛନ୍ତି । ଧୁମ୍ରପାନ କରିବା ପାଇଁ ବ୍ୟକ୍ତି ଜଣକ ୱାର୍କିଂ ଆୱାରରୁ ମୋଟ ୩୫୫ ଘଣ୍ଟା ୧୯ ମିନିଟ୍ ବ୍ରେକ୍‌ ନେଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା, ଓସାକାରେ ସରକାରୀ କାର୍ଯ୍ୟାଳୟରେ ଧୁମ୍ରପାନ କରିବା ଉପରେ ପ୍ରତିବନ୍ଧକ ଲାଗିଛି ।

ଏହା ଦ୍ୱାରା ଏହି ୬୧ ବର୍ଷିୟ ବ୍ୟକ୍ତି ଜଣକ ଲୋକାଲ ପବ୍ଲିକ୍‌ ସର୍ଭିସ ନିୟମ ଅନ୍ତର୍ଗତ ‘ଡ୍ୟୁଟି ଅଫ୍ ଡିଭୋସନ୍‌’ର ଉଲଂଘନ କରିଛନ୍ତି । 

OTV is now on Whatsapp

Join and get latest news update delivered to you via whatsapp

Join Now