ଭିଡିଓ ଗେମ୍ ହାତରେ ପଡିଲେ ଦିନରାତି ଜଣାପଡୁ ନଥିଲା। ସବୁକିଛି ଭୁଲି ପୁଅ ବସିଯାଉଥିଲା ଏଇ ନିଶାରେ। ସାବାଡ୍ କରିବା ପାଇଁ ବାପା ନେଲେ ଏମିତି ପଦକ୍ଷେପ। ଖେଳିବା ତ ଛାଡ ପୁଅ ବିଳମ୍ବିତ ରାତିଯାଏ ଅନିଦ୍ରା ବି ହୋଇପାରୁନି।
ବାଣିକ ଇନଷ୍ଟିଚ୍ୟୁଟ୍ରେ ଜିଏସଟି ରେଡ୍ । ରାଜଧାନୀର ଜଣାଶୁଣା କୋଚିଂ ଇନଷ୍ଟିଚ୍ୟୁଟରେ ଜିଏସଟି ପକ୍ଷରୁ ରେଡ୍ ହୋଇଥିବା ସୂଚନା ମିଳିଛି । କୋଚିଂ ଇନଷ୍ଟିଚ୍ୟୁଟରେ ସେଣ୍ଟ୍ରାଲ ଜିଏସଟି ଟିମ୍ ଚଢାଉ କରିଛି
ଆପାର୍ଟମେଣ୍ଟର କମନ ଏରିଆ, ସୋସାଇଟିକୁ ହସ୍ତାନ୍ତର ହେଲେ ଗ୍ରାହକଙ୍କୁ ଅଧିକ ଅର୍ଥ ଦେବାକୁ ପଡିବନି ତ ?
ବିଜେଡିର ନୂଆ ନାରାକୁ ନେଇ ତେଜିଲା ରାଜନୀତି । ନିର୍ବାଚନକୁ ଆଖି ଆଗରେ ରଖି, ବିଜେପିକୁ ଚେକ୍ ଦେବାକୁ ଦଳ ସଫ୍ଟ ହିନ୍ଦୁତ୍ୱ କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଛି ।
ଖାତା ହଜିବା ନେଇ ଭାଲୁଏସନ୍ ସେଣ୍ଟରର ଚିଠି ପରେ ହଇଚଇ, କାଉନସିଲ କହିଲା ଭୁଲରେ ଯାଇଛି ଅନ୍ୟ କଲେଜ ।
ଏହି ପର୍ବରେ ପୁରୁଷମାନେ ମହିଳାଙ୍କ ପରି ପୋଷାକ ପରିଧାନ କରିଥାନ୍ତି । ଏହି ଫଟୋଟି ସେହି ବ୍ୟକ୍ତିଙ୍କର, ଯିଏ ଏହି ଉତ୍ସବରେ ମହିଳା ବେଶ ଧରି ପ୍ରଥମ ପୁରସ୍କାର ପାଇଛନ୍ତି ।
ବଲାଙ୍ଗିର, କେନ୍ଦ୍ରାପଡ଼ା ପରେ କନ୍ଧମାଳରେ ଲମ୍ବିଛି ଜାଲି ମାଟ୍ରିକ୍ ସାର୍ଟିଫିକେଟର ଚେର। ୬ ଜଣଙ୍କ ନାଁରେ ଫୁଲବାଣୀ ଡାକମଣ୍ଡଳର ଏତଲା। ଚେର ଖୋଜିବାକୁ ବାହାର ରାଜ୍ୟକୁ ଯିବ ପୋଲିସ। ବିଜେଡି ନେତାଙ୍କ ଲିଙ୍କ୍ ଅଭିଯୋଗ ଆଣି ବର୍ଷିଲେ ବିରୋଧୀ।
ବିନା ଲାଇସେନ୍ସରେ ଗାଡ଼ି ଚଲାଇ ଫସିଲେ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀ। ୧୮ ବର୍ଷରୁ କମ୍ ପୁଅଝିଅମାନେ ବିନା ହେଲ୍ମେଟ୍ ଓ ଡିଏଲ୍ରେ ଗାଡ଼ି ଚଲାଇବାରୁ ଆଜି ସାରା ରାଜ୍ୟରେ ହଜାର ହଜାର ଟଙ୍କା ତଣ୍ଡ ଗଣିଛନ୍ତି ଅଭିଭାବକ।
VFX ସୁପରଭାଇଜର ବ୍ରାଡ୍ ମିନିଚ୍ NTRଙ୍କ ‘NTR 30’ ରେ ଯୋଗ ଦେଇଛନ୍ତି। ମିନିଚ୍ ଜଣେ ପ୍ରସିଦ୍ଧ ଭିଏଫ୍ଏକ୍ସ ସୁପର୍ଭାଇଜର୍। ସେ ଚଳଚ୍ଚିତ୍ରରେ ଚମତ୍କାର ଦୃଶ୍ୟ ପାଇଁ ଜଣାଶୁଣା।
ଟଙ୍କାକୁ ଲୁଚାଇ ସାରିବା ପରେ ମହିଳା ଜଣକ ପୁଣି ଥରେ ସାଧାରଣ ଜୀବନ ଯାପନ ଆରମ୍ଭ କରିଦେଲେ ।
ଆଜି ମହାକାଶରେ ଦେଖିବାକୁ ମିଳିବ ଚମତ୍କାର ଦୃଶ୍ୟ। ଏହାକୁ ସମସ୍ତେ ସବୁ ସ୍ଥାନରୁ ଦେଖିପାରିବେ। ଆଜି ନ ଦେଖିଲେ ଆହୁରି ୧୭ ବର୍ଷ ଅପେକ୍ଷା କରିବାକୁ ପଡିବ। ଜାଣନ୍ତୁ କେଉଁ ସମୟରେ ଏଭଳି ଚମତ୍କାର ଦୃଶ୍ୟ ଦେଖିପାରିବେ।
ପ୍ରାଥମିକ ରିପୋର୍ଟରୁ ଯେଉଁ ତଥ୍ୟ ମିଳିଛି ସେଥିରେ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ଖବର ରହିଛି । ଆଗକୁ ଏହି ସଂଖ୍ୟା ବଢ଼ିବାର ସମ୍ଭାବନା ମଧ୍ୟ ରହିଛି ।
‘ମୋର ୮ ଜଣ ଯାକ ସ୍ତ୍ରୀ ମୋ ଶରୀରର ଅଙ୍ଗ ଅଙ୍ଗକୁ ଖାଇ ଖୋଳ କରିସାରିଲେଣି । ଏଥିପାଇଁ ମୋର ପତ୍ନୀଙ୍କ ପ୍ରତି ଆଉ ମୋହ ମାୟା ନାହିଁ ।’
ଆଘାତ ପରେ ପ୍ରଥମ ଥର ପାଇଁ ପ୍ରଶଂସକଙ୍କୁ ଭେଟିଛନ୍ତି ଅମିତାଭ। ତାଙ୍କୁ ଭଲ ପାଉଥିବା ଲୋକଙ୍କୁ ଦେଖି ସେ ଖୁବ ଖୁସି ହୋଇଯାଇଛନ୍ତି। ବ୍ଲଗ୍ରେ କିଛି ଫଟୋ ଶେୟାର କରିଛନ୍ତି ଆଉ ଯାହା ଲେଖିଛନ୍ତି ଆପଣ ପଢିଲେ ବି ଭାବପ୍ରବଣ ହୋଇଯିବେ।
ଲିଙ୍କ୍ ନକଲେ ଆଗକୁ ଆପଣ ନୂଆ ବ୍ୟାଙ୍କ ଆକାଉଣ୍ଟ ବି ଖୋଲି ପାରିବେ ନାହିଁ । ଏମିତିକି ମ୍ୟୁଚୁଆଲ ଫଣ୍ଡରେ ନିବେଶ ମଧ୍ୟ କରିପାରିବେ ନାହିଁ ।
ପ୍ରୀତିରଞ୍ଜନ ବେହେରା କଟକରେ 6th ବାଟାଲିୟନରେ କନେଷ୍ଟବଳ ଭାବରେ ନିଯୁକ୍ତ ଅଛନ୍ତି । ତେବେ ଜଣେ ଯୁବତୀଙ୍କ ସହ ସେ ୭ ବର୍ଷ ସମ୍ପର୍କ ରଖିବା ପରେ ବର୍ତ୍ତମାନ ତାଙ୍କୁ ଧୋକାଦେଇଥିବା ନେଇ ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ ।
ରବିବାର ଦିନ ୨୦୨୨-୨୩ ବର୍ଷ ପାଇଁ ବୋର୍ଡ ଅଫ୍ କଣ୍ଟ୍ରୋଲ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (BCCI) ଟିମ୍ ଇଣ୍ଡିଆ ପାଇଁ ଆନୁଆଲ୍ ପ୍ଲେୟାର କଣ୍ଟ୍ରାକ୍ସ ଘୋଷଣା କରିଛି। ଭାରତୀୟ କ୍ରିକେଟରଙ୍କ ପାଇଁ ବିସିସିଆଇର ଏହି କଣ୍ଟ୍ରାକ୍ଟ ୪ଟି ଗ୍ରେଡ୍ରେ ବିଭକ୍ତ ହୋଇଛି।
ମହାନଦୀ ଟ୍ରିବ୍ୟୁନାଲରେ ରାଜ୍ୟ ସରକାର ୬ ଜଣ ବରିଷ୍ଠ ଓକିଲଙ୍କୁ ନିୟୋଜିତ କରିଛନ୍ତି, ସେମାନଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି । ତାର ପୂର୍ଣ୍ଣାଙ୍ଗ ରିପୋର୍ଟ ସରକାର ଗୃହରେ ଉପସ୍ଥାପନ କରନ୍ତୁ ବୋଲି ଦାବି କରିଛନ୍ତି ଜୟନାରାୟଣ ।
ଯାଜପୁର ସରକାରୀ ପଲିଟେକ୍ନିକ୍ର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କ୍ୟାମ୍ପସ୍ ପାଇଁ ସେ ଚୟନ ହୋଇଥିଲେ। ଏନେଇ କଲେଜରେ କିଛି ସହପାଠୀ ତାଙ୍କୁ ହଇରାଣ କରୁଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।
ମଣିଷ ଯୋଉଠି ବସୁଛି, କୁକୁର ବି ସେଇଠି ଶୋଉଛି । ଘର ଭିତରେ ଦିକିଦିକି ଚୁଲି ଜଳୁଛି । କେତେବେଳେ ଭାତ ଗଣ୍ଡାକ ହେବ ତାକୁ ସତେ ଯେମିତି ଅପେକ୍ଷା କରି ରହିଛି ବୁଢୀ ମାଉସୀ । ବୟସ ବି କିଛି କମ୍ ନୁହେଁ । ୭୩ ପାର୍ ହେଲାଣି । ପରିଣତ ବୟସରେ ଘର ଛପର କରିବା ବି ତା ପକ୍ଷରେ କଷ୍ଟ । ସେଇଠି ନୂଆ ଘର କରିବା କଥା ସ୍ୱପ୍ନ ସେ ଦେଖିବ ବା କାହିଁକି? କହିପାରନ୍ତି, ଆବାସ ଯୋଜନାରେ ତ ଶହଶହ ଲୋକଙ୍କୁ ଘର ମିଳୁଛି । ତାଙ୍କୁ କାହିଁକି ମିଳିଲାନି?
ଗଜପତି ମୋହନା ଟେଡ଼ାମା ଗାଁର ଦୁଃଖୀ ମଲ୍ଲିକ । ୫ ବର୍ଷ ପୂର୍ବରୁ ଦୁଃଖୀଙ୍କ ସ୍ୱାମୀ କୃଷ୍ଣଙ୍କୁ ଏମିତି ରୋଗ ମାଡ଼ିବସିଲା ଯେ ଉଠିବା ବସିବା ବି ତାଙ୍କ ପାଖରେ କଷ୍ଟସାଧ୍ୟ ହେଲା । ସ୍ୱାମୀ ବିଛଣାରେ ପଡ଼ିବା ପରେ ପୂରା ପରିବାରର ବୋଝ ଏବେ ଦୁଃଖୀଙ୍କ ଉପରେ । ମାଆର କଷ୍ଟକୁ ହାଲୁକା କରିବାକୁ ବଡ଼ ପୁଅ ଦାଦନ ଖଟିବାକୁ ଯାଇଛି ଆଉ ଝିଅ ବାଙ୍ଗାଲୋରରେ ସିଲେଇ ଶିଖୁଛି । ପିଲାମାନେ ଯାହା ଯେତିକି ଦେଉଛନ୍ତି ସେତିକିରେ ବଡ଼ କଷ୍ଟରେ ଚଳୁଛି ପରିବାର ।
କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଏହାକୁ ଶତ ପ୍ରତିଶତ ପ୍ରମାଣିତ କରି ଦେଖାଇଛନ୍ତି ଆଇଏଏସ୍ ଅନୀଲ ବସାକ । ଆଜି ସିନା ସେ ଆଇଏଏସ୍ ହେଲେ କିନ୍ତୁ ଏ ସଫଳତା ଯାତ୍ରାରେ ସେ କେତେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି ତାହା ଜାଣିଲେ ଆପଣଙ୍କ ଆଖିରେ ଜକେଇ ଆସିବ ଲୁହ । ଅନୀଲଙ୍କୁ ପାଠ ପଢାଇବା ଲାଗି ଦିନରାତି ଏକ କରି ପରିଶ୍ରମ କରୁଥିଲେ ତାଙ୍କ ବାପା ।
ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ନିୟମ ଅନୁସାରେ, ୨୦୨୩ ମସିହା ସୁଦ୍ଧା ଯେଉଁମାନେ ରାସନ ପାଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଅଯୋଗ୍ୟ । କିନ୍ତୁ ସରକାରୀ ସୁବିଧା ସେମାନେ ପାଉଛନ୍ତି । ତେଣୁ ଅନେକ ଯୋଗ୍ୟ ହିତାଧିକାରୀ ରାସନ ପାଇବାରୁ ବଂଚିତ ହୋଇଛନ୍ତି । ତେଣୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ରାସନ ପହଞ୍ଚାଇବାକୁ ସରକାର ଉଦ୍ୟମ କରୁଛନ୍ତି
ଚାଷ କଲେ ଭଲ ଦୁଇ ପଇସା ଲାଭ ହେବ । କିଛି ଏମିତି ଭାବି ଆରମ୍ଭ କରିଦେଲେ ଚାଷ । ବାସ୍ ଏହାପରେ ବହୁମାତ୍ରାରେ ଫୁଲ ଫୁଟୁଛି । ଗୋଟିଏ କ୍ଷେତରେ ସ୍ୱାମୀ,ସ୍ତ୍ରୀ, ବାପା-ମାଆଙ୍କ ସହ ୬ ଜଣ ଦିନ ମଜୁରିଆ ଭାବରେ ନିର୍ଦ୍ଧୁମ ଖଟୁଛନ୍ତି । ଆଉ ଯେତିକି ରୋଜଗାର ହେଉଛି ସେତିକିରେ ନିଜେ ଲାଭବାନ ହେବା ସହିତ ଲୋକଙ୍କୁ ଦେଉଛନ୍ତି ନିଯୁକ୍ତି ।
ଅର୍ଥ ସଚିବଙ୍କ ଅଧୀନରେ ଏହି କମିଟି ଗଠନ ହୋଇଥିବା ବେଳେ କର୍ମଚାରୀଙ୍କ ସମସ୍ୟାର ସମାଧାନ କରାଯିବ ବୋଲି କୁହାଯାଇଛି । ନୂତନ ପେନ୍ସନ୍ ସ୍କିମ୍ ବା (NPS)କୁ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ଚେଷ୍ଟା କରିବେ ବୋଲି କହିଛନ୍ତି ।