Advertisment

ପୋଲିସ୍‌ କବ୍‌ଜାରେ ଭୁବନେଶ୍ୱରର ଦୁର୍ଦ୍ଦାନ୍ତ ‘ବାଉନ୍ସର ଗ୍ୟାଙ୍ଗ’

କମିଶନରେଟ ପୋଲିସ୍‌ କବ୍‌ଜାରେ ରାଜଧାନୀର ଦୁର୍ଦ୍ଦାନ୍ତ ‘ବାଉନ୍ସର ଗ୍ୟାଙ୍ଗ’। ବଳିଷ୍ଠ ଚେହେରା ସାଙ୍ଗକୁ ଦେହରେ ଟାଟୁ କରିଥିବା ଏହି ଯୁବକମାନେ ବିବାଦୀୟ ଜମି ଅକ୍ତିଆର କରାଇବାକୁ ନେଉଥିଲେ ସୁପାରୀ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bhubaneswar Bouncer Gang Arrested

Bouncer Gang Busted In Bhubaneswar

କମିଶନରେଟ ପୋଲିସ୍‌ କବ୍‌ଜାରେ ରାଜଧାନୀର ଦୁର୍ଦ୍ଦାନ୍ତ ‘ବାଉନ୍ସର ଗ୍ୟାଙ୍ଗ’। ବଳିଷ୍ଠ ଚେହେରା ସାଙ୍ଗକୁ ଦେହରେ ଟାଟୁ କରିଥିବା ଏହି ଯୁବକମାନେ ବିବାଦୀୟ ଜମି ଅକ୍ତିଆର କରାଇବାକୁ ନେଉଥିଲେ ସୁପାରୀ। ଆଉ ଏବେ ପୋଲିସ୍ ଗ୍ୟାଙ୍ଗର ୭ ସଦସ୍ୟଙ୍କୁ ଗିରଫ କରିଛି। 

Advertisment

ନୟାପଲ୍ଲୀ ଥାନା ଠାରୁ ୨୦୦ ମିଟର ଦୂରରରେ ଏକ ବିବାଦୀୟ ଜମିରେ ପଜେସନ କରାଇଦେବା ପାଇଁ ଜମିଟିକୁ କିଣିଥିବା ବ୍ୟକ୍ତି ଏମାନଙ୍କୁ ଦେଇଥିଲେ ସୁପାରୀ। ବିବାଦୀୟ ଜମିରେ ଘର ଭାଙ୍ଗିବା ଅଭିଯୋଗରେ ଗ୍ୟାଙ୍ଗର ୭ ଜଣଙ୍କୁ ପୋଲିସ୍‌ ଗିରଫ କରିଛି। ବିବାଦୀୟ ଜମିରେ ବୁଲ୍‌ ଡୋଜର ଚଢ଼ାଇ ଦୁଇଟି ଦୋକାନ ଭାଙ୍ଗିବା ସହ ସେଠାରେ ଥିବା ଦାମୀ ମାର୍ବଲ ସବୁ ଗ୍ୟାଙ୍ଗର ସଦସ୍ୟମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି। 

Advertisment

କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କ କହିବା କଥା, ଗତ ୨୪ ତାରିଖ ରାତିରେ ଦୋକାନ ବନ୍ଦ କରି ଘରକୁ ଯିବା ପରେ ବାଉନ୍ସର ଗ୍ୟାଙ୍ଗର ସଦସ୍ୟମାନେ ପହଞ୍ଚି ବୁଲ୍ ଡୋଜର ଧରି ଆତଙ୍କରାଜ୍ ଚଳାଇଥିଲେ। ଜାତୀୟ ରାଜପଥକୁ ଲାଗିଥିବା ଆପ୍ରୋଚ୍ ରୋଡ୍‌ରେ ଘଣ୍ଟା ଘଣ୍ଟା ଧରି ଏହି ଗ୍ୟାଙ୍ଗ୍ ଆତଙ୍କ ଖେଳାଇଥିଲା। ନୟାପଲ୍ଲୀ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଏସବୁ ଘଟିଥିଲେ ମଧ୍ୟ ପୋଲିସ କିଭଳି ଜାଣିପାରିଲା ନାହିଁ ? ପାଟ୍ରୋଲିଂ ଟିମ୍ କ’ଣ କରୁଥିଲା ବୋଲି କ୍ଷତିଗ୍ରସ୍ତ ବ୍ୟବସାୟୀ ଓ ଜମି ମାଲିକ ପ୍ରଶ୍ନ କରିଛନ୍ତି। 

କିଛି ମାଲିକ ବିବାଦୀୟ ଜାଗାକୁ ହାତେଇବା ପାଇଁ ଏହି ଗ୍ୟାଙ୍ଗର ସହାୟତା ଲୋଡୁଥିବା ନଜରକୁ ଆସିଛି। ଗ୍ୟାଙ୍ଗରେ କିଛି ମହିଳା ମଧ୍ୟ ସାମିଲ ଥିବା ଜଣାପଡ଼ିଛି। ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ନକୁଳ ମହାକୁଢ ନାଁରେ ଏକାଧିକ ମାମଲା ରହିଛି। ଏପରିକି ନକୁଳ ନାଁରେ ଜାତୀୟ ନିରାପତ୍ତା ଆଇନ( NSA) ମଧ୍ୟ ଲାଗିଥିଲା । 

(ରିପୋର୍ଟ- ଆଲୋକ ମହାନ୍ତି, ଭୁବନେଶ୍ୱର)

Advertisment
Advertisment