Advertisment

ହଷ୍ଟେଲ ଛାତରୁ ପଡ଼ି ଚାଲିଗଲା ଡାକ୍ତରୀ ଛାତ୍ରର ଜୀବନ

ଛାତରୁ ତଳକୁ ପଡ଼ି ଆଖି ବୁଜିଲେ ମେଡିକାଲ ଛାତ୍ର। ଏପରି ଏକ ଅଭାବନୀୟ ଘଟଣା ଗତ ରାତିରେ ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜରେ ଘଟିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Balasore FM Univerity MBBS Student Death

Medical Student Death

ବାଲେଶ୍ୱର ଫକୀର ମୋହନ ମେଡିରକାଲ କଲେଜରେ ଅଘଟଣ ଘଟିଛି । ଜଣେ ଡାକ୍ତରୀ ଛାତ୍ର ଛାତରୁ ପଡ଼ି ଆଖି ବୁଜିଛନ୍ତି । ତେବେ ଡାକ୍ତରୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ହଇଚଇ ସୃଷ୍ଟି ହୋଇଛି ।

Advertisment

MBBS ତୃତୀୟ ବର୍ଷ ଛାତ୍ର ହିତେଷ୍ଣୁ ଦାସଙ୍କ ଛାତରୁ ପଡ଼ି ଜୀବନ ଯାଇଛି । ସେ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ । ତେବେ ହିତେଷ୍ଣୁ କିଛି ଦିନ ହେବ ମାନସିକ ଅବସାଦରେ ରହୁଥିବା ତାଙ୍କ ପରିବାର ଲୋକେ ତଥା ସାଙ୍ଗମାନେ କହିଛନ୍ତି । ଗତକାଲି ମଧ୍ୟରାତ୍ରୀରେ ହଷ୍ଟେଲ ପାଖ ଏକ ବିଲ୍ଡିଂରୁ ତଳକୁ ପଡ଼ି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ ଅବସ୍ଥାରେ ଏହି ଘଟଣା ଘଟିଲା, ସେସମ୍ପର୍କରେ କୌଣସି ସୂଚନା ମିଳିପାରିନି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗତକାଲି ହିତେଷ୍ଣୁ ମାନସିକ ଅବସାଦରେ ଥିବା ବେଳେ ତାଙ୍କ ସାଙ୍ଗମାନେ ବୁଝାବୁଝି କରିଥିଲେ । ଏହାପରେ ସେ ରାତି ପ୍ରାୟ ୧ଟା ପରେ ହଷ୍ଟେଲ ପାଖରେ ଥିବା ଏକ ତାଲା ବିଲ୍ଡିଂ ଉପରୁ ତଳକୁ ପଡ଼ି ଯାଇଥିଲେ । ତୁରନ୍ତ ସେଠାରେ ଥିବା ଅନ୍ୟମାନେ କିଛି ପଡ଼ିବାର ଶବ୍ଦ ଶୁଣି ତଳକୁ ଅନାଇଥିଲେ। ଏହାପରେ ସେମାନେ ହିତେଷ୍ଣୁ ତଳେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ ।

Advertisment

ତୁରନ୍ତ ତାଙ୍କୁ ଜିଲ୍ଲା ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ହିତେଷ୍ଣୁଙ୍କ ପରିବାର ଲୋକେ ଗତ ରାତିରେ ମେଡିକାଲରେ ପହଞ୍ଚିଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ହିତେଷ୍ଣୁଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଛି।

ହିତେଷ୍ଣୁଙ୍କ ବାପା ବାଲେଶ୍ୱର ଏସ୍‌ପି ଅଫିସରେ ହେଡ କ୍ଲର୍କ ଭାବେ କାମ କରୁଥିଲେ । ଗତ ବର୍ଷ ସେ ଅବସର ନେଇ ସାରିଛନ୍ତି। ଆଉ ୨ ବର୍ଷ ପରେ ପୁଅ ଡାକ୍ତର ହେବ ବୋଲି ସ୍ୱପ୍ନ ଦେଖୁଥିବା ବାପା ପୁଅର ମୃତ୍ୟୁ ଖବର ଶୁଣି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

ହିତେଷ୍ଣୁଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଦେଖାଦେଇଛି। ଏହା ଏକ ଆତ୍ମହତ୍ୟା ଘଟଣା ନା ଏହା ପଛରେ ଆଉ କିଛି କାରଣ ଅଛି ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ୍। ତେବେ କଲେଜ କର୍ତ୍ତୃପକ୍ଷ ଏ ସମ୍ପର୍କରେ କିଛି ବି କହିବାକୁ ମନା କରି ଦେଇଛନ୍ତି।

Fakir Mohan Medical College Medical Student Student Death
Advertisment
Advertisment