Advertisment

ଭିନ୍ନକ୍ଷମ ପୁଅକୁ ମିଳୁନି ସରକାରୀ ସହାୟତା, ଚିନ୍ତାରେ ବାପା ମାଆ

ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇ ମଧ୍ୟ ସମସ୍ତ ସରକାରୀ ସହାୟତାରୁ ବଞ୍ଚିତ ଅବିନାଶ...

author-image
Kausik Mohapatra
Divyang

Divyang

ପୁଅ ନାଁ ରେ ଚାଉଳ ଲୋଡ଼ା l ଭିନ୍ନକ୍ଷମ ପୁଅ ନାମରେ ରାସନ କାର୍ଡ ଟିଏ କରିବା ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି ବାପା ମାଆ ଦୁଇଜଣ l ହେଲେ ଶୁଣୁ ନାହିଁ ପ୍ରଶାସନ l ଏ ଘଟଣା ହେଉଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଳକ ବାସିଙ୍ଗି ଗ୍ରାମର l ଗ୍ରାମର ବିରଞ୍ଚି ନାରାୟଣ ମହାନ୍ତ ଚାଷ କାମ ଓ କ୍ଷୀର ବେପାର କରି ପରିବାର ଚଳାନ୍ତି l ଘରେ ସ୍ତ୍ରୀ ସହିତ ତିନି ପୁଅ l ବଡ ପୁଅ ଅବିନାଶ ମହାନ୍ତ ଜନ୍ମରୁ ସମ୍ପୂର୍ଣ୍ଣ ଭିନ୍ନକ୍ଷମ l ବୟସ ଆସି ତେତିଶ (୩୩) ଛୁଇଁଲାଣି l ହେଲେ ଅତି ଦୁର୍ଭାଗ୍ୟର ବିଷୟ, ଭିନ୍ନକ୍ଷମ ପ୍ରମାଣପତ୍ର ଥାଇ ମଧ୍ୟ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି ଅବିନାଶ l ପୁଅକୁ ଚାଉଳ ଗଣ୍ଡେ ମିଳିବା ପାଇଁ ରାସନ କାର୍ଡ ଦରକାର । ସେତିକି କରିବାକୁ ସମସ୍ତଙ୍କୁ ହାରି ଗୁହାରି କରିବା ପରେ ମଧ୍ୟ ବାପା ମାଆ ନିରାଶ।

Advertisment

ଖୁଆଇଦେଲେ ଖାଉଛନ୍ତି, ଟେକିକି ନେଲେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି। ହେଲେ ଆପଣ ଏ ଘଟଣା ବିଷୟରେ ଜାଣିବା ପରେ ଭାବୁଥିବେ ଏ ଭିନ୍ନକ୍ଷମ ପୁଅକୁ ସବୁକିଛି ସରକାରୀ ସୁବିଧା ସୁଯୋଗ ମିଳୁଥିବ। ସୁବିଧା ତ ଦୂରର କଥା ରାସନ କାର୍ଡଟିଏ ମଧ୍ୟ ନାହିଁ ଅବିନାଶଙ୍କ ନାମରେ। ସେଥିପାଇଁ ଚାଉଳ ଗଣ୍ଡେ ମଧ୍ୟ ମିଳୁନାହିଁ ତାଙ୍କୁ। ଦୁର୍ଭାଗ୍ୟର ବିଷୟ ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇ ମଧ୍ୟ ସେ କୌଣସି କାମରେ ଲାଗୁନି। ସମସ୍ତ ପ୍ରକାର ସରକାରୀ ସହାୟତାରୁ ସେ ବଞ୍ଚିତ ହେଉଛନ୍ତି ।

ପ୍ରକାଶ ଥାଉ କି, ପଞ୍ଚାୟତ ପକ୍ଷରୁ ଅବିନାଶଙ୍କୁ ପୂର୍ବରୁ ମାସକୁ ଦଶ କିଲୋ ଚାଉଳ ମିଳୁଥିଲା l ହେଲେ ପରବର୍ତ୍ତୀ ସମୟରେ ତାକୁ କାଟିଦେଇ, ପରିବାରର ଲୋକଙ୍କ ଭଳି ତାଙ୍କୁ ମଧ୍ୟ ମାସକୁ ୫ କିଲୋ ଚାଉଳ ଦିଆଗଲା l ୨୦୨୦ ମସିହାରେ ଅବିନାଶଙ୍କର ଆଧାର କାର୍ଡ ନଥିବାରୁ ମିଳୁଥିବା ଚାଉଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଗଲା l

Advertisment

ପରବର୍ତ୍ତୀ ସମୟରେ ଆଧାର କାର୍ଡ କରାଗଲା କିନ୍ତୁ ଆଜି ପର୍ଯ୍ୟନ୍ତି ଚାଉଳ ପାଇବାରୁ ବଞ୍ଚିତ ହେଉଛନ୍ତି ଅବିନାଶ l ଏ ନେଇ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲାପାଳଙ୍କୁ ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

Abinash Mohanta Special Story Divyang
Advertisment
Advertisment