/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696166572.jpg)
IAF Advanced Light Helicopter Dhruv makes precautionary landing in MP’s Bhopal
ଜରୁରୀକାଳୀନ ଅବତରଣ କଲା ସେନା ହେଲିକପ୍ଟର । ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ କ୍ଷେତରେ ହେଲିକପ୍ଟରକୁ ଅପତରଣ କରିବାକୁ ପଡ଼ିଛି । ମଧ୍ୟପ୍ରଦେଶର ବେରାସିଆର ଡୁଙ୍ଗରିଆ ଗାଁର ଡେମ ନିକଟ ଏକ କ୍ଷେତରେ ସେନା ହେଲିକପ୍ଟରକୁ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରାଯାଇଥିବା ଜଣାପଡ଼ିଛି ।
ଯାନ୍ତ୍ରିକ ତ୍ରୁଟି ଯୋଗୁ ହେଲିକପ୍ଟରଟିକୁ ଅବତରଣ କରିବାକୁ ପଡିଲା ବୋଲି କୁହାଯାଇଛି । ହେଲିକପ୍ଟର ଅବତରଣ ସମୟରେ ସେହି ସ୍ଥାନରେ ଗ୍ରାମବାସୀଙ୍କ ଭିଡ ଦେଖିବାକୁ ମିଳିଥିଲା । ହେଲିକପ୍ଟର ଅବତରଣ ଦେଖିବାକୁ ବହୁ ଲୋକ ସେଠାରେ ରୁଣ୍ଡ ହୋଇଥିଲେ ।
ସୂଚନା ଅନୁସାରେ, ରବିବାର ସକାଳେ ଭୋପାଳର ବେରାସିଆର ଡୁଙ୍ଗରିଆ ଗାଁର ଡେମ ନିକଟ ଏକ କ୍ଷେତରେ ସେନା ହେଲିକପ୍ଟରର ଜରୁରୀକାଳୀନ ଅବତରଣ ହୋଇଥିଲା । ହେଲିକପ୍ଟରରେ ୬ଜଣ ସେନା କର୍ମଚାରୀ ଥିଲେ । ଜରୁରୀକାଳୀନ ଅବତରଣ କିଛି ବୈଷୟିକ ତ୍ରୁଟି ଯୋଗୁ ହୋଇଛି ବୋଲି କୁହାଯାଉଛି ।
ଗ୍ରାମବାସୀଙ୍କ କହିବାନୁସାରେ, ହେଲିକପ୍ଟରଟି ଡେମ ଚାରିପାଖରେ ବୁଲୁଥିଲା ଏବଂ ପରେ କ୍ଷେତରେ ଅବତରଣ କରିଥିଲା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।
କ’ଣ ଥିଲା ହେଲିକପ୍ଟରରେ ସମସ୍ୟା ?
କୁହାଯାଉଛି ଯେ, ଉଡାଣ ସମୟରେ ହଠାତ୍ ହେଲିକପ୍ଟରର ଲାଞ୍ଜଟିରେ ଯାନ୍ତ୍ରୀଙ୍କ ତ୍ରୁଟି ଦେଖିବାକୁ ମିଳିଥିଲା । ଭାଇବ୍ରେସନ୍ ହେବା ସହ ଉଡାଣରେ ଅସୁବିଧା ହୋଇଥିଲା । ତେଣୁ ସେନା ହେଲିକପ୍ଟରକୁ ଜରୁରୀ କାଳୀନ ଅବତରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)