Advertisment

5T ସଚିବଙ୍କ ଚପର୍ ଗସ୍ତ ଖର୍ଚ୍ଚ ପ୍ରସଙ୍ଗ, 'ସମୟ ଆସିଲେ କିଏ ତଦନ୍ତ କରିବ ଜଣାପଡ଼ିବ’:ମନମୋହନ ସାମଲ

ମନ୍ତ୍ରୀଙ୍କ ନାଁରେ ହେଲିକପ୍ଟର ବୁକ୍ ହେଉଛି, ହେଲେ ସେଥିରେ ସଚିବ ବୁଲୁଛନ୍ତି । ତେଣୁ ଏହାର ତନ୍ନତନ୍ନ ତଦନ୍ତ ହେବା ଦରକାର । ଯେହେତୁ ରାଜ୍ୟ ସରକାର ଏହାର ତଦନ୍ତ କରିବେନି, ତେଣୁ କେନ୍ଦ୍ରୀୟ ତଦନ୍ତ ଆଡ଼କୁ ଇଶାରା ଦେଇ ସମୟ ଆସିଲେ କିଏ ତଦନ୍ତ କରିବ ଜଣାପଡ଼ିବ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Manmohan Samal

Manmohan Samal

ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚର ହିସାବ ନଦେଇ ଖସି ପାରିବେନି ରାଜ୍ୟ ସରକାର । ଜନତା ତା’ର ହିସାବ କରିବେ ବୋଲି କହିବା ସହ ଦୁର୍ନୀତିର ତଦନ୍ତ ହେବା ଦରକାର ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନ୍ତ୍ରୀଙ୍କ ନାଁରେ ହେଲିକପ୍ଟର ବୁକ୍ ହେଉଛି, ହେଲେ ସେଥିରେ ସଚିବ ବୁଲୁଛନ୍ତି । ତେଣୁ ଏହାର ତନ୍ନତନ୍ନ ତଦନ୍ତ ହେବା ଦରକାର । ଯେହେତୁ ରାଜ୍ୟ ସରକାର ଏହାର ତଦନ୍ତ କରିବେନି, ତେଣୁ କେନ୍ଦ୍ରୀୟ ତଦନ୍ତ ଆଡ଼କୁ ଇଶାରା ଦେଇ ସମୟ ଆସିଲେ କିଏ ତଦନ୍ତ କରିବ ଜଣାପଡ଼ିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

Advertisment

Odisha 5T Secretary V.K. Pandian Manmohan Samal
Advertisment
Advertisment