Advertisment

ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ସଫେଇ କଲେ ବୈଜୟନ୍ତ..

ଆଜି ଦେଶ ପାଳୁଛି ମେଗା ସ୍ୱଚ୍ଛତା ଅଭିଯାନ । ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଛି ସ୍ୱଚ୍ଛତା ହିଁ ସେବା ଅଭିଯାନ(Swachhata Hi Seva) ।

author-image
Manoranjan Behera
ଅଦ୍ୟତନ ହୋଇଛି
Baijayant Panda

Baijayant Panda

ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ ହୋଇ ଆଜି ସଫେଇ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଦିଲ୍ଲୀ ଶାସ୍ତ୍ରୀ ନଗର ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ସହ ମିଶି ସଫେଇ କାର୍ଯ୍ୟକ୍ରମ କରିଥିଲେ । ଶାସ୍ତ୍ରୀ ନଗର ଅଞ୍ଚଳରେ ବୁଲି ଅଳିଆ ଗୋଟେଇବା ସହ ପୁରା ଅଞ୍ଚଳକୁ ସଫା ରଖିବାକୁ ସମସ୍ତଙ୍କୁ ବୁଝେଇଥିଲେ । ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ସେମାନଙ୍କ ସହ ବେଶ୍ କିଛି ସମୟ ବିତାଇଥିଲେ ।

Advertisment

ଆଜି ଦେଶ ପାଳୁଛି ମେଗା ସ୍ୱଚ୍ଛତା ଅଭିଯାନ । ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି ଅବସରରେ ପାଳନ ହେଉଛି ସ୍ୱଚ୍ଛତା ହିଁ ସେବା ଅଭିଯାନ(Swachhata Hi Seva) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ, ସ୍ୱଚ୍ଛତା ପାଇଁ ଆଜି ୧ ଘଣ୍ଟା ସାମୂହିକ ଶ୍ରମଦାନ କରିବେ ସାଧାରଣ ଜନତା। ଦିନ ୧୦ଟାରୁ ୧୧ଟା ଯାଏଁ ନିଜ ନିଜ ଅଞ୍ଚଳରେ ସ୍ୱଚ୍ଛତା ରକ୍ଷା ପାଇଁ ଘଣ୍ଟାଏ ଶ୍ରମଦାନ କରିବାକୁ ଦେଶବାସୀଙ୍କୁ ଗତ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଅପିଲ୍ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ଆସନ୍ତାକାଲି ପାଳନ ହେବ ଗାନ୍ଧି ଜୟନ୍ତୀ । ଏହାର ପୂର୍ବଦିନ ଅର୍ଥାତ୍ ଅକ୍ଟୋବର ୧ ଦିନ ୧୦ଟାରୁ ୧୧ଟା ଘଣ୍ଟାଏ ପାଇଁ ସମସ୍ତେ ସମୟ ବାହାର କରି ନିଜ ଅଞ୍ଚଳର ରାସ୍ତାଘାଟ, ପାର୍କ, ନଦୀ, ହ୍ରଦ କିମ୍ବା ଅନ୍ୟ ସାଧାରଣ ସ୍ଥାନ ସଫା କରିବାକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ। ଏହା ମହାତ୍ମା ଗାନ୍ଧୀଙ୍କ ପ୍ରତି ସ୍ୱଚ୍ଛାଞ୍ଜଳି ହେବ ବୋଲି କହିଥିଲେ ।

Advertisment

ଏହି ଉପଲକ୍ଷେ ଆଜି ପ୍ରତ୍ୟେକ ସହର, ଗ୍ରାମ ପଂଚାୟତ, ବେସାମରିକ ବିମାନ ଚଳାଚଳ, ରେଲୱେ ଆଦିରେ ବି ସ୍ୱଚ୍ଛତା ଅଭିଯାନ ଆୟୋଜିତ ହେଉଛି। ଏଥିପାଇଁ ଆଜି ସହର ଓ ଗ୍ରାମାଞ୍ଚଳର ୬ ଲକ୍ଷ ୪୦ହଜାରରୁ ଅଧିକ ସ୍ଥାନରେ ଶ୍ରମଦାନ ପାଇଁ ସ୍ୱତନ୍ତ୍ର ଆୟୋଜନ ହୋଇଛି ।

Baijayant Panda Swachh Bharat PM Modi
Advertisment
Advertisment