• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ସୀମା ଟପିଲା ରାଗିଂ ବର୍ବରତା । ଜୁନିୟରଙ୍କୁ ଉଲଗ୍ନ କରି ଗୁପ୍ତାଙ୍ଗରେ ଝୁଲାଇଲେ ଡମ୍ବଲ । ଜ୍ୟାମିତି ବାକ୍ସ କମ୍ପାସରେ ଭୁଶିବା ସହ ପ୍ରବଳ ମାଡ ମାରିଲେ । ଯନ୍ତ୍ରଣା ସହି ନପାରି ଚିତ୍କାର କରିବାରୁ ପାଟିରେ ବଳପୂର୍ବକ ଲୋସନ ଭର୍ତ୍ତି କରିଦେଲେ । ସମସ୍ତଙ୍କୁ ବିଚଳିତ କରିବା ଭଳି ଏହି ଘଟଣା ସାମ୍ନାକୁ ଆସିଛି କେରଳ କୋଟ୍ଟୟାମର ଏକ ସରକାରୀ ନର୍ସିଂ କଲେଜରୁ  । ତେବେ ଦିନେ କି ମାସେ ନୁହେଁ, ଦୀର୍ଘ ୩ ମାସ ହେଲା ଜୁନିୟର ଛାତ୍ରଙ୍କୁ ଏହିପରି ନିର୍ଯାତନା ଦେଇଆସୁଥିଲେ ସିନିୟର । 

କଲେଜର ପ୍ରଥମ ବର୍ଷର ୩ ଜଣ ଛାତ୍ର ଏହି ରାଗିଂ ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୁରା ଘଟଣା ଲୋକଲୋଚନକୁ ଆସିଛି । ପୋଲିସ ସୂଚନା ମୁତାବକ, କୋଟ୍ଟାୟମସ୍ଥିତ ସରକାରୀ ନର୍ସିଂ କଲେଜର ପ୍ରଥମ ବର୍ଷର ଛାତ୍ରଙ୍କୁ ଏପରି  ଭାବେ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା । ଜୁନିୟରଙ୍କୁ ଉଲଗ୍ନ ହେବାକୁ ବାଧ୍ୟ କରାଯାଉଥିଲା । ସିନିୟର ଛାତ୍ରମାନେ ସେମାନଙ୍କ ପ୍ରାଇଭେଟ ପାର୍ଟରେ ଡମ୍ବଲ ଝୁଲାଉଥିଲେ । ଜ୍ୟାମିତି ବାକ୍ସ କମ୍ପାସ ଓ ଏହିଭଳି ତୀକ୍ଷଣ ଜିନିଷରେ ଶରୀରକୁ ଆଘାତ ଦେଉଥିଲେ ।

ଅଧିକ ପଢ଼ନ୍ତୁ: MKCG ମେଡିକାଲ କଲେଜରୁ ହଟିନି ରାଗିଂ ବ୍ୟାଧି; ଜୁନିୟରଙ୍କୁ ବ୍ୟକ୍ତିଗତ କାମରେ ଲଗାଉଛନ୍ତି ସିନିୟର !

ଏତିକିରେ ବର୍ବରତା  ଥମୁନଥିଲା । ସିନିୟରମାନେ ପୀଡିତ ଛାତ୍ରଙ୍କ କ୍ଷତରେ ବିଭିନ୍ନ ପ୍ରକାରର ଲୋସନ ବୋଳୁଥିଲେ ଯାହା ଅଧିକ ଯନ୍ତ୍ରଣା ଦେଉଥିଲା । ଯଦି ସେମାନେ ଯନ୍ତ୍ରଣା ସହି ନପାରି ଚିତ୍କାର କରୁଥିଲେ ତାଙ୍କ ପାଟିରେ ଲୋସନ ଭର୍ତ୍ତି କରାଯାଉଥିଲା । ଏପରିକି ରାଗିଂ ସମୟରେ ଭିଡିଓ ଉତ୍ତୋଳନ କରି କାହାରିକୁ ଅଭିଯୋଗ କଲେ କ୍ୟାରିୟର ବର୍ବାଦ କରିବାର ଧମକ ମଧ୍ୟ ଦେଉଥିଲେ । 

ପୀଡିତ ଛାତ୍ରମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, ସିନିୟରମାନେ ନିର୍ଯାତନା ଦେବା ସହିତ ପ୍ରତି ରବିବାର ଜୁନିୟରଙ୍କଠାରୁ ଜୋର ଜବରଦସ୍ତ ଟଙ୍କା ନେଇ ମଦ ପିଉଥିଲେ । ଏନେଇ କେହି ପ୍ରତିବାଦ କଲେ ପ୍ରବଳ ମାଡ ମାରୁଥିଲେ । ୨୦୨୪ ନଭେମ୍ବରରୁ ୩ ମାସ ହେଲା ଏହିପରି ଭୟଙ୍କର ରାଗିଂ ଚାଲି ଆସୁଥିଲା । 

ଜଣେ ଛାତ୍ର ଆଉ ନିର୍ଯାତନା ସହି ନପାରି  ନିଜ ବାପାଙ୍କୁ ଜଣାଇଥିଲେ । ବାପାଙ୍କ ପରାମର୍ଶରେ ସେ ଥାନାରେ ରାଗିଂ ସମ୍ପର୍କରେ ଅଭିଯୋଗ କରିବା ପରେ ଆଉ ଦୁଇ ଜଣ ଛାତ୍ର ମଧ୍ୟ ସାହସ କରି ପୋଲିସ ନିକଟକୁ ଯାଇଥିଲେ । ଅଭିଯୋଗ କ୍ରମେ ପୋଲିସ ରାଗିଂରେ ସାମିଲ ୫ ଜଣ ଛାତ୍ରଙ୍କୁ ଗିରଫ କରିଛି । ଆଜି ସମସ୍ତଙ୍କୁ କୋର୍ଟରେ ହାଜର କରି ପୋଲିସ ରିମାଣ୍ଡରେ ନେଇପାରେ ବୋଲି ସୂଚନା ରହିଛି ।

ଅଧିକ ପଢ଼ନ୍ତୁ: ପୋତାଧନ ପାଇଁ... ଲିଫ୍ଟ ଦେବା ଆଳରେ ନରବଳି

OTV is now on Whatsapp

Join and get latest news update delivered to you via whatsapp

Join Now