Advertisment

ମନ୍ତ୍ରୀଙ୍କ ନାଁରେ ହେଲିକପ୍ଟର ବୁକ୍ କରି ଯାଇଥିଲେ ପାଣ୍ଡିଆନ୍, ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲା ବିଜେପି

ବିଜେପିର ଅଭିଯୋଗ, ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ କି ମୁଖ୍ୟ ଶାସନ ସଚିବଙ୍କ ବିନା ଲିଖିତ ଅନୁମତିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଭିଯୋଗ ସଂଗ୍ରହ ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

5T Secretary

ପ୍ରଥମେ ମୁଖ୍ୟମନ୍ତ୍ରୀ ଆଉ ଏବେ ବିଜେପି ଟାର୍ଗେଟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ । ବିରୋଧୀଙ୍କୁ ଜନବିରୋଧୀ କହିବା ପ୍ରସଙ୍ଗରେ ଗତ ୨୬ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଥିଲା। ଏବେ ପାଣ୍ଡିଆନଙ୍କ ପାଇଁ ମନ୍ତ୍ରୀଙ୍କ ନାଁରେ ହେଲିକପ୍ଟର ବୁକିଂ କରାଯାଇଥିବା କହି ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛି ବିଜେପି। ଯାହାକୁ ନେଇ ତେଜିଛି ରାଜନୀତି।

Advertisment

ବିଜେପିର ଅଭିଯୋଗ, ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ କି ମୁଖ୍ୟ ଶାସନ ସଚିବଙ୍କ ବିନା ଲିଖିତ ଅନୁମତିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଭିଯୋଗ ସଂଗ୍ରହ ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ। ସଭାସ୍ଥଳ ପ୍ରସ୍ତୁତି ଓ ସ୍କୁଲ୍ କଲେଜ ଛାତ୍ରଛାତ୍ରୀଙ୍କୁ ବସ୍‌ରେ ବୋହିବା ପାଇଁ ବିଧାୟକ ଓ ମନ୍ତ୍ରୀମାନଙ୍କୁ ନିୟୋଜିତ କରିଥିଲେ। ଖାଲି ସେତିକି ନୁହେଁ, ଦୁଇ ମନ୍ତ୍ରୀଙ୍କ ନାଁରେ ବୁକ୍ ହୋଇଥିବା ହେଲିକପ୍ଟରେ ସଚିବ କେମିତି ଗଲେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା । ମନ୍ତ୍ରୀ ପ୍ରଦୀପ ଅମାତ ଓ ତୁଷାରକାନ୍ତି ବେହେରାଙ୍କ ନାଁରେ ହେଲିକପ୍ଟର ବୁକ୍ କରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଯାଇଥିଲେ ବୋଲି ଅଭିଯୋଗ ହୋଇଛି । ଯାହାଫଳରେ ବିଧାନସଭାର ଗାରିମା କ୍ଷୁର୍ଣ୍ଣ ହୋଇଛି। ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ବିଲ୍ ଆଲୋଚନା ସମୟରେ ବିଧାନସଭା ବାହାରର ଡି.ଡବ୍ଲୁ.ମିଶ୍ରଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଥିଲେ। ଯାହାକୁ କି ଗୃହ ଗ୍ରହଣ କରିବା ସହ କମିଟି ମଧ୍ୟ ବସିଥିଲା। ଏହି ଉଦହରଣ ଆଧାରରେ ପାଣ୍ଡିଆନ୍‌ଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍‌କୁ ଗ୍ରହଣ କରାଯାଇ ତାଙ୍କୁ ସମନ୍ କରାଯାଉ ବୋଲି ଯୁକ୍ତି ଦର୍ଶାଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ଫାଇଭ-ଟି ସଚିବଙ୍କ ହେଲିକପ୍ଟର ଗସ୍ତକୁ ନେଇ ବାରମ୍ବାର ବିରୋଧୀ ଘେରିବା ପରେ ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖିଥିଲେ । ଯେଉଁଥିରେ ସ୍ପଷ୍ଟ କରିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିଯୋଗ ଶୁଣାଣି ପାଇଁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛି । ଗତ ସାଢେ ତିନି ବର୍ଷରେ ହେଲିକପ୍ଟର ବ୍ୟବହାର ପାଇଁ ୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ବିରୋଧୀ କିନ୍ତୁ ଏହାକୁ ମାନିବାକୁ ନାରାଜ। ବିଜେଡି କହିଛି ସଠିକ୍ ଫୋରମରେ ବିରୋଧୀ ଅଭିଯୋଗ କଲେ ତା’ର ଉତ୍ତର ମିଳିବ । ସେପଟେ ସମ୍ବିଧାନ ବିଶାରଦଙ୍କ ମତ ହେଲା ବିଧାନସଭାର ଗରିମା ଏବଂ ସଭ୍ୟମାନଙ୍କର ସୁରକ୍ଷା ପାଇଁ ସ୍ୱାଧିକାର ନିୟମ ସମ୍ବିଧାନରେ ଏବଂ ସଂସଦ ତଥା ବିଧାନସଭା ନିୟମରେ ରହିଛି । 

Advertisment
Odisha Jayanarayan Mishra 5T Secretary V.K. Pandian
Advertisment
Advertisment