Advertisment

SCBରେ ଉଡୁଛି ବିଶ୍ୱସ୍ତରୀୟ ବାହସ୍ଫୋଟ ଧଜିଆ, ବିନା ବିଜୁଳିରେ କଲବଲ ହେଉଛନ୍ତି ରୋଗୀ

ଗତକାଲି କଟକ ବଡ଼ ମେଡିକାଲ୍ ମେଡିସିନ୍ ବିଭାଗରେ ଲାଇନ୍ ନ ଥିବାରୁ ମୋବାଇଲ୍ ଲାଇଟ୍‌ରେ କାହାକୁ ଇଂଜେକସନ ତା କାହାକୁ ଔଷଧ ଦିଆଯାଇଥିଲା। ଏମିତିକି କାଲି ୧୦ ଘଣ୍ଟା ଆଉ ଆଜି ବି ପୂରା ଦିନ ତମାମ୍ ବିନା ବିଜୁଳିରେ ଚାଲିଥିଲା ମେଡିକାଲ୍ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

SCB Medical

କଟକ ବଡ଼ ମେଡିକାଲରେ ଚାଲିଛି କ’ଣ ? ମୋବାଇଲ୍ ଲାଇଟରେ ରୋଗୀ ସେବା, ପୁଣି ଘଣ୍ଟା ଘଣ୍ଟା ଲାଇନ୍ ନ ଥିବାରୁ ରୋଗୀ କଲବଲ, ଆଉ ନିଦାନ ବିଭାଗରେ ଟେଷ୍ଟିଂ ବନ୍ଦ । ରୋଗୀଙ୍କ ଜୀବନ ସହ ଚାଲିଥିବା ଏ ଖେଳକୁ ବି କ’ଣ ବିଶ୍ୱସ୍ତରୀୟ ବୋଲି ପ୍ରଶ୍ନ କଲେଣି ରୋଗୀଙ୍କ ସଂପର୍କୀୟ। ମେଡିକାଲ ଅଧୀକ୍ଷକ କିନ୍ତୁ ସବୁ ଦୋଷ ଇଲେକ୍ଟ୍ରି ଡିପାର୍ଟମେଣ୍ଟ ଉପରକୁ ଠେଲି ଦେଇଛନ୍ତି।

Advertisment

ଗତକାଲି କଟକ ବଡ଼ ମେଡିକାଲ୍ ମେଡିସିନ୍ ବିଭାଗରେ ଲାଇନ୍ ନ ଥିବାରୁ ମୋବାଇଲ୍ ଲାଇଟ୍‌ରେ କାହାକୁ ଇଂଜେକସନ ତା କାହାକୁ ଔଷଧ ଦିଆଯାଇଥିଲା। ଏମିତିକି କାଲି ୧୦ ଘଣ୍ଟା ଆଉ ଆଜି ବି ପୂରା ଦିନ ତମାମ୍ ବିନା ବିଜୁଳିରେ ଚାଲିଥିଲା ମେଡିକାଲ୍ । ରୋଗୀ କଲବଲ, ରୋଗୀଙ୍କ ସହ ଆସିଥିବା ସଂପର୍କୀୟ ବି ଯମ ଯନ୍ତ୍ରଣାରେ ଛଟପଟ । ଏଣେ ଲାଇନ୍ ନଥିବାରୁ ଇଣ୍ଡୋର ପେସେଣ୍ଟଙ୍କ ପାଇଁ ଉଦ୍ଦିଷ୍ଟ ନିଦାନ କେନ୍ଦ୍ରରେ ବି ତାଲା। ରକ୍ତ ପରୀକ୍ଷା ଓ ସିଟି ସ୍କାନ୍ ଠପ୍ । ଗୋଟିଏ ପଟେ ଅନ୍ଧାର ଓ ଗରମରେ ସଢୁଥିବା ରୋଗୀ ମୂକ ପାଲଟି ଯାଇଛନ୍ତି, ତ ସଂପର୍କୀୟଙ୍କ ପ୍ରଶ୍ନ ଖାଲି ବଡ଼ ବଡ଼ କଥାରେ କ’ଣ ରୋଗୀ ବଞ୍ଚିଯିବେ ।

ବିଶ୍ୱସ୍ତରୀୟ ମେଡିକାଲର ଡିଣ୍ଡିମ ପିଟା ଚାଲିଥିବା ଏସସିବିରେ ଅବ୍ୟବସ୍ଥାର ଚିତ୍ର ନୂଆ ନୁହେଁ, ଟିକେ ପୂର୍ବ କଥା ମନେ ପକାନ୍ତୁ, ୦୭-୦୫-୨୦୨୨- କଟକ ବଡ଼ ମେଡିକାଲରେ ମୃତଦେହ ଉପରେ ରୋଗୀ ସେବାର ଅଭିଯୋଗ ସାରା ରାଜ୍ୟବାସୀଙ୍କୁ ଆଚମ୍ବିତ କରିଥିଲା । ସେମିତି ୨୦-୦୪-୨୦୨୨ରେ ଷ୍ଟ୍ରେଚରେ ରୋଗୀ ନେବାକୁ ହେଲେ କେମିତି ରୋଗୀଙ୍କ ସଂପର୍କୀୟଙ୍କୁ ନିଜ ମୋବାଇଲ୍ ବନ୍ଧା ରଖିବାକୁ ପଡୁଥିଲା, ସେ ଖବର ଓଟିଭିରେ ପ୍ରସାରିତ ହେବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଆଉ ଗତ ଅଗଷ୍ଟ ୧ରେ ମେଡିକାଲ ଭିତରେ ପାଣିର ସୁଅ, ଯେମିତି ପୁରା ଢିଲା ବ୍ୟବସ୍ଥାର ପୋଲ୍ ଖୋଲି ଦେଇଥିଲା। ତେଣେ ଏସବିବି ମେଡିକାଲ ଇଲେକ୍ଟ୍ରିକ୍ ମେଣ୍ଟେନାନ୍ସ୍ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଉପରକୁ ଦୋଷ ଠେଲି ନିଜ ଅସହାୟତା ପ୍ରକାଶ କରିଛନ୍ତି ଅଧୀକ୍ଷକ।

Advertisment
Odisha Cuttack SCB Medical
Advertisment
Advertisment