Advertisment

Asian Games: ଷ୍ଟିପଲଚେଜ୍‌ ଓ ସଟ୍‌ପୁଟ୍‌ରେ ସ୍ୱର୍ଣ୍ଣ ଜିତିଲା ଭାରତ

ଏସିଆନ୍ ଗେମ୍ସରେ ସଟପୁଟ୍‌ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ। ସଟ୍‌ପୁଟ୍‌ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ତଜିନ୍ଦର ପାଲ୍‌ ସିଂ ତୁର। ୨୦.୩୬ ମିଟର ପର୍ଯ୍ୟନ୍ତ ଥ୍ରୋ କରି ଏହି ସଫଳତା ନିଜ ନାମରେ କରିଛନ୍ତି ତଜିନ୍ଦର ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Avinash Salve

Avinash Salve

୧୯ତମ ଏସିଆନ୍ ଗେମ୍ସର ଆଥଲେଟିକ୍ସ ଇଭେଣ୍ଟ୍ସରେ ଆଉ ଏକ ଗୋଲ୍ଡ ମେଡାଲ ନିଜ ନାମରେ କରିଛି ଭାରତ। ୩ ହଜାର ମିଟର ଷ୍ଟିପଲଚେଜ୍‌ରେ ଭାରତର ଅବିନାଶ ସାବଲେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଚଳିତ ଏସିଆନ୍ ଗେମ୍ସରେ ଏହା ହେଉଛି ଭାରତର ଦ୍ୱାଦଶ ସ୍ୱର୍ଣ୍ଣ ପଦକ ଓ ଆଥଲେଟିକ୍ସ ଇଭେଣ୍ଟରେ ତୃତୟ । ପ୍ରଥମ ଭାରତୀୟ ଭାବେ ଅବିନାଶ ସାଲଭେ ଷ୍ଟିପଲଚେଜ୍‌ରେ ଗୋଲ୍ଡ ମେଡାଲ ଜିତିଛନ୍ତି ।

Advertisment


Advertisment

— SAI Media (@Media_SAI) October 1, 2023

ସେହିପରି ଏସିଆନ୍ ଗେମ୍ସରେ ସଟପୁଟ୍‌ ଇଭେଣ୍ଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ। ସଟ୍‌ପୁଟ୍‌ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ତଜିନ୍ଦର ପାଲ୍‌ ସିଂ ତୁର। ୨୦.୩୬ ମିଟର ପର୍ଯ୍ୟନ୍ତ ଥ୍ରୋ କରି ଏହି ସଫଳତା ନିଜ ନାମରେ କରିଛନ୍ତି ତଜିନ୍ଦର । ଏହି ଦୁଇ ସ୍ୱର୍ଣ୍ଣ ପଦକ ସହ ଭାରତ ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଭାରତ ଏ ପର୍ଯ୍ୟନ୍ତ ୧୩ ସ୍ୱର୍ଣ୍ଣ, ୧୭ଟି ସିଲଭର୍, ୧୬ଟି ବ୍ରୋଞ୍ଜ୍ ପଦକ ସହ ମୋଟ୍ ୪୬ଟି ପଦକ ନିଜ ନାମରେ କରିଛି।

India Asian Games
Advertisment
Advertisment