• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତେଲେଙ୍ଗାନାକୁ ଭେଟି । ଆଜି ମେହବୁବନଗର ଜିଲ୍ଲାରେ ୧୩ ହଜାର କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଡ଼କ, ରେଳପଥ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଉଚ୍ଚଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଅନେକ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ପ୍ରକଳ୍ପ ମଧ୍ୟରେ ପ୍ରମୁଖ ରହିଛି ୱରଙ୍ଗଲରୁ ଖମାମ ପର୍ଯ୍ୟନ୍ତ ୧୦୮ କି.ମି. ଦୀର୍ଘ ଚାରିଲେନ ବିଶିଷ୍ଟ ଗ୍ରୀନ ଫିଲ୍ଡ ହାଇୱେ ଏବଂ ୯୦ କିଲୋମିଟର ଦୀର୍ଘ ଖମାମ-ବିଜୟୱାଡା ସେକ୍ସନର ଏନଏଚ-୧୬୩ ଗ୍ରୀନଫିଲ୍ଡ ହାଇୱେ । ଏହି ସଡକ ପ୍ରକଳ୍ପ ଦ୍ୱୟ ୬୪୦୦କୋଟି ଟଙ୍କା ବ୍ୟୟରେ ବିକଶିତ ହେବ । ଏହି ପ୍ରକଳ୍ପ ସମ୍ପର୍ଣ୍ଣ ହେଲେ ୱାରଙ୍ଗଲ ଓ ଖମାମ୍ ମଧ୍ୟରେ ଦୂରତା ୧୪କିଲୋମିଟର ଏବଂ ଖମାମ ଓ ବିଜୟୱାଡା ମଧ୍ୟରେ ଦୂରତା ୨୭କିଲୋମିଟର ହ୍ରାସ ପାଇବ ।

ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଇଦ୍ରାବାଦର କଚେଗୁଡା-ରାୟଚୁର ଟ୍ରେନ ସେବାକୁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ, ଦେଶର ଅନେକ ପ୍ରମୁଖ ଅର୍ଥନୈତିକ କରିଡର ତେଲେଙ୍ଗାନା ଦେଇ ଯାଉଛି । ସମସ୍ତ ରାଜ୍ୟକୁ ପୂର୍ବ ଏବଂ ପଶ୍ଚିମ ଉପକୂଳ ସହିତ ଯୋଡିବା ପାଇଁ ଏହା ଏକ ମାଧ୍ୟମ ହେବ ।