/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697462605.jpg)
Begunia Police Station
ବଦଳିଲେ ବେଗୁନିଆ ଥାନା IIC ।ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା IIC ବିଶ୍ୱଜିତ ରାଉତରାୟଙ୍କୁ ବଦଳି କରାଯାଇଛି । IICଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି ଖୋର୍ଦ୍ଧା ଏସ୍.ପି । ଥାନାରେ ଥିବା ଜବତ ବାଣ ଓ ମଦ ଚାଲାଣ ଘଟଣାରେ ବିବାଦୀୟ ଥିଲେ IIC ।ତେବେ IICଙ୍କ ସହ ଅନ୍ୟ କିଛି ପୋଲିସ କର୍ମଚାରୀଙ୍କୁ ମଧ୍ୟ ଅଦଳବଦଳ କରାଯାଇଥିବା ସୂଚନା ମିଳିଛି ।
ମଦ ବିରୋଧୀ ଅପରେସନକୁ ନେଇ ଖୋର୍ଦ୍ଧା ବେଗୁନିଆ ପୋଲିସର ଡବଲ୍ ରୋଲ୍ ଦେଖିବାକୁ ମିଳିଥିଲା । ଗୋଟିଏ ଗୋଷ୍ଠୀ ରେଡ୍ କରି ବାଣ ସହ ମଦ ଜବତ କରୁଥିବାବେଳେ ଆଉ ଏକ ଗୋଷ୍ଠୀ ସେହି ସାମଗ୍ରୀକୁ ଚୋରାଚାଲାଣ କରୁଥିଲା ।ଏପରି ଚିତ୍ର ସାମ୍ନାକୁ ଆସିବା ପରେ ଖୋଲିଥିଲା ଖାକି ବାବୁଙ୍କ ପୋଲ୍ ।
ପୋଲିସର ଏଭଳି ଦୋ ମୁହାଁ ନୀତି ଧରାପଡ଼ିବା ପରେ ଜନତା ଖଡଗହସ୍ତ ହୋଇଥିବାବେଳେ କାନ୍ଦୁଣୁ ମାନ୍ଦୁଣୁ ପୋଲିସ । ଗୋଡ଼ହାତ ଧରି ନେହୁରା ହୋଇଥିଲେ ।ଯାହାର ଭିଡ଼ିଓ ସାମ୍ନାକୁ ଆସିବା ପରେ ପୋଲିସର ଦାୟିତ୍ୱପଣିଆକୁ ନେଇ ପ୍ରଶ୍ନ ଉଠିଥିଲା ।ପରେ ଏହି ଘଟଣାର ତଦନ୍ତ କରି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା IIC ବିଶ୍ୱଜିତ ରାଉତରାୟଙ୍କୁ ବଦଳି କରାଯାଇଛି । IICଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି ଖୋର୍ଦ୍ଧା ଏସ୍.ପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)