/odishatv-khabar/media/post_attachments/uploadimage/library/16_9/16_9_0/Bar___Pub_1697515896.jpg)
Bar & Pub
କ୍ରାଇମବ୍ରାଞ୍ଚ ସ୍କାନରରେ ରାଜଧାନୀର ବାର୍ ଓ ପବ । ଡ୍ୟାନ୍ସ ବାର ଓ ପବ ଭିତରେ ଡ୍ରଗ୍ସ କାରବାର ନେଇ ଗୁଇନ୍ଦା ତଥ୍ୟ ପହଞ୍ଚିଛି STF ପାଖରେ । ଏଣୁ ଖୁବଶୀଘ୍ର ବେଆଇନ ଡ୍ରଗସ କାରବାରରେ ଲିପ୍ତ ବାର ମାନଙ୍କ ଉପରେ ରେଡ୍ କରିବାକୁ ସଜବାଜ ହେଉଛି ଏସଟିଏଫ ଓ ଅବକାରୀ ବିଭାଗ । ସେପଟେ କେନ୍ଦୁଝର ଯୋଡା ଅଞ୍ଚଳରୁ ଜଣେ କୋର୍ଟ କର୍ମଚାରୀଙ୍କୁ ଅଧକେଜି ବ୍ରାଉନସୁଗାର ସହ ଗିରଫ କରିଛି ଏସଟିଏଫ । ସେହିପରି ରାଜଧାନୀ ଭୁବନେଶ୍ୱରରୁ ଗୋଡାଇ ଗୋଡାଇ ଗଞ୍ଜେଇ ଭର୍ତ୍ତି କାର ଜବତ କରିଛି ଏସଟିଏଫ ।
ବାରରେ ଚାଲିଛି ଡ୍ରଗ୍ସ କାରବାର । ହୁକା ବାରରେ ନାଁରେ ଡ୍ରଗସ ନେଉଛନ୍ତି ଯୁବକ ଯୁବତୀ । ଧଳାଜହର କବଜାରେ ପଡି ମତୁଆଲା ହେଉଛନ୍ତି ଯୁବପିଢୀ । ଚାରିଆଡେ ଏବେ ଧଳାଜହର କାରାବାର ମାଡି ଚାଲିଥିବା ବେଳେ, ବିଭିନ୍ନ ଡ୍ୟାନ୍ସ ବାର, ନାଇଟ କ୍ଲବ ଓ ପବରେ ଡ୍ରଗ୍ସ କାରବାର ହେଉଥିବା ଖବର ପାଇଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ବିଭିନ୍ନ ବାର ଓ ପବ୍କୁ ଏସଟିଏଫ ସ୍କାନରରେ ଥିବା ବେଳେ ଖୁବଶୀଘ୍ର ହୋଇପାରେ ରେଡ୍ । ସେପଟେ ଅବକାରୀ ବିଭାଗ ବି ଚଢାଉ କରିବାକୁ ହେଉଛି ସଜବାଜ ।
ଏପଟେ ପାର୍ବଣ ସମୟରେ ନିଶା ବେପାରୀ ଫୁଲ ଆକ୍ଟିଭ । ଏଣୁ ଗୁଇନ୍ଦାକୁ ସକ୍ରିୟ କରିଛି ପୋଲିସ । ଆଜି କେନ୍ଦୁଝର ଯୋଡ଼ା ଅଞ୍ଚଳର ଜଣେ କୋର୍ଟ କର୍ମଚାରୀଙ୍କୁ ବ୍ରାଉନ ସୁଗାର ସହ ବାନ୍ଧିଛି ଏସଟିଏଫ । ସେପଟେ କମିଶନରେଟ ପୋଲିସର କ୍ରାଇମ ୟୁନିଟ କେଜି ଗଞ୍ଜେଇ ଭର୍ତ୍ତି କାରକୁ ପିଛା କରି ରାଜଧାନୀ ନୁଆଗାଁ ଅଞ୍ଚଳରୁ ଜବତ କରିଛି । ଘଟଣାରେ ୩୦ କେଜି ଗଂଜେଇ ଜବତ ସହ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)