Advertisment

DU Non Teaching Recruitment: ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଚାକିରି; ଦଶମ ପାଶ୍ ପିଲା ବି କରିପାରିବେ ଆବେଦନ

ଆପଣ ଯଦି କୌଣସି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। SOL DU ଆପଣଙ୍କ ପାଇଁ ଏହି ସୁଯୋଗ ନେଇ ଆସିଛି। ଅଣଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
sol du non teaching recruitment know how to apply

sol du non teaching recruitment know how to apply

ଆପଣ ଯଦି କୌଣସି ସରକାରୀ ଚାକିରି ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସ୍କୁଲ୍ ଅଫ୍ ଓପନ୍ ଲର୍ନିଂ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ(SOL DU) ଆପଣଙ୍କ ପାଇଁ ଏହି ସୁଯୋଗ ନେଇ ଆସିଛି। ଅଣଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି।

Advertisment

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ SOL, DU ର ଅଫିସିଆଲ୍ ୱେବସାଇଟ୍ sol.du.ac.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ SOL DU Non Teaching Recruitment Notification ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅଫିସିଆଲ୍ ବିଜ୍ଞପ୍ତି ପ୍ରକାଶ – ୧୧ ଅକ୍ଟୋବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୧ ଅକ୍ଟୋବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୪ ନଭେମ୍ବର ୨୦୨୩
Advertisment

ଖାଲି ପଦବୀ:

  • ଡେପୁଟି ରେଜିଷ୍ଟ୍ରାର – ୧ଟି ପୋଷ୍ଟ
  • ଏକାଡେମିକ୍ ସଂଯୋଜକ – ୧ଟି ପୋଷ୍ଟ
  • ସହକାରୀ ରେଜିଷ୍ଟ୍ରାର୍ – ୩ଟି ପୋଷ୍ଟ
  • ଜୁନିଅର୍ ପ୍ରୋଗ୍ରାମର୍ – ୨ଟି ପୋଷ୍ଟ
  • ଜୁନିୟର ଇଞ୍ଜିନିୟର – ୧ଟି ପୋଷ୍ଟ
  • ବରିଷ୍ଠ ସହାୟକ – ୮ଟି ପୋଷ୍ଟ
  • ବୈଷୟିକ ସହାୟକ – ୫ଟି ପୋଷ୍ଟ
  • ଷ୍ଟେନୋଗ୍ରାଫର୍ – ୩ଟି ପୋଷ୍ଟ
  • ସହାୟକ – ୧୪ଟି ପୋଷ୍ଟ
  • ଜୁନିଅର ଆସିଷ୍ଟାଣ୍ଟ – ୩୭ଟି ପୋଷ୍ଟ
  • ଡ୍ରାଇଭର – ୧ଟି ପୋଷ୍ଟ
  • ଲ୍ୟାବ ଆଟେଣ୍ଡାଣ୍ଟ – ୧ଟି ପୋଷ୍ଟ
  • ମୋଟ ପଦବୀ – ୭୭ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

  • ଦଶମ / ଦ୍ୱାଦଶ / ସ୍ନାତକ / ଡିଗ୍ରୀ / ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ / ବି.ଇ / ବି.ଟେକ୍/ମାଷ୍ଟର ଡିଗ୍ରୀ/ପିଜି
  • ସମ୍ପୃକ୍ତ ପଦବୀ ପାଇଁ ଅଭିଜ୍ଞତା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୭ ବର୍ଷ
  • ସର୍ବାଧିକ ବୟସ – ୪୫ ବର୍ଷ

ଆବେଦନ ଶୁଳ୍କ:

  • ସାଧାରଣ / ସଂରକ୍ଷିତ ବର୍ଗ – ୧୦୦୦ ଟଙ୍କା
  • OBC (NCL) / EWS ଏବଂ ମହିଳା – ୮୦୦ ଟଙ୍କା
  • SC / ST ଏବଂ PWBD – ୬୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ ଯାଞ୍ଚ

କିପରି କରିବେ ଆବେଦନ:

  • ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ sol.du.ac.inକୁ ଯାଆନ୍ତୁ
  • ଏହା ପରେ ନିଯୁକ୍ତି ଲିଙ୍କରେ କ୍ଲିକ୍ କରନ୍ତୁ
  • ବ୍ୟକ୍ତିଗତ ଡାଟା ପୂରଣ କରନ୍ତୁ ଏବଂ ସବ୍‌ମିଟ୍ କରନ୍ତୁ
  • ID ଏବଂ ପାସୱାର୍ଡ ସୃଷ୍ଟି କରନ୍ତୁ
  • ବର୍ତ୍ତମାନ ଫର୍ମ ପୂରଣ କରନ୍ତୁ ଏବଂ ସବ୍‌ମିଟ୍ କରନ୍ତୁ
  • ଏହା ପରେ, ଫର୍ମର ଏକ କପି ଡାଉନଲୋଡ୍ କରନ୍ତୁ ଏବଂ ଏହାକୁ ଆପଣଙ୍କ ପାଖରେ ରଖନ୍ତୁ
Govt Jobs Delhi University
Advertisment
Advertisment