• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦିନ ଯେତିକି ଯେତିକି ଗଡ଼ୁଛି ଇସ୍ରାଏଲ୍ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ସେତିକି ସେତିକି ବିଗୁଡ଼ୁଛି । ବର୍ତ୍ତମାନ ଏହି ଯୁଦ୍ଧକୁ ୧୦ ଦିନ ହୋଇଥିଲେ ବି ଥମିବାର ନାଁ ଧରୁନାହିଁ । ବର୍ତ୍ତମାନ ଇସ୍ରାଏଲ୍‌ ପକ୍ଷରୁ ଯୁଦ୍ଧକୁ ଆହୁରି ଜୋରଦାର କରାଯାଇପାରେ । ଆଇରନ୍‌ ଡୋମ୍‌ ପରେ ଇସ୍ରାଏଲ୍‌ ଆଇରନ୍‌ ବିମ୍‌ ନିୟୋଜିତ କରିପାରେ ବୋଲି କୁହାଯାଉଛି ।

ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ ଶୀଘ୍ର ନିୟୋଜିତ କରିବାକୁ ନେଇ ବିଚାର କରିପାରନ୍ତି । ଏନେଇ ଇସ୍ରାଏଲ୍ ଗଣମାଧ୍ୟମରେ କିଛି ରିପୋର୍ଟ ପ୍ରକାଶ ପାଇଥିବା ଜଣାପଡ଼ିଛି । ଇସ୍ରାଏଲ୍ ସୈନ୍ୟମାନେ ବର୍ତ୍ତମାନ ଆଇରନ୍ ବିମ୍ ପରୀକ୍ଷା ଆରମ୍ଭ କରୁଛନ୍ତି ।

ଆଇରନ୍ ବିମ୍ ଲେଜର ସିଷ୍ଟମ୍ କ’ଣ ?

ଆଇରନ୍ ବିମ୍ ପ୍ରଥମେ ୨୦୧୪ରେ ଆରମ୍ଭ କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଇସ୍ରାଏଲରେ ଏହା କାର୍ଯ୍ୟକାରୀ କରାଯାଇନାହିଁ । ହେଲେ ଏହା ପୂର୍ବରୁ ଆଇରନ୍‌ ଡୋମ୍‌କୁ ପ୍ରୟୋଗ କରାଯାଇଥିଲା । ରାଫେଲ ଆଡଭାନ୍ସଡ ଡିଫେନ୍ସ ସିଷ୍ଟମ ଦ୍ୱାରା ଆଇରନ୍ ବିମ୍‌କୁ ନିର୍ମାଣ କରାଯାଇଛି । ଆଇରନ୍ ବିମ୍ ସିଷ୍ଟମ୍ ହେଉଛି ଏକ ନିର୍ଦ୍ଦେଶିତ ଶକ୍ତି ଅସ୍ତ୍ର (Directed energy weapon) । ଏହା ଆଖି ପିଛୁଳାକେ ଶତ୍ରୁ ପକ୍ଷର ଅନେକ କ୍ଷତି କରିପାରେ। ଇନଷ୍ଟିଚ୍ୟୁଟ୍ ଫର ନ୍ୟାସନାଲ ସିକ୍ୟୁରିଟି ଷ୍ଟଡିଜର ଡ. ୟେହୋଶୁଆ କାଲିସ୍କି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ସେ, କହିଛନ୍ତି ଏହା କେତେ ସମୟ ଲାଗିବ ତାହା ଅନିଶ୍ଚିତ । ହେଲେ ଏହି ସିଷ୍ଟମ ଖୁବଶୀଘ୍ର କାର୍ଯ୍ୟକ୍ଷମ ହୋଇପାରେ । ଏହା ଏକ ସ୍ୱତନ୍ତ୍ର ବ୍ୟବସ୍ଥା ନୁହେଁ । ଏହା ସମସ୍ତ ବାୟୁ ପ୍ରତିରକ୍ଷା ସହିତ ଯୋଡି ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।