/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697525510.jpg)
Supreme Court
ସମଲିଙ୍ଗୀ ବିବାହକୁ ନେଇ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ, ସେନେଇ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ତପୀଠ କହିଛନ୍ତି ଯେ, ସମଲିଙ୍ଗୀ ଯୋଡ଼ିଙ୍କୁ କୌଣସି ମତେ ଭେଦଭାବ କରାଯାଇପାରିବନି । ପୋଲିସ୍ ସେମାନଙ୍କୁ ହଇରାଣ କରିପାରିବେନି । ମଣିଷ ସ୍ୱାଭାବିକ ଭାବେ ସାଥୀ ଖୋଜିଥାଏ । ପ୍ରେମ ମଣିଷର ସ୍ୱାଭାବିକ ପ୍ରକୃତି । ବିବାହ ଅଧିକାର ଉପରେ ସରକାର କମିଟି ଗଠନ କରନ୍ତୁ ।
ଆହୁରି କୁହାଯାଇଛି ଯେ, ପାର୍ଲାମେଣ୍ଟର ଅଧିକାରରେ କୋର୍ଟ ପ୍ରବେଶ କରିପାରିବନି । ସମଲିଙ୍ଗୀଙ୍କୁ ଅଧିକାର ଦିଅନ୍ତୁ ସରକାର । ନିଜ ସାଥୀ ବାଛିବାର ଅଧିକାର ସମସ୍ତଙ୍କୁ ମିଳିବା ଉଚିତ । ଲିଙ୍ଗ ଅନୁସାରେ ମଣିଷର ଯୌନଇଚ୍ଛା ହୋଇନଥାଏ । ବୈଷମ୍ୟ ବିରୋଧୀ ଆଇନ ଆଣିବାକୁ କହିଲେ ଖଣ୍ଡପୀଠ ।
ବୈଷମ୍ୟ ବିରୋଧୀ ଆଇନ ଆଣିବାକୁ ମତଦେଲେ ପ୍ରଧାନ ବିଚାରପତି । ସେ କହିଛନ୍ତି ଯେ, ବୈଷମ୍ୟ ବିରୋଧୀ ଆଇନ ବା ଆଣ୍ଟି ଡିସ୍ କ୍ରିମିନେସନ ଲ’ ଅଣାଯାଉ । ଜୀବନସାଥୀ ବାଛିବାରେ ସମସ୍ତଙ୍କ ଅଧିକାର ରହିଛି । ସମଲିଙ୍ଗୀ ସଂପର୍କ କେବଳ ଏକ ସହରୀ ବିଚାରଧାରା ନୁହେଁ । LGBT ବର୍ଗଙ୍କୁ ଲିଙ୍ଗଗତ କାରଣରୁ ଅଧିକାରରୁ ବଞ୍ଚିତ କରାଯାଇ ପାରିବନି । କୌଣସି ବ୍ୟକ୍ତିକୁ ହରମୋନ ଥେରାପି ପାଇଁ ବାଧ୍ୟ କରାଯାଇ ପାରିବନି । ସଂପୃକ୍ତ ବର୍ଗଙ୍କୁ ସେମାନଙ୍କ ଅଧିକାର ଦେବାକୁ ସରକାର କମିଟି କରନ୍ତୁ । ସେମାନଙ୍କୁ ରାସନ, ପିଏଫ୍ ଆଦି ମୌଳିକ ସୁବିଧା ମିଳିବା ଦରକାର । ସେମାନଙ୍କୁ ଅଧିକାର ଦେବାକୁ ନ୍ୟାୟାଳୟ ଆଇନ କରିପାରିବନି । ଏନେଇ ଏକ ସ୍ୱତନ୍ତ୍ର ବିବାହ ଆଇନ ଅଣାଯାଉ’ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)