• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜାରି ରହିଛି ବିଶ୍ୱକପ୍‌ ୨୦୨୩ ହାଇଭୋଲ୍ଟେଜ୍‌ ମ୍ୟାଚ୍‌ । ଆଉ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ । ଭାରତ ପାକିସ୍ତାନ ମ୍ୟାଚ୍‌କୁ ନେଇ କ୍ରିକେଟ୍‌ ପ୍ରେମୀଙ୍କ ମଧ୍ୟରେ ଖୁବ୍‌ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ଭାରତର ବୃହତ ବିଜୟ ଭାଲ କରିଥିଲା । ଯାହାକୁ ନେଇ କ୍ରିକେଟ୍‌ ପ୍ରେମୀମାନେ ଖୁବ୍‌ ଖୁସି ରହିଥିଲେ । ଆଉ ବାଣ ଫୁଟାଇବା ସହ ନାଚି ଗାଇ ଭାରତର ବିଜୟ ମନାଇଥିଲେ । ହେଲେ ଏହାରି ଭିତରେ ଭାରତର ବିଜୟକୁ ନେଇ ଅଭିନେତ୍ରୀଙ୍କ ଉର୍ବଶୀ ରଉତେଲାଙ୍କ ଏକ ଖବର ସାମ୍ନାକୁ ଆସିଛି ।

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଖେଳାଯାଇଥିବା ସମୟରେ ଉର୍ବଶୀ ରଉତେଲାଙ୍କ ଗୋଲ୍ଡେନ୍‌ ଆଇଫୋନ୍‌ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସେ ମ୍ୟାଚ୍‌ ଦେଖିବା ସମୟରେ ଏହି ଘଟଣା ତାଙ୍କ ସହ ଘଟିଥିବା ସେ ସୂଚନା ଦେଇଛନ୍ତି । ଉର୍ବଶୀ ରଉତେଲା ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ‘X’ରେ ଏହି ସୂଚନା ଦେଇଥିବା ଦେଖିବାକୁ ମିଳିଛି ।

ଉର୍ବଶୀ ତାଙ୍କର ‘X’ ଆକାଉଣ୍ଟରେ ଲେଖିଛନ୍ତି, ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୋର ଗୋଲ୍ଡେନ୍‌ ଆଇଫୋନ୍ ହଜିଯାଇଛି । ଯଦି କେହି ମୋର ଆଇଫୋନ୍ ପାଆନ୍ତି ତେବେ ସାହାଯ୍ୟ କରିବେ । ମୋତେ ASAP ଯୋଗାଯୋଗ କରନ୍ତୁ ବୋଲି ସେ ନିବେଦନ କରିଛନ୍ତି । ତାହାସହିତ ଉର୍ବଶୀ ତାଙ୍କର ପୋଷ୍ଟରେ ଅହମ୍ମଦାବାଦ ଷ୍ଟାଡିୟମ ଏବଂ ନରେନ୍ଦ୍ର ମୋଦି ଷ୍ଟାଡିୟମର ଆକାଉଣ୍ଟକୁ ଟ୍ୟାଗ୍ କରିଛନ୍ତି ।

ଉର୍ବଶୀ ରଉତେଲାଙ୍କ ଏହି ପୋଷ୍ଟରେ ଅହମ୍ମଦାବାଦ ପୋଲିସ ମଧ୍ୟ ପ୍ରତିକ୍ରିୟା ରୋଖିଥିଲେ । ଆଇଫୋନ୍‌ ସମ୍ପର୍କରେ ତଥ୍ୟ ମାଗିଥିଲା ପୋଲିସ । ଏଥି ସହିତ ଉର୍ବଶୀଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଅନେକ ୟୁଜର୍ସ ତାଙ୍କର ଗୋଲ୍ଡେନ୍‌ ଆଇଫୋନ୍‌କୁ ନେଇ ବିଭିନ୍ନ ପ୍ରଶ୍ନ କରିବା ସହ ଆପଣ କ’ଣ ଛୋଟ ଝିଅ ବୋଲି ମଧ୍ୟ କହିଛନ୍ତି କିଛି ୟୁଜର୍ସ ।