• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଧରାପୃଷ୍ଠକୁ ଯୀଶୁଙ୍କ ଆଗମନ ପରେ ଉତ୍ସବମୁଖର ପରିବେଶ । ଗାଁଠୁ ସହର ସବୁଠି ଖେଳିଯାଇଛି ବଡ଼ଦିନର ଆନନ୍ଦ ଉଲ୍ଲାସ । ରାଜ୍ୟସାରା ଧୁମଧାମରେ ସେଲିବ୍ରେସନ୍ ଚାଲିଥିଲା ବେଳେ ଭାଟିକାନସିଟିରେ ବି କ୍ରିସମାସ୍ ପାଳନ କରିଥିଲେ ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଗୁରୁ ପୋପ୍ ଫ୍ରାନସିସ୍ ।

ଭାଟିକାନସିଟିର ସେଣ୍ଟ ପିଟର୍ସ ବାସିଲିକା ସହର । ଗ୍ୟାଲେରିରେ ଥିଲେ ହଜାର ହଜାର ଶ୍ରଦ୍ଧାଳୁ । ସମସ୍ତଙ୍କ ଅପେକ୍ଷା ଥିଲା ଏଇ ମୁହୂର୍ତ୍ତକୁ । ନିର୍ଦ୍ଧାରିତ ସମୟରେ ଖ୍ରୀଷ୍ଟଧର୍ମର ସର୍ବୋଚ୍ଚ ଗୁରୁଙ୍କ ହଲ୍ ପ୍ରବେଶ କରିବା ପରେ, ଶିଶୁ ଯୀଶୁଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିବା ସହ ପୂରା ବାସିଲିକା ସ୍କୋୟାରରେ ଖେଳିଯାଇଥିଲା ଆଧ୍ୟାତ୍ମିକତାର ବାତାବରଣ ।

ଏପଟେ ବଡ଼ଦିନ ପାଇଁ ଉତ୍ସବମୁଖର ରହିଛି ସାରା ରାଜ୍ୟ । ମଧ୍ୟରାତ୍ରିରେ ପ୍ରଭୁ ଯୀଶୁ ମେରୀଙ୍କ କୋଳମଣ୍ଡନ କରିବା ପରେ ଆରମ୍ଭ ହୋଇ ଯାଇଥିଲା ସେଲିବ୍ରେସନ୍ । ଆଜି ସକାଳୁ ରାଜ୍ୟର ସବୁ ଚର୍ଚ୍ଚରେ ଲାଗିଯାଇଥିଲା ଭିଡ଼ । କଟକ କ୍ୟାଣ୍ଟେନମେଣ୍ଟ ସ୍ଥିତ କ୍ୟାଥୋଲିକ ଚର୍ଚ୍ଚରେ ପାଳିତ ହୋଇ ଯାଇଛି ବଡ଼ଦିନ । ସକାଳେ ଆୟୋଜନ ହୋଇଥିଲା ସାମୂହିକ ପ୍ରାର୍ଥନା ।

କ୍ୟାଣ୍ଡେଲ ଜାଳି ଯୀଶୁଙ୍କ ଆଶିଷ ଲାଭ ପରେ ପରସ୍ପରକୁ ଜଣାଇଥିଲେ ଶୁଭେଚ୍ଛା ଓ ଶୁଭକାମନା । କନ୍ଧମାଳ ଜିଲ୍ଲାରେ ବି କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଜାକଜମକରେ ପାଳିତ ହୋଇଛି କ୍ରିସମାସ୍ । ବଡ଼ଦିନ ଅବସରରେ ଜିଲ୍ଲାର ଫୁଲବାଣୀ, ଜି. ଉଦୟଗିରି, ବାଲିଗୁଡ଼ାରେ ଥିବା ଚର୍ଚ୍ଚଗୁଡ଼ିକରେ ବହୁ ସଂଖ୍ୟାରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଭିଡ଼ ଜମିଥିଲା ।

ସେହିଭଳି ଭୁବନେଶ୍ବରରୁ ବାଲେଶ୍ବର....ବଲାଙ୍ଗିର ହେଉ ଅବା ବ୍ରହ୍ମପୁର... ରାଉରକେଲା କି ଜୟପୁର । ବଡ଼ଦିନ ପାଇଁ ସବୁ ସହର ଉତ୍ସବମୁଖର, ସବୁଠି ଫେଷ୍ଟିଭ୍ ମୁଡ୍ । କେଉଁଠି ଘରେ ଘରେ ଜମିଥିଲା ବଡ଼ଦିନ ଆସର ତ, କେଉଁଠି ସାଣ୍ଟା ସହ ଚାଲିଥିଲା ମଜାମସ୍ତି । ଏପଟେ ନନ୍ଦନକାନନ ହେଉ କି ଭିତରକନିକା, କୋଣାର୍କ ହେଉ ଅବା ଚିଲିକା । ବଡ଼ଦିନରେ ଖଚାଖଚ୍ ଥିଲା ରାଜ୍ୟର ସବୁ ପିକନିକ୍ ସ୍ପଟ୍, ସବୁ ପର୍ଯ୍ୟଟନସ୍ଥଳୀ ।

ନୂଆବର୍ଷ ଆସିବା ପୂର୍ବରୁ ବୁଲାବୁଲି ଓ ଭୋଜିଭାତର ଆସର ସାଙ୍ଗକୁ ଜମୁଛି ମଉଜ ମଜଲିସର ଆସର ।