Advertisment

ବାଣୀବିହାର କମ୍ପୁଟର ସାଇନ୍ସ ସ୍ନାତକ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ବାର୍ଷିକ ବନ୍ଧୁମିଳନ

ନିଜର ଯନ୍ତ୍ର ଚାଳିତ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବିରତି ଦେଇ ବିଶ୍ୱର ପନ୍ଦରରୁ ଅଧିକ ଦେଶରେ ଖେଳାଇ ହୋଇରହିଥିବା ପୁରାତନ ଛାତ୍ରଛାତ୍ରୀମାନେ ବହୁଳ ଭାବେ ଯୋଗଦାନ ଦେଇ ଏହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ l

author-image
Santosh Kumar Sahoo
Utkal University

Utkal University

ଉତ୍କଳ ବିଶ୍ୱବିଦ୍ୟାଳୟର ଏମ.ସି.ଏ ବିଭାଗର ୧୮ ତମ ବାର୍ଷିକ ପୁରାତନ ଛାତ୍ରଛାତ୍ରୀ ମିଳନ ଡିସେମ୍ବର ୨୩ରେ ଅନୁଷ୍ଠିତ ହୋଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା କମ୍ପ୍ୟୁଟର ଡିପାର୍ଟମେଣ୍ଟରେ ସଭାପତି ସୁରଜ କୁମାର ବେହେରାଙ୍କ ଅଧକ୍ଷତାରେ ଏହି ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା।

Advertisment

ନିଜର ଯନ୍ତ୍ର ଚାଳିତ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବିରତି ଦେଇ ବିଶ୍ୱର ବିଭିନ୍ନ କୋଣରୁ ଯଥା ଆମେରିକା, କାନାଡ଼ା, ଇଉରୋପ,ଇଂଲଣ୍ଡ, ଜାପାନ, ସିଙ୍ଗାପୁର ଆଦି ବିଶ୍ୱର ପନ୍ଦରରୁ ଅଧିକ ଦେଶରେ ଖେଳାଇ ହୋଇରହିଥିବା ପୁରାତନ ଛାତ୍ରଛାତ୍ରୀମାନେ ବହୁଳ ଭାବେ ଯୋଗଦାନ ଦେଇ ଏହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ l

ପ୍ରଥମ ବ୍ୟାଚ ୧୯୯୩ ରୁ ୨୦୨୫ ମସିହା ଯାଏଁ, ୩0ଟି ବ୍ୟାଚର ୨ ଶହରୁ ଅଧିକ ଛତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ନିଜର ବିତିଯାଇଥିବା ଦିନର ସ୍ମରଣୀୟ ମୂହୁର୍ତ୍ତ ଗୁଡ଼ିକର ପୁନଃରୁଦ୍ଧାର କରି ଭାବ ବିହ୍ଵଳ ହୋଇଥିଲେ l

Advertisment

ପ୍ରାରମ୍ଭରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରଦୀପ ପ୍ରଜ୍ୱଳନ କରିଥିଲେ l ପ୍ରାରମ୍ଭିକ ସଙ୍ଗୀତ ପରେ ସଭାପତି ସୁରଜ ବେହେରା ଅଭିଭାଷଣ ଦେଇଥିଲେ l ଡିପାର୍ଟମେଣ୍ଟର ମୁଖ୍ୟ ଡା. ପ୍ରଫୁଲ ଚନ୍ଦ୍ର ବେହେରାଙ୍କ ଉଦବୋଧନ ପରେ, କୁଳପତିଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା କମ୍ପୁଟର ସାଇନ୍ସ ବିଭାଗର ଜର୍ଣ୍ଣାଲ ଉନ୍ମୋଚିତ ହୋଇଥିଲା l ମୁଖ୍ୟ ବକ୍ତା ତଥା ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରଫେସର ଅଜୟ କୁମାର ବିଶୋଇ ମହୋଦୟ ଓ ଅତିଥି ବକ୍ତା ପ୍ରଫେସର ପ୍ରମୋଦ କୁମାର ମେହେର, ପ୍ରଫେସର ନିବେଦିତା ମାମ, ଡା. ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଉଦବୋଧନ ଛାତ୍ରଛାତ୍ରୀମାନଙ୍କୁ ବିଶେଷ ଭାବେ ପ୍ରୋତ୍ସାହିତ କରିଥିଲା l

ପୁରାତନ ଛାତ୍ର ବିଶ୍ୱଜିତ ସେନାପତିଙ୍କ ଦ୍ୱାରା ବାର୍ଷିକ ଅଭିଭାଷଣ ପାଠ, ଅଭିଷେକ ସାହୁଙ୍କ ଦ୍ୱାରା ଧନ୍ୟବାଦ ଅଭିଭାଷଣ ପ୍ରଦାନ ସହ ପରମ୍ପରା ଅନୁଯାୟୀ ଷଷ୍ଠ ବ୍ୟାଚ୍‌ (1995-1998 )ବ୍ୟାଚର ଉପସ୍ଥିତ ଥିବା ସିଲଭର ଜୁବୁଲିଙ୍କ(ବିବେକ ପଟ୍ଟନାୟକ, ହିମାଂଶୁ ପଟ୍ଟନାୟକ, ସୌମ୍ୟ ଦେବ, ସତ୍ୟନାରାୟଣ ଓଝା, ହଳଧର ରାଉତ, ଅନସୂୟା ପଣ୍ଡା ) ଦ୍ୱାରା କେକ୍ କଟା ଉତ୍ସବଟିକୁ ଆନନ୍ଦ ମୁଖରିତ କରିଥିଲା l ଅନୁଗ୍ରହୀ ଛାତ୍ରଛାତ୍ରୀ ଓ ସେମାନଙ୍କ ପିଲାମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ୍ ଚିତାକର୍ଷକ ଥିଲା l

ଆଲୁମିନିମାନଙ୍କର ବିଗତ ସ୍ମୃତି ଚାରଣ, ବ୍ୟାଚ ଅନୁଯାୟୀ ଫୋଟୋ ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ କମ୍ପୁଟର ଡିପାର୍ଟମେଣ୍ଟର ବାର୍ଷିକ ପତ୍ରିକା ଜୁମାର ଉନ୍ମୋଚନ(ଷଷ୍ଠ ଏଡିସନ) ପାଇଁ ମିସ୍‌ କଥାନି ସୂଚନା ଦେଇଥିଲେ l ବିଶେଷ କରି ନିକଟ ଅତୀତରେ ଉତ୍କଳ ୟୁନିଭର୍ସିଟିର କମ୍ପୁଟର ସାଇନ୍ସ ଡିପାର୍ଟମେଣ୍ଟ ଆୟୋଜନ କରିଥିବା ଟେକ୍ ଫେଷ୍ଟର ସଫଳତା, ଯୁବ ଓଡ଼ିଶା ଖେଳ କାର୍ଯ୍ୟକ୍ରମରେ ଯୋଗ ଦେଇ କମ୍ପୁଟର ସାଇନ୍ସ ଡିପାର୍ଟମେଣ୍ଟ ଜିତିଥିବା ଟ୍ରଫି ଓ ଗତ ବର୍ଷ ବିଶ୍ୱବିଦ୍ୟାଳୟ ସ୍ତରୀୟ କ୍ରିକେଟମ୍ୟାଚର ସଫଳତାର ଚର୍ଚ୍ଚା ହୋଇଥିଲା l ସର୍ବୋପରି କାର୍ଯ୍ୟକ୍ରମର ସଫଳତା ପାଇଁ ସଭାପତି ସୁରଜ କୁମାର ବେହେରା, ଆଲୁମିନିର ଉପସଭାପତି ସବନମ ଚୌଧୁରୀ ଓ ସାଧାରଣ ସମ୍ପାଦକ ଅବିନାଶ ନାୟକ, ପ୍ରଭୁଦତ୍ତ ରାଉତ, ଅଭିଷେକ ସାହୁ, ତେହସିନ ବନୋ, ବ୍ୟାଚ ୨୪, ୨୫ଙ୍କୁ ପ୍ରତିନିଧିତ୍ୱ କରୁଥବା ଛାତ୍ର ଅର୍ପଣ ସିଂହ ଆଦିଙ୍କ ଅବଦାନ ଖୁବ ପ୍ରଶଂସା ଯୋଗ୍ୟ l

Odisha News Utkal University
Advertisment
Advertisment