/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703480210.jpg)
Air Strike in Gaza
ଥମୁନି ଇସ୍ରାଏଲ-ଗାଜା ଯୁଦ୍ଧ। ଗାଜାର ଶରଣାର୍ଥୀ କ୍ୟାମ୍ପ ଉପରେ ଇସ୍ରାଏଲର ଆକ୍ରମଣ। ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜା ଉପରେ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି । ଏୟାରଷ୍ଟ୍ରାଇକରେ ୬୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଆଗକୁ ଏହି ସଂଖ୍ୟା ଆହୁରି ମଧ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ମୃତକଙ୍କ ମଧ୍ୟରେ ୧୨ ମହିଳା ଓ ୭ ଶିଶୁ ରହଛନ୍ତି । ତେବେ ଏଯାବତ୍ ଯୁଦ୍ଧରେ ୨୦ ହଜାରରୁ ଅଧିକ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅଢେଇ ଲକ୍ଷ ନାଗରିକ ବିସ୍ଥାପିତ ହୋଇଥିବା ସୂଚନା ରହିଛି ।
ତେବେ ଏନେଇ ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ଖ୍ରୀଷ୍ଟ୍ମାସ୍ ପୂର୍ବ ସଂନ୍ଧ୍ୟା ଗାଜା ପାଇଁ ସବୁଠାରୁ ଘାତକ ଥିଲା। ଗାଜାର ଏକ ଶରଣାର୍ଥୀ କେନ୍ଦ୍ର ଉପରେ ଇସ୍ରାଏଲ୍ ସେନା ଏୟାରଷ୍ଟ୍ରାଇକ୍ କରିଥିଲା। ଯାହାଫଳରେ ୬୮ ଜଣଙ୍କ ମୃତ୍ୟୁ ହୋଇଥିଲା। ସେପଟେ ହମାସ ଟନେଲରେ ୫ ଇସ୍ରାଏଲ ପଣବନ୍ଦୀଙ୍କ ମୃତଦେହ ପଡ଼ିଥିବା କହିଲା IDF । ସେମାନଙ୍କୁ ହମାସ ହତ୍ୟା କରିଥିବା ନେଇ ଦାବି କରିଛି IDF ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)