Advertisment

ରବିବାର ‘ଡଙ୍କି’ର ରୋଜଗାରରେ ୩୦ ପ୍ରତିଶତ ବୃଦ୍ଧି, ଜାଣନ୍ତୁ କେତେ…

ଶାହରୁଖ ଖାନଙ୍କ ‘ଡଙ୍କି’ ପ୍ରଭାସଙ୍କ ‘ସାଲାର’ ସହ ସଂଘର୍ଷ କରିବା ପରେ ମଧ୍ୟ ବକ୍ସ ଅଫିସରେ ଭଲ ରୋଜଗାର କରିବାରେ ସଫଳ ହୋଇଛି। ବିଶେଷକରି ଚତୁର୍ଥ ଦିନ ବା ରବିବାର ଦିନ ‘ଡଙ୍କି’ର ରୋଜଗାରରେ ୩୦ ପ୍ରତିଶତ ବଢିଛି। ତେବେ ଆସନ୍ତୁ ଶାହାରୁଖ ଖାନଙ୍କ ଫିଲ୍ମ ଚତୁର୍ଥ ଦିନରେ କେତେ ରୋଜଗାର କରିଛି ଜାଣିବା।

author-image
Pramod Behera
shahrukh khan dunki box office collection day 4

shahrukh khan dunki box office collection day 4

ବଲିଉଡ୍‌ ସୁପର୍‌ଷ୍ଟାର୍‌ ଶାହରୁଖ ଖାନ ଦୀର୍ଘ ପାଞ୍ଚ ବର୍ଷ ପରେ ଚଳିତ ବର୍ଷ ପ୍ରେକ୍ଷାଳୟକୁ ଫେରିଥିଲେ ଆଉ ତାଙ୍କ ଫେରିବା ବଲିଉଡ୍‌ର ଭାଗ୍ୟକୁ ପରିବର୍ତ୍ତନ କରିଥିଲା। ସେ ଦମଦାର୍ ଭୂମିକା ନେଇ ପରଦାକୁ ଫେରିଥିଲେ। କିଙ୍ଗ ଖାନ ଚଳିତ ବର୍ଷ ପ୍ରେକ୍ଷାଳୟରେ ସିନେମାର ଲାଇନ୍ ଲଗେଇଦେଇଛନ୍ତି, ପଛକୁ ପଛ ତାଙ୍କର ୩ଟି ଫିଲ୍ମ ସାମ୍ନାକୁ ଆସିଛି।

Advertisment

ଶାହରୁଖ ଖାନଙ୍କ ବର୍ଷ ଆରମ୍ଭ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ 'ପଠାନ'ରୁ ହୋଇଥିଲା। ପରେ ତାଙ୍କର 'ଜୱାନ' ମୁକ୍ତିଲାଭ କରିଥିଲା ​​ଏବଂ ବର୍ତ୍ତମାନ କିଙ୍ଗ ଖାନଙ୍କ ଶେଷ ଚଳଚ୍ଚିତ୍ର 'ଡଙ୍କି' ମଧ୍ୟ ମୁକ୍ତିଲାଭ କରିଛି।

ଡିସେମ୍ବର ୨୧ରେ ଶାହରୁଖ ଖାନଙ୍କ ‘ଡଙ୍କି’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​ଏବଂ ପ୍ରଥମ ଦିନରେ ବକ୍ସ ଅଫିସରେ ଭଲ ରୋଜଗାର ମଧ୍ୟ କରିଥିଲା।​ ଏହି ଫିଲ୍ମ ପ୍ରଥମ ଦିନରେ ପାଖାପାଖି ୩୦ କୋଟି ଟଙ୍କାର ଜବରଦସ୍ତ ରୋଜଗାର କରିଥିଲ।

Advertisment

ଆଡ୍‌ଭାନ୍ସ ବୁକିଂ ସମୟରେ ଏହି ଫିଲ୍ମ ୧୫.୪୧ କୋଟି ଟଙ୍କା ସଂଗ୍ରହ କରିଥିଲା। ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଭାସଙ୍କ ଅଭିନୀତ ‘ସାଲାର’ ସହ ସଂଘର୍ଷ କରିବା ପରେ ମଧ୍ୟ ବକ୍ସ ଅଫିସରେ ଭଲ ରୋଜଗାର କରିବାରେ ସଫଳ ହୋଇଛି। ବିଶେଷକରି ଚତୁର୍ଥ ଦିନ ବା ରବିବାର ଦିନ ‘ଡଙ୍କି’ର ରୋଜଗାରରେ ୩୦ ପ୍ରତିଶତ ବଢିଛି। ତେବେ ଆସନ୍ତୁ ଶାହାରୁଖ ଖାନଙ୍କ ଫିଲ୍ମ ଚତୁର୍ଥ ଦିନରେ କେତେ ରୋଜଗାର କରିଛି ଜାଣିବା।

ଶାହରୁଖ ଖାନଙ୍କ ‘ଡଙ୍କି’ ୨୯.୨ କୋଟି ଟଙ୍କା ରୋଜଗାର ସହିତ ଖାତା ଖୋଲିଥିଲା। ଚଳଚ୍ଚିତ୍ରଟି ଦ୍ୱିତୀୟ ଦିନରେ ୩୧.୧୦ କୋଟି ରୋଜଗାର କରିଥିବା ବେଳେ ତୃତୀୟ ଦିନରେ ମାତ୍ର ୨୦.୧୨ କୋଟି ଟଙ୍କା ରୋଜଗାର କରିପାରିଥିଲା। କିନ୍ତୁ, ଚତୁର୍ଥ ଦିନରେ, ଫିଲ୍ମର ରୋଜଗାରରେ ଏକ ଜବରଦସ୍ତ ଲମ୍ପ ଦେଖିବାକୁ ମିଳିଥିଲା।

ରବିବାର ଦିନ ଶାହରୁଖ ଖାନଙ୍କ ଫିଲ୍ମ ୨୫.୭୧ କୋଟି ଟଙ୍କା ରୋଜଗାର କରି ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏହା ସହିତ ‘ଡଙ୍କି’ର ମୋଟ ରୋଜଗାର୧୦୬ କୋଟିରେ ପହଞ୍ଚିଛି। ୧୦୦କୋଟି ଟଙ୍କା ଅତିକ୍ରମ କରିବାରେ ଶାହରୁଖ ଖାନଙ୍କ ‘ଡଙ୍କି’ ଅଭିନେତାଙ୍କ ଚତୁର୍ଥ ଫିଲ୍ମ ହୋଇଯାଇଛି। ସେହିପରି ଏହା ସାରା ବିଶ୍ୱରେ ୨୦୦ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି।

ଏକ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୪ ଶୁକ୍ରବାର ଦିନ ‘ଡଙ୍କି’ ସମଗ୍ର ଦେଶରେ ୪୯.୬୭% ହିନ୍ଦୀ ଅଞ୍ଚଳକୁ ଦଖଲ କରିଛି। ଏହା ସହ ଏହା ଭାରତରେ ୧୦୦ କୋଟି ଟଙ୍କା ଅତିକ୍ରମ କରିଛି। ତେବେ ଭଲ ରୋଜଗାର ସତ୍ତ୍ୱେ ଶାହରୁଖ ଖାନଙ୍କ ପୂର୍ବ ଦୁଇଟି ଫିଲ୍ମ ‘ପଠାନ୍’ ଏବଂ ‘ଜବାନ’ର ରୋଜଗାର କ୍ଷେତ୍ରରେ ପଛରେ ପଡିଯାଇଛି। ପ୍ରଥମ ଦିନରେ ପଠାନ ୫୭ କୋଟି ଟଙ୍କା ରୋଜଗାର କରିଥିବାବେଳେ ଜବାନ ଭାରତର ସମସ୍ତ ଭାଷାରେ ୭୪.୫୦ କୋଟି ଟଙ୍କା ରୋଜଗାର କରିଥିଲା।

Prabhas Bollywood Shahrukh Khan
Advertisment
Advertisment