Advertisment

ହରିଦ୍ୱାର ଧର୍ମ ସଂସଦ ମାମଲାରେ କାର୍ଯ୍ୟାନୁଷ୍ଠାନ ଶୂନ: କପିଲ ସିବଲ

ହରିଦ୍ୱାର ଧର୍ମ ସଂସଦରେ ‘ହେଟ୍ ସ୍ପିଚ୍’ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଏହି ସଂସଦରେ ନିର୍ଦ୍ଦିଷ୍ଟ ଧର୍ମ ଉପରେ ଆପତ୍ତିଜନକ ମନ୍ତବ୍ୟ ଅର୍ଥାତ ଅଶ୍ଲୀଳ ଭାଷାର ପ୍ରୟୋଗ ହୋଇଥିଲା । ବରିଷ୍ଠ ଆଇନଜୀବୀ କପିଲ ସିବଲ ଏହି ଜନସ୍ୱାର୍ଥ ସମ୍ୱଳିତ ମାମଲା ଲଢୁଛନ୍ତି । ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Dharma Sansad

Dharma Sansad

ହରିଦ୍ୱାର ଧର୍ମସଂସଦରେ ‘ହେଟ୍ ସ୍ପିଚ୍’ ମନ୍ତବ୍ୟକୁ ନେଇ ରୁଜୁ ହୋଇଥିବା ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଗତମାସରେ ହରିଦ୍ୱାରରେ ଧର୍ମସଂସଦର ଆୟୋଜନ ହୋଇଥିଲା । ତେବେ ଏହି ବୈଠକରେ ନିର୍ଦ୍ଧିଷ୍ଟ ଧର୍ମ ଉପରେ ଆପତ୍ତିଜନକ ମନ୍ତବ୍ୟ ଅର୍ଥାତ ଅଶ୍ଲୀଳ ଭାଷାର ପ୍ରୟୋଗ ହୋଇଥିଲା । ଏନେଇ ଥାନାରେ କେସ୍ ମଧ୍ୟ ରୁଜୁ ହୋଇଥିଲା । ଏହି ମାମଲାର ଶୁଣାଣି ପାଇଁ ଆଜି ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ମୁଖ୍ୟ ବିଚାରପତି ଏନ୍ ୱି ରମନା ସ୍ପଷ୍ଟ କରିଛନ୍ତି ।

Advertisment

ହରିଦ୍ୱାରର ଖଡଖଡି ସ୍ଥିତ ବେଦ ନିକେତନରେ ଡିସେମ୍ବର ୧୭ ରୁ ୧୯ ଯାଏଁ ଧର୍ମସଂସଦର ଆୟୋଜନ କରାଯାଇଥିଲା । ଏହି ସଭାରେ ସାଧୁ ମାନଙ୍କ ପକ୍ଷରୁ ଖରାପ ଭାଷା ପ୍ରୟୋଗ କରାଯାଇଥିଲା । ଏନେଇ ନେଇ ସାରା ଦେଶରେ ନେଇ ଅନେକ ବିବାଦ ମଧ୍ୟ ଦେଖାଯାଇଥିଲା । ଅନ୍ୟପକ୍ଷରେ ହରିଦ୍ୱାର ପୋଲିସ ମଧ୍ୟ ଏହି ମାମଲାରେ ୱାସିମ ରିଜଭି ଓରଫ୍ ଜିତେନ୍ଦ୍ର ନାରାୟଣ ତ୍ୟାଗୀ ଏବଂ ଅନ୍ୟମାନଙ୍କ ବିରୋଧରେ କେସ୍ ରୁଜୁ କରିଥିଲେ।

ଏହି ପ୍ରସଙ୍ଗରେ ବରିଷ୍ଠ ଓକିଲ କପିଲ୍ ସିବଲ ସୁପ୍ରିମକୋର୍ଟରେ କହିଛନ୍ତି ଯେ, ‘ହରିଦ୍ୱାର ଧର୍ମସଂସଦରେ ଘଟିଥିବା ଘଟଣା ଗୁଡିକ ଉପରେ ଆମେ ଜନସ୍ୱାର୍ଥ ମାମଲା ଦାୟର କରିଛୁ । ଦେଶର ସ୍ଲୋଗାନ ବୋଧେ ସତ୍ୟମେବ ଜୟତେ ବଦଳରେ ସଶସ୍ତ୍ରମେବ ଜୟତେ ହୋଇଯାଇଛି’। କପିଲ ସିବଲ ଏହି ମାମଲାରେ ମତ ରଖିବା ପରେ  ଏହା ଉପରେ ଦୃଷ୍ଟି ଦିଆଯିବ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କହିଛନ୍ତି । ଏହି ଘଟଣାରେ ତଦନ୍ତ ହୋଇସାରିଛି କି ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଏହା ଉପରେ ସିବଲ କହିଛନ୍ତି ଯେ ଏହି ମାମଲାରେ କେବଳ ଏଫଆଇଆର ପଞ୍ଜୀକୃତ ହୋଇଛି, କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କିମ୍ବା କାହାକୁ ଗିରଫ କରାଯାଇ ନାହିଁ।

Advertisment

ସେପଟେ ଉତ୍ତରାଖଣ୍ତ ଗଡୱାଲର ଡିଆଇଜି କେଏସ୍ ନାଗନ୍ୟାଲ୍ କହିଛନ୍ତି ଯେ, ନିକଟରେ ଧର୍ମ ସଂସଦରେ ହୋଇଥିବା ଘଟଣାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ କରାଯାଇଛି । ଏହି ଧର୍ମ ସଂସଦରେ ଭାଗ ନେଇଥିବା କିଛି ଲୋକଙ୍କ ଦ୍ୱାରା ଅଶ୍ଲୀଳ ଭାଷାର ପ୍ରୟୋଗ କରାଯାଇଥିଲା । ତେଣୁ ଏହି ଘଟଣାର ଅନୁସନ୍ଧାନ ପାଇଁ ପାଞ୍ଚ ଜଣିଆ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳର ଗଠନ କରାଯାଇଛି ।

Hate Speech Haridwar Dharma Sansad
Advertisment
Advertisment