Advertisment

ଏହି କଥା ଉପରେ ଧ୍ୟାନ ଦେଲେ ବଢିବ ଆପଣଙ୍କ ଗାଡ଼ିର ମାଇଲେଜ୍‌

ମାଇଲେଜ୍‌କୁ ନେଇ ଆପଣ ଚିନ୍ତିତ ଅଛନ୍ତି କି? ଏହି ଉପାୟ ଅବଲମ୍ବନ କଲେ ବଢିଯିବ ଗାଡ଼ି ମାଇଲେଜ୍‌

author-image
Sarbeswar
ଅଦ୍ୟତନ ହୋଇଛି
Vehicle

Vehicle

ଦିନକୁ ଦିନ ବଢୁଛି ତୈଳଦର। ଯାହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ୁଛି। କାରଣ ଦେଶରେ ବର୍ତ୍ତମାନ ସମୟରେ ପେଟ୍ରୋଲ ପାଖାପାଖି ୧୦୦ ଟଙ୍କା ଉପରେ ରହିଛି। ତେଣୁ ୧୦୦ ଟଙ୍କାରେ ପେଟ୍ରୋଲ ପକାଇବା ଅନେକଙ୍କ ପାଖରେ ସମ୍ଭବ ହେଉନାହିଁ। ସେଥିପାଇଁ ଲୋକମାନେ ଇଲେକ୍‌ଟ୍ରିକ ଗାଡି କିଣିବା ପାଇଁ ଇଚ୍ଛା କଲେଣି। ଆଉ କେହି କେହି ବ୍ୟାଟେରୀ ଗାଡ଼ ବି ବ୍ୟବହାର କରୁଛନ୍ତି। କିନ୍ତୁ ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଷ୍ଟାଇଲିସ୍‌ ଗାଡ଼ି ଚଳାଉଛନ୍ତି ସତ କିନ୍ତୁ ଗାଡିରେ ପେଟ୍ରୋଲ ଭରିବା ବେଳେ କଷ୍ଟ ଲାଗୁଛି। ସେଇଥିପାଇଁ ଅଧିକାଂଶ ଲୋକ ଅଧିକ ମାଇଲେଜ୍‌ ଦେଖାଉଥିବା ଗାଡ଼ି କିଣିବା ପାଇଁ ଇଚ୍ଛା କରୁଛନ୍ତି ନଚେତ୍‌ କେଉଁ ଉପାୟରେ ଗାଡ଼ିର ମାଇଲେଜ୍‌ ବଢିବ ସେ ବିକଳ୍ପ ମଧ୍ୟ ଖୋଜୁଛନ୍ତି।

Advertisment

ତେବେ ଆସନ୍ତୁ ଜାଣିବା କେମିତି ବଢିବ ଗାଡିର ମାଇଲେଜ୍‌?

ମାଇଲେଜ୍‌ ବଢାଇବା ଚିନ୍ତାରେ ଗ୍ରାହକ ଅଛନ୍ତି। ଆଉ ଯଦି ଆପଣମାନେ ଏହିସବୁ କଥା ମାନିବେ ତେବେ ଆପଣଙ୍କ ଗାଡ଼ି ଅଧିକ ମାଇଲେଜ୍‌ ଦେଖାଇବ। କାରଣ ଆମେମାନେ ସମସ୍ତେ ଜାଣନ୍ତି ଗାଡ଼ିର ଇଂଜିନ୍‌ ଉପରେ ନିର୍ଭର କରେ ଗାଡ଼ିର ମାଇଲେଜ୍‌। ଯଦି ଆପଣଙ୍କ ଗାଡ଼ିର ଇଂଜିନ୍‌ ସଠିକ୍‌ ଭାବରେ କାମ କରୁଛି ଆଉ ଠିକ୍ ଭାବରେ ଗାଡ଼ି ଚଳାଉଛନ୍ତି ତେବେ ନିଶ୍ଚୟ ଭାବରେ ଗାଡ଼ିର ମାଇଲେଜ୍‌ ଅଧିକ ରହିବ। ଇଂଜିନିୟରଙ୍କ କହିବା ଅନୁସାରେ ଆମେ ଯଦି କେତୋଟି ନିୟମକୁ ସଠିକ୍‌ ଭାବରେ କାର୍ଯ୍ୟକାରୀ କରିବା ତେବେ ନିଶ୍ଚୟ ଅଧିକ ମାଇଲେଜ୍‌ ଦେଖାଇବ।

ପ୍ରଥମେ ନିଜ ଗାଡ଼ିର ସଠିକ୍‌ ସମୟରେ ସର୍ଭିସିଂ କରାଇନିଅନ୍ତୁ ଏବଂ ମେଂଟେନାନ୍ସ ଉପରେ ଧ୍ୟାନ ରଖନ୍ତୁ। ଏହାସହ ଗାଡ଼ିର ଏୟାର ଫିଲଟ୍‌ର ସଠିକ୍‌ ସମୟରେ ସଫା ହେବା ଦରକାର। କାରଣ ଏୟାର ଫିଲଟର୍‌ ମାଇଲେଜ୍‌ ଅଧିକ ଦେଖାଇବାରେ ବଡ଼ ଭୂମିକା ରଖିଥାଏ। ଏହାସହ ନିର୍ଦ୍ଧାରିତ ବେଗଠାରୁ ଅଧିକ ସ୍ପିଡ଼୍‌ରେ ଗାଡ଼ି ଚଳାନ୍ତୁ ନାହିଁ। କାରଣ ମିଟର କଂଟାରେ ଦିଆଯାଇଥିବା ଇକୋନୋମି ସ୍ପିଡ୍‌ରେ ଗାଡ଼ି ଚଳାଇଲେ ଅଧିକ ମାଇଲେଜ୍‌ ଦେଖାଇଥାଏ।

Advertisment

କେବଳ ଏତିକି ନୁହେଁ ଗାଡ଼ିର ଚକା, ଚେନ୍‌, ଷ୍ଟିୟରିଂ, ଚକା ଆଦି ସ୍ଥାନରେ ସଠିକ୍‌ ସମୟରେ ତେଲ ଦିଅନ୍ତୁ ଯାହାଦ୍ୱାରା ଗାଡ଼ି ଫ୍ରିରେ ଚାଲିପାରିବ। ଏବଂ ବର୍ଷାଦିନ ପୂର୍ବରୁ ଓ ପରେ ଗାଡ଼ିକୁ ସଠିକ୍‌ ଭାବରେ ସର୍ଭିସିଂ କରାଇ ନିଅନ୍ତୁ। ଠିକ୍‌ ସେହିପରି ଗାଡ଼ିର କ୍ଷମତାଠାରୁ ଅଧିକ ଲୋକଙ୍କୁ ବସାନ୍ତୁ ନାହିଁ। କାରଣ ଅଧିକ ଲୋଡ୍‌ ପଡ଼ିଲେ ଗାଡିର ମାଇଲେଜ୍‌ କମ ରହିଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗାଡି ଚଳାଇବା ବେଳେ ବ୍ରେକ ଓ କ୍ଲଜକୁ ଅଯଥାରେ ବ୍ୟବହାର କରନ୍ତୁ ନାହିଁ। କାରଣ ଏହା କରିବା ଦ୍ୱାରା ଆପଣଙ୍କ ଗାଡ଼ିର ମାଇଲେଜ୍‌ କମ ରହେ। ତେଣୁ ଏହିସବୁ ନିୟମ ପାଳନ କଲେ ଗାଡିର ମାଇଲେଜ୍‌ ଅଧିକ ରହିଥାଏ।

India Vehicle Mileage
Advertisment
Advertisment