Advertisment

ଆପଣଙ୍କ ଆଧାର କାର୍ଡ଼ ଅସଲି ନା ନକଲି? ଘରେ ବସି ଜାଣନ୍ତୁ ପୂରା ତଥ୍ୟ...

ଆପଣଙ୍କ ଆଧାର କାର୍ଡ଼ କେତେ ସୁରକ୍ଷିତ?ଘରେ ବସି ଜାଣନ୍ତୁ ଟିକିନିଖି ତଥ୍ୟ...

author-image
Sarbeswar
ଅଦ୍ୟତନ ହୋଇଛି
Aadhar Card

Aadhar Card

ଆପଣଙ୍କ ଆଧାର କାର୍ଡ ଅସଲି ନା ନକଲି ଜାଣିବେ କେମିତି? ଆପଣଙ୍କ ଆଧାର ନମ୍ବରରେ ଅନ୍ୟ କେହି ଫାଇଦା ଉଠାଉ ନାହାନ୍ତି ତ? କେମିତି ଜାଣିବେ ଆପଣଙ୍କ ଆଧାର କାର୍ଡ଼ କେତେ ସୁରକ୍ଷିତ? ଯଦି ଏ ସମ୍ପର୍କରେ ଆପଣଙ୍କର କୌଣସି ଦ୍ୱନ୍ଦ୍ୱ ରହିଛି ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। କାରଣ UADIA ପକ୍ଷରୁ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇଛି ଯେଉଁଥିରେ ଆପଣ ଜାଣିପାରିବେ କେତେ ସୁରକ୍ଷିତ ରହିଛି ଆପଣଙ୍କ ଆଧାର....

Advertisment

ଆଜିର ସମୟରେ ଆଧାର କାର୍ଡ ଏକ ଜରୁରୀ ପ୍ରମାଣପତ୍ରରେ ପରିଣତ ହୋଇଛି | ଆଧାର କାର୍ଡ ଏକ ପରିଚୟ ପତ୍ର ଏବଂ ବାସସ୍ଥାନର ପ୍ରମାଣ ଭାବରେ ଉପଯୋଗୀ ହେବା ସହିତ ଯେକୌଣସି ସରକାରୀ ଆର୍ଥିକ ଯୋଜନାର ଲାଭ ଉଠାଇବା ପାଇଁ ଆଧାର କାର୍ଡ ମଧ୍ୟ ଆବଶ୍ୟକତା ପଡ଼ୁଛି। ବ୍ୟାଙ୍କ ଆକାଉଣ୍ଟ ଖୋଲିବାଠୁ ନେଇ ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଏମିତିକି କୋଭିଡ ଟିକା ପାଇବା ସହ ଆୟକର ରିଟର୍ଣ୍ଣ ଦାଖଲ କରିବା କ୍ଷେତ୍ରରେ ଆଧାର ଦରକାର ହେଉଛି। ତେଣୁ ଏହା ନିଶ୍ଚୟ ଭାବେ ସୁରକ୍ଷିତ ରହିବା ଦରକାର।

ଆଧାର ହେଉଛି ଏକ ସ୍ୱତନ୍ତ୍ର ପରିଚୟ ନମ୍ବର, ଯାହା ଜାନୁଆରୀ ୨୦୦୯ରେ ଆରମ୍ଭ କରାଯାଇଥିଲା। ଆଧାର ପାଇଁ ତଥ୍ୟ UIDAI ଦ୍ୱାରା ସଂଗୃହିତ ହୋଇଛି। ଏଠାରେ କହିରଖୁଛୁ ଯେ, ଆଧାରର ଉପଯୋଗିତା ବଢୁଛି ତେଣୁ ଆଧାର ସହିତ ଜଡିତ ଜାଲିଆତି ମଧ୍ୟ ବଢୁଛି। ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଚେତାବନୀ ଦେଇଛି ଯେ ଦେଶରେ ଆଧାର ସମ୍ବନ୍ଧୀୟ ଜାଲିଆତିର ଅନେକ ମାମଲା ରିପୋର୍ଟ ହେବା ପରେ ସମସ୍ତ ୧୨ ଅଙ୍କ ବିଶିଷ୍ଟ ସଂଖ୍ୟା ଆଧାର ଆଧାରିତ ନୁହେଁ। ଏହାସହ ଆପଣ ଘରେ ବସି ଆଧାର ଅସଲି କି ନକଲି ମଧ୍ୟ ଜାଣିପାରିବେ।

Advertisment

ଆସନ୍ତୁ ଜାଣିବା କେମିତି ଜାଣିବେ ଆପଣଙ୍କ ଆଧାର କେତେ ସୁରକ୍ଷିତ?

ପ୍ରଥମେ UIDAI ୱେବସାଇଟ୍‌କୁ ଯାଇ uidai.gov.in କ୍ଲିକ୍‌ କରନ୍ତୁ।

ଏହାପରେ ‘My Aadhaar’ରେ କ୍ଲିକ୍‌ କରନ୍ତୁ

ମୋ ଆଧାର ଉପରେ କ୍ଲିକ୍‌ କରିବା ପରେ ଅନେକ ଲିଷ୍ଟ ଆସିବ...

ଏହାପରେ Verify an Aadhaar number ଉପରେ କ୍ଲିକ୍‌ କରନ୍ତୁ

ପରେ ନିଜର ୧୨ ଅଙ୍କ ବିଶିଷ୍ଟ ଆଧାର କାର୍ଡ଼ ନମ୍ବର ମାରନ୍ତୁ ଏବଂ ଆଧାର ଯାଂଚ୍‌ କରାନ୍ତୁ...

ଏବେ Proceed to Verify ରେ କ୍ଲିକ୍‌ କରନ୍ତୁ

ଯଦି ସେହି ଆଧାର କାର୍ଡ ସହ ମୋବାଇଲ ନମ୍ବର ରହିଥିବ ତେବେ ସେହି ମୋବାଇଲ୍‌ ନମ୍ବରକୁ ଏକ ଓଟିପି ଯିବ...

ଏହି ମେସେଜ୍‌ରେ ଆଧାର କାର୍ଡ଼ର ନମ୍ବର ସହ ବୟସ, ଲିଙ୍ଗ ସମେତ ମୋବାଇଲ ନମ୍ବର ଆସିବା ସହ ପୂର୍ବରୁ ଏହାକୁ ଯାଂଚ କରାଯାଇଛି କି ନାହିଁ ସେନେଇ ସୂଚନା ଦିଆଯିବ....

ଏହାପରେ ଆପଣଙ୍କ କାର୍ଡ଼ ନକଲି କି ଅସଲି ସେନେଇ ତଥ୍ୟ ଆସିବ ଏବଂ ଜାଣିପାରିବେ ଆପଣଙ୍କ ଆଧାର ଅସଲି ନା ନକଲି...

Aadhaar Card UIDAI
Advertisment
Advertisment