Advertisment

'ଡେଲ୍‌ଟାକ୍ରନ୍‌': ସାମ୍ନାକୁ ଆସିଲା କରୋନାର ନୂଆ ଭାରିଆଣ୍ଟ

ଓମିକ୍ରନ୍‌ ଭାରିଆଣ୍ଟ ଏବେ ବିଶ୍ୱରେ କାୟ ବିସ୍ତାର କରୁଥିବା ବେଳେ ଏବେ ସାଇପ୍ରସ୍‌(Cyprus)ରେ କରୋନାର ଆଉ ଏକ ନୂଆ ଭାରିଆଣ୍ଟ(New Variant) ସାମ୍ନାକୁ ଆସିଛି। ଏହାର ନାଁ ‘ଡେଲ୍‌ଟାକ୍ରନ୍‌’(Deltacron) ରଖାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Corona New Variant

Corona New Variant

ନୂଆଦିଲ୍ଲୀ: ଓମିକ୍ରନ୍‌ ଭାରିଆଣ୍ଟ ଏବେ ବିଶ୍ୱରେ କାୟ ବିସ୍ତାର କରୁଥିବା ବେଳେ ଏବେ ସାଇପ୍ରସ୍‌(Cyprus)ରେ କରୋନାର ଆଉ ଏକ ନୂଆ ଭାରିଆଣ୍ଟ(New Variant) ସାମ୍ନାକୁ ଆସିଛି। ସାଇପ୍ରସ୍‌ର ଲୋକାଲ୍‌ ନ୍ୟୁଜ୍‌ ଅନୁସାରେ, କରୋନାର ଏହି ନୂଆ ଭାରିଆଣ୍ଟର ଜେନେଟିକ୍‌ ବ୍ୟାକ୍‌ଗ୍ରାଉଣ୍ଡ୍‌ ମଧ୍ୟ ଡେଲ୍‌ଟା ଭାରିଆଣ୍ଟ(Delta variant) ଭଳି। 

Advertisment

ସାଇପ୍ରସ୍‌ ମେଲ୍‌ର ରିପୋର୍ଟ ଅନୁସାରେ, ୟୁନିଭର୍ସିଟି ଅଫ୍‌ ସାଇପ୍ରସ୍‌(University of Cyprus)ରେ ବାୟୋଟେକ୍ନୋଲୋଜି ଆଣ୍ଡ୍‌ ଭାଇରୋଲୋଜି ବିଭାଗର ପ୍ରମୁଖ Dr. Leondios Kostrikis କହିଛନ୍ତି, ‘ନୂଆ ଭାରିଆଣ୍ଟର କିଛି ମ୍ୟୁଟେସନ୍‌ ଓମିକ୍ରନ୍‌ ଭାରିଆଣ୍ଟ ସହ ମଧ୍ୟ ମେଳ ଖାଉଛି। ନୂଆ ଭାରିଆଣ୍ଟରେ ଡେଲ୍‌ଟା ଓ ଓମିକ୍ରନ୍‌ର ଉଭୟର ମ୍ୟୁଟେସନ୍‌ ଥିବାରୁ ଏହାର ନାଁ ‘ଡେଲ୍‌ଟାକ୍ରନ୍‌’(Deltacron) ରଖାଯାଇଛି।  

ସାଇପ୍ରସ୍‌ରେ କରୋନା ସଂକ୍ରମିତ ୨୫ ଜଣଙ୍କ ସାମ୍ପଲ ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୧୦ ମ୍ୟୁଟେସନ୍‌ ଓମିକ୍ରନ୍‌ ଭାରିଆଣ୍ଟର ଥିଲା। ଯେଉଁ ୨୫ ଜଣଙ୍କ ସାମ୍ପଲ ସଂଗ୍ରହ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ୧୪ ଜଣ ଘରେ ଆଇସୋଲେସନରେ ଥିଲେ।

Advertisment

Dr. Kostrikis ଆହୁରି କହିଛନ୍ତି, ‘ଯେଉଁମାନେ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହେଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ନିକଟରେ ନୂଆ ଭାରିଆଣ୍ଟ ଚିହ୍ନଟ ହେଉଛନ୍ତି। ଏବେ ଏହି ନୂଆ ଭାରିଆଣ୍ଟ ଉପରେ ରିସର୍ଚ୍ଚ ଚାଲିଛି ଓ ପରେ ଜଣାପଡ଼ିବ ଏହା କେତେ ମାରାତ୍ମକ।’

ବର୍ତ୍ତମାନ ନୂଆ ଭାରିଆଣ୍ଟ ‘ଡେଲ୍‌ଟାକ୍ରନ୍‌’କୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସାଇପ୍ରସ୍‌ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ବୈଜ୍ଞାନିକମାନେ ନୂଆ ଭାରିଆଣ୍ଟ ଠାବ କରିଥିବାରୁ ଏଥିପାଇଁ ସେମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ନୂଆ ଭାରିଆଣ୍ଟର ବୈଜ୍ଞାନିକ ନାମକରଣ କରାଯାଇ ନାହିଁ। 

ସୂଚନାଥାଉ କି, କିଛିଦିନ ପୂର୍ବେ ଫ୍ରାନ୍ସରେ କରୋନାର ନୂଆ ଭାରିଆଣ୍ଟ୍‌ ‘IHU’( B.1.640.2)କୁ ଠାବ କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଥିଲା।  ୪୬ ଥର ଏହା ରୂପ ବଦଳାଇ ସାରିଥିବା ଜଣାପଡ଼ିଛି। କୁହାଯାଉଛି, ଏହା କରୋନା ଭାଇରସ୍‌ଠୁ ଅଧିକ ସଂକ୍ରାମକ ଓ ଟିକା ପ୍ରତିରୋଧୀ ହୋଇପାରେ। 

COVID19 New Variant Corona New Variant Omicron Deltacron
Advertisment
Advertisment