Advertisment

ବୁଲ୍ଲି ବାଇ ପରେ ସୁଲ୍ଲି ଡିଲ୍‌ ଆପ୍ ତିଆରି କରିଥିବା ଅଭିଯୁକ୍ତକୁ ଧରିଲା ପୋଲିସ୍‌

ଧରାପଡିଲା ସୁଲ୍ଲି ଡିଲ୍‌ ଆପ୍‌ର ମାଷ୍ଟର ମାଇଣ୍ଡ। ଦିଲ୍ଲୀ ପୁଲିସର ସାଇବର କ୍ରାଇମ୍‌ ୟୁନିଟ୍‌ ମୁସ୍‌ଲିମ୍‌ ମହିଳାଙ୍କ ଫଟୋ ଅପ୍‌ଲୋଡ୍‌ କରି ନିଲାମ କରୁଥିବା ଏହି ଆପ୍‌ର ମୁଖ୍ୟ ଅଭିଯୁକ୍ତକୁ ମଧ୍ୟପ୍ରଦେଶର ଇନ୍ଦୋରରୁ ଗିରଫ କରିଛି।

author-image
Prangyan Parimita
sulli-deals

sulli-deals

ଇନ୍ଦୋର : ବୁଲ୍ଲି ବାଇ ପରେ ପୋଲିସ୍ କବଜାରେ ସୁଲ୍ଲି ଡିଲ୍‌ ଆପର ମାଷ୍ଟରମାଇଣ୍ଡ୍ । ମଧ୍ୟପ୍ରଦେଶର ଇନ୍ଦୋରରୁ ସଂଖ୍ୟାଲଘୁ ସଂମ୍ପ୍ରଦାୟର ମହିଳାଙ୍କ ଫଟୋ ଅପଲୋଡ୍ କରି 'ନିଲାମ' ଡାକୁଥିବା ' ସୁଲ୍ଲି ଡିଲ୍' ଆପ୍ ତିଆରି କରିଥିବା ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସର ସାଇବର କ୍ରାଇମ ୟୁନିଟ୍ । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଇନ୍ଦୋରର ନ୍ୟୁୟର୍କ ସିଟି ଟାଉନସିପ୍ ନିବାସୀ ୨୫ ବର୍ଷିୟ ଓଙ୍କାରେଶ୍ୱର ଠାକୁର । ଅଭିଯୁକ୍ତଙ୍କୁ ଘରୁ ଗିରଫ କରିଛି ପୋଲିସ । ସେ ଆଇପିଏସ୍ ଏକାଡେମୀ ଇନ୍ଦୋରରୁ ବିସିଏ କରିଛନ୍ତି ।

Advertisment

ସୁଲ୍ଲି ଡିଲ୍ ମାମଲାରେ ଆହରି ଅନେକ ଲୋକ ସାମିଲ ପଚରାଉଚରା ବେଳେ ଓଙ୍କାରେଶ୍ୱର ଖୁଲାସା କରିଛି । ସେ ଟ୍ୱିଟରରେ ଏକ ଟ୍ରେଡ୍‌ ଗ୍ରୁପର ସଦସ୍ୟ ଥିଲା ଏବଂ ସଂଖ୍ୟା ଲଘୁ ଶ୍ରେଣୀର ମହିଳାମାନଙ୍କୁ ବଦନାମ ତଥା ଟ୍ରୋଲ କରିବା ପାଇଁ ମତାମତ ବାଣ୍ଟୁଥିବା କଥା ସ୍ୱୀକାର କରିଛି । ଏହାସହ ସେ GitHubରେ କୋଡ୍ ବିକଶିତ କରିଥିବା ନେଇ ମଧ୍ୟ ସ୍ୱୀକାର କରିଛନ୍ତି ।

GitHub ରେ ଥିବା ସମସ୍ତ ସଦସ୍ୟଙ୍କ ପାଖରେ ଥିଲା କୋଡର ଆକ୍ସେସ୍ । ସେ ଏହି ଆପକୁ ନିଜ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ସେୟାର କରିଥିଲେ । ଏହାସହ ଗ୍ରୁପର ସଦସ୍ୟଙ୍କ ଦ୍ୱାରା ସଂଖ୍ୟାଲଘୁ ମହିଳା ଫଟୋ ଅପଲୋଡ୍ କରାଯାଉଥିବା କଥା ମଧ୍ୟ ସେ ସ୍ୱୀକାର କରିଛନ୍ତି ।

Advertisment

ପୋଲିସ ସୂଚନା ଅନୁସାରେ ଜାନୁଆରୀ ୨୦୨୦ରେ ଓଙ୍କାରେଶ୍ୱର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ @gangescion ଜରିଆରେ ଟ୍ୱିଟରରେ ଏକ ଗ୍ରୁପରେ ଯୋଗ ଦେଇଥିଲେ । ଏହି ଗୋଷ୍ଠୀର ନାମ ଥିଲା ଟ୍ରେଡ୍ ମହାସଭା । ଏହି ଗୋଷ୍ଠୀରେ ସଂଖ୍ୟାଲଘୁ ମହିଳାମାନଙ୍କୁ ଟ୍ରୋଲ କରିବା ପାଇଁ ବିତର୍କ ହେଉଥିଲା ।

ଏହା ପରେ ସେ GitHub ରେ ସଲି ଡିଲ୍ ଆପ୍ ତିଆରି କରିଥିଲେ । କିନ୍ତୁ ସୁଲ୍ଲି ଡିଲ୍‌ ଆପକୁ ନେଇ ବିବାଦ ବଢ଼ିବାରୁ ସେ ତାଙ୍କର ସମସ୍ତ ସୋସିଆଲ୍ ମିଡିଆର ପାଦଚିହ୍ନ ଡିଲିଟ୍ କରିଦେଇଥିଲେ । ବର୍ତ୍ତମାନ ତାଙ୍କ ଠାରୁ ଜବତ ହୋଇଥିବା ଗ୍ୟାଜେଟ ଗୁଡ଼ିକୁ ନେଇ ପୋଲିସ ଅନୁସନ୍ଧାନ ଜାରି ରଖିଛି ।

Sulli Deals App
Advertisment
Advertisment