• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୋପାଳ : କାଳ ହେଲା ପୋଲିସ୍‌ ବାବୁଙ୍କ ନିଶ । ଚାଲିଗଲା ଚାକିରି । ନିଶ ପାଇଁ ନଲମ୍ବିତ ହେଲେ ପୋଲିସ୍ ବାବୁ । ନିଶକୁ ନିଜର ଗର୍ବ ଭାବୁଥିବା କନେଷ୍ଟବଳ ଚାକିରିକୁ ବଳିଦାନ ଦେଇ ଦେଇଛନ୍ତି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏପରି ଆଶ୍ଚର୍ଯଜନକ ଘଟଣା ଘଟିଛି । ନିଶ କାଟିବାକୁ ମନା କରିବାରୁ ଭୋପାଳରେ ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି । ପୋଲିସର ସହକାରୀ ଇନ୍ସପେକ୍ଟର ଜେନେରାଲଙ୍କ ଦ୍ୱାରା ନିଲମ୍ବନ ଆଦେଶ ମଧ୍ୟ ଜାରି କରାଯାଇଛି ।

କନଷ୍ଟେବଳ ରାକେଶ ରାଣା ସ୍ପେଶାଲ୍ ଡାଇରେକ୍ଟର ପୋଲିସ୍ ଜେନେରାଲଙ୍କ ଗାଡ଼ିରେ ଚାଳକ ଭାବେ କାମ କରୁଥିଲେ । ଟର୍ନଆଉଟ୍ ଯାଞ୍ଚ ସମୟରେ ଜଣାପଡ଼ିଲା କନଷ୍ଟେବଳ ରାକେଶ ରାଣାଙ୍କ କେଶ ଅତ୍ୟଧିକ ବଢ଼ିଥିବା ବେଳେ ନିଶ ମଧ୍ୟ ଲମ୍ବିଛି । ଏଭଳି ସ୍ଥିତିରେ କନଷ୍ଟେବଳ ରାକେଶ ରାଣାଙ୍କୁ କେଶ ଓ ନିଶ କାଟିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ନିଶକୁ ନିଜର ଗର୍ବ ଭାବୁଥିବା କନଷ୍ଟେବଳ ଚୁଟି ଓ ନିଶ କାଟିବା ପାଇଁ ମନା କରିଦେଇଥିଲେ ।

ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଉଲ୍ଲେଖ ରହିଛି 'କନଷ୍ଟେବଳ ରାକେଶ ରାଣା, MTP ଭୋପାଳ ସ୍ପେଶାଲ୍ ଡାଇରେକ୍ଟର ଜେନେରାଲ୍ ପୋଲିସର ଗାଡିରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଛନ୍ତି । ଟର୍ନ ଆଉଟ୍ ଯାଞ୍ଚ ସମୟରେ ତାଙ୍କର ଅଜବ ଡିଜାଇନ୍‌ର ନିଶ ଦେଖିବାକୁ ମିଳିଥିଲା । ତେବେ ଏଥିପାଇଁ ତାଙ୍କୁ କେଶ ଏବଂ ନିଶ କାଟିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା । ହେଲେ ସେ ନିର୍ଦ୍ଦେଶର ଅବମାନନା କରିଛନ୍ତି ।

ନିଶ ଓ କେଶର ଡିଜାଇନ୍‌କୁ ବଦଳାଇବାକୁ ସଫା ସଫା ମନା କରିଦେଇଥିଲେ କନେଷ୍ଟବଳ । ଆଦେଶ ପାଳନ ନକରିବା ସହ ନିଜ କଥାରେ ଅଡ଼ି ବସିଥିଲେ । ପୋଲିସ୍‌ ସେବାରେ ଅନୁଶାସନହୀନତା ଦର୍ଶାଇ ତାଙ୍କୁ ଏବେ ଚାକିରିରୁ ସସପେଣ୍ଡ୍ କରାଯାଇଛି । ତାଙ୍କର ଏପରି ଜିଦ୍ କର୍ମଚାରୀଙ୍କ ଉପରେ ବିପରୀତ ପ୍ରଭାବ ପକାଇବ । ତେଣୁ ଉକ୍ତ କନଷ୍ଟେବଳ ରାକେଶ ରାଣାଙ୍କୁ ତୁରନ୍ତ ପ୍ରଭାବ ସହିତ ନିଲମ୍ବିତ କରାଯାଇଛି ଏବଂ ନିୟମ ଅନୁଯାୟୀ ଭତ୍ତା ପ୍ରଦାନ କରାଯିବ ବୋଲି ଉପରିସ୍ଥ ଅଧିକାରୀ କହିଛନ୍ତି ।