ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ରେ ହେବ ଭୋଟ ଗ୍ରହଣ। ମେ’ ୧୩ରେ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ।
ଅପରାଧିକ ମାମଲା ଥିଲେ ପ୍ରାର୍ଥୀ ବିଜ୍ଞାପନ ଜରିଆରେ ଜଣାଇବେ। ଖବର କାଗଜ, ଟିଭିରେ ୩ ଥର ନିଜ ଅପରାଧ ବିବରଣୀ ଦେବେ। ରାଜନୈତିକ ଦଳ ବି ଏନେଇ ବିସ୍ତୃତ ସୂଚନା ପ୍ରଦାନ କରିବେ।
୨୦୨୪ର ସାଧାରଣ ନିର୍ବାଚନ ଲାଗି ଆଜି ବିଗୁଲ ବଜାଇଲେ ନିର୍ବାଚନ କମିଶନ। ନିର୍ବାଚନ ପ୍ରସ୍ତୁତି ସଂପର୍କରେ ସୂଚନା ଦେଲେ ସିଇସି ରାଜୀବ କୁମାର।
ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା। ୮୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯିବ। ଘରେ ରହି ଭୋଟ୍ ଦେଇପାରିବେ ବୟସ୍କ ଭୋଟର।
ସୋସିଆଲ ମିଡିଆରେଭାଇରାଲ୍ ହେଉଛି ସାଧାରଣ ନିର୍ବାଚନର ମିଛ କାର୍ଯ୍ୟସୂଚୀ। ଏହାକୁ ବିଶ୍ୱାସ ନ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ପଦଯାତ୍ରା, ରୋଡ ସୋ, ସାଇକେଲ/ବାଇକ୍ ରାଲି ଉପରେ କଟକଣା ଜାରି କରିଛନ୍ତି ନିର୍ବାଚନ କମିଶନର ।