• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଧାୟକଙ୍କୁ ସଭା ମଝିରେ ଚାପୁଡ଼ା ମାରିଲେ ବୁଢ଼ା କୃଷକ । ସଭା ଚାଲିଥିବା ବେଳେ ଅଚାନକ୍ ଜଣେ କୃଷକ ମଞ୍ଚ ଉପରକୁ ଉଠି ଆସନ୍ତି, ଆଉ କିଛି ବୁଝିବା ପୂର୍ବରୁ ବିଧାୟକଙ୍କ ଗାଲକୁ ଚାପୁଡ଼ା ପକାନ୍ତି । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି । ଜଣେ କୃଷକ ଉନ୍ନାଓ ସଦର ବିଧାୟକଙ୍କୁ ପଙ୍କଜ ଗୁପ୍ତାଙ୍କୁ ଚାପୁଡ଼ା ମାରିଥିବା ଦେଖିବାକୁ ମିଳୁଛି । ତେବେ ପରେ ଏହା ଚାପୁଡ଼ା ନୁହେଁ ବରର ଭଲପାଇବା ବୋଲି ସ୍ପଷ୍ଟ ଉଭୟ ବିଧାୟକ ଏବଂ କୃଷକ ।

ବିଧାୟକ ପଙ୍କଜ ଗୁପ୍ତା କୃଷକଙ୍କ ଠାରୁ ମାଡ଼ ଖାଇବା ପରେ ସଫେଇ ଦେଇଛନ୍ତି । କୃଷକ ଜଣକ ବାପାଙ୍କ ପରି ଏବଂ ପୂର୍ବରୁ ସେମାନେ ଏକାଠି କାମ କରିଥିବା କହିଛନ୍ତି । ସେ ଚାପୁଡ଼ା ମାରିନାହାନ୍ତି ବରଂ ପ୍ରେମରେ ଥାପୁଡେଇ ଦେଇଛନ୍ତି । ବିରୋଧୀ ଦଳ ଏଡିଟେଡ୍ ଭିଡିଓ ପ୍ରସାରଣ କରି ଲୋକଙ୍କୁ ଭ୍ରମିତ କରୁଛି । ସେହିପରି ବୃଦ୍ଧ କୃଷକ ଜଣକ ମଧ୍ୟ ଚାପୁଡ଼ା ମାରିବା କଥାକୁ ଅସ୍ୱୀକାର କରିଛନ୍ତି । ଅନେକ ଥର ପୂର୍ବରୁ ସଂପୃକ୍ତ ବିଧାୟକଙ୍କୁ ପ୍ରେମରେ ଥାପୁଡ଼େଇ ଦେଇଥିବା କହିଛନ୍ତି ।

ହେଲେ ଭାଇରାଲ ଭିଡିଓରେ ଭିନ୍ନ କଥା ଦେଖିବାକୁ ମିଳୁଛି । ଏକ ଇଭେଣ୍ଟ ଚାଲୁଥିବା ବେଳେ ମଞ୍ଚାସୀନ ନେତା ତଥା ବିଧାୟକ ପଙ୍କଜ ଗୁପ୍ତାଙ୍କୁ ବୃଦ୍ଧ କୃଷକ ଜଣକ ଥାପୁଡ଼ା ମାରୁଛନ୍ତି । ଏହା ପରେ ଘଟଣାସ୍ଥଳରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ସେମାନଙ୍କୁ ମଞ୍ଚଳରୁ ନେଇଯାଆନ୍ତି ।

ଦୁଇ ଦିନ ପୂର୍ବେ ଜାନୁୟାରୀ ୫ରେ ମାଖୀ ଥାନାର ଏରା ଭାଦିଆ ଛକ ଠାରେ ଗୁଲାବ ସିଂ ଲୋଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଜନ୍ମ ବାର୍ଷିକୀ ଅବସରରେ ଯୋଗଦେଇଥିଲେ ଉନ୍ନାଉ ସଦର ବିଧାୟକ । ଆଉ ସମ୍ପର୍କୀୟ ମାମୁଁ ଛତ୍ରପାଲ ସ୍ନେହରେ ମାରି ଦେଇଥିବା ସେ କହିଛନ୍ତି । ଛୋଟବେଳୁ ଥଟ୍ଟାମଜାରେ ସେ ଏପରି ମାରନ୍ତି । ସଭା ମଝିରେ ମଧ୍ୟ ସ୍ନେହରେ ଏପରି କରିଥିବା ସାମ୍ବାଦିଙ୍କୁ କହିଛନ୍ତି ।

ମାମୁଁଙ୍କ ଭଲପାଇବାକୁ ବିରୋଧୀ ଭିନ୍ନ ରଙ୍ଗ ଦେଉଥିବା ସେ ଅଭିଯୋଗ କରିଛନ୍ତି । ରାଜନୈତିକ ଷଡ଼ଯନ୍ତ୍ର ରଚି ଏହି ପ୍ରସଙ୍ଗକୁ ଭିନ୍ନ ଭାବେ ଉପସ୍ଥାପନ କରିବାକୁ ପ୍ରୟାସ କରାଯାଉଛି । ବିରୋଧୀ ପ୍ରଧାନମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଲୋକପ୍ରିୟତାକୁ ଭୟ କରି ଏଭଳି କରିଥିବା କହିଛନ୍ତି । ବିରୋଧୀଙ୍କର ପାଖରେ କୌଣସି ମୁଦ୍ଦା ନାହିଁ, ତେଣୁ ସେମାନେ ହତାଶ ହୋଇ ଏପରି କରୁଛନ୍ତି ।