ନୂଆଦିଲ୍ଲୀ/ଭୁବନେଶ୍ୱର: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର। ଟ୍ରେନରେ ଯାତ୍ରା ପାଇଁ ଯଦି ଟିକେଟ୍ କନଫର୍ମ ହୋଇଛି, ମାତ୍ର କୌଣସି କାରଣ ଯୋଗୁଁ ହଠାତ୍ ପ୍ଲାନରେ ପରିବର୍ତ୍ତନ ହୋଇଗଲା ତେବେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ଟିକେଟର ଏହି ମୂଲ୍ୟ ଫେରାଇବା ପାଇଁ ଭାରତୀୟ ରେଳ ବିଭାଗ ଏକ ନୂଆ ନିୟମ ଆଣିଛି। ଭାରତୀୟ ରେଳ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁସାରେ, ‘ଜଣଙ୍କ ନାଁ ରେ […]
ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହର ଉଚିତ ମୂଲ୍ୟ ନିର୍ଦ୍ଧାରଣ ପାଇଁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶୱାନଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୦୩-୦୪ ବର୍ଷରେ ରାଜ୍ୟରେ ୬୦ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ ୨୦୧୬-୧୭ବର୍ଷରେ ଏହା ବୃଦ୍ଧି ପାଇ ୫୨ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ଚଳିତ ବର୍ଷ ୩୪ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ସରିଲାଣି ଏବଂ ରବି ଧାନ ସଂଗ୍ରହ ପ୍ରକ୍ରିୟା ମେ ପହିଲାରୁ […]
କଟକ: ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ ପ୍ରକାଶ। ୨୦୧୬ ମସିହାରେ ହୋଇଥିବା ଏହି ପରୀକ୍ଷାରେ ୧୪୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପରୀକ୍ଷାର୍ଥୀଙ୍କ ମଧ୍ୟରେ ଚିନ୍ମୟୀ ଦାଶ ଟପ୍ପର, ସଂକଳ୍ପ ସାହୁ ୨ୟ ଓ ଜ୍ଞାନରଂଜନ ବିଶ୍ୱାଳ ୩ୟ ସ୍ଥାନରେ ରହିଛନ୍ତି। ଓପିଏସ୍ସିର ୱେବସାଇଟ୍ http://opsc.gov.in ରେ ରେଜଲ୍ଟ ଉପଲବ୍ଧ ।
ନୂଆଦିଲ୍ଲୀ : କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରିବାରବାଦ ଯୋଗୁଁ ଦେଶର ବିଭିନ୍ନ ଅନୁଷ୍ଠାନର କ୍ଷତି ହୋଇଛି। ଗଣମାଧ୍ୟମ ଠାରୁ ପାର୍ଲାମେଣ୍ଟ, ଜବାନ ମାନଙ୍କ ଠାରୁ ବାକ୍ ସ୍ୱାଧୀନତା ପର୍ଯ୍ୟନ୍ତ ସବୁ ପ୍ରଭାବିତ ହୋଇଛି। ସମ୍ବିଧାନ, କୋର୍ଟ ମଧ୍ୟ ଏଥିରୁ ବାଦ ପଡିନାହିଁ ବୋଲି ମୋଦି ଟ୍ୱିଟ୍ କରି କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଭୋଟର ମାନଙ୍କୁ କଂଗ୍ରେସ ଶାସନ ବିଷୟରେ ଚେତାଇ ଦେଇଛନ୍ତି। ଗୋଟିଏ ପରିବାର ଯୋଗୁଁ ଦେଶକୁ ଅନେକ କ୍ଷତି ସହିବାକୁ ପଡିଛି। […]
ପୁରୀ : ସରିଲାଣି କି ଶ୍ରୀମନ୍ଦିର ଜଗମୋହନ ମରାମତି ? କାମ ପ୍ରାୟ ଶେଷ ହୋଇଥିବା ନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ପରେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ବରିଷ୍ଠ ସେବାୟତ। ଅଭିଯୋଗ କରିଛନ୍ତି ବର୍ତ୍ତମାନ ସୁଦ୍ଧା ଭଣ୍ଡାର ଘର, ଚାଙ୍ଗେଡ଼ା ଘର ଓ ଖଟ୍ଟ ଶେଜ ଘର ମରମତି କାମ ସମ୍ପୂର୍ଣ୍ଣ ହୋଇନାହିଁ। ତେଣୁ ଏଭଳି ସ୍ଥିତିରେ ମୁଖ୍ୟ ପ୍ରଶାସକ କେମିତି ଖୁବଶୀଘ୍ର ନାଟମଣ୍ଡପ ମରାମତି କାମ ଆରମ୍ଭ ହେବା ସହ ଭିତର […]
ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ଏପ୍ରିଲ ୨ରୁ ରାଜ୍ୟର ସବୁ ସ୍କୁଲ ସକାଳୁଆ ହେବ। ସକାଳ ସାଢେ ୬ଟାରୁ ସାଢେ୧୦ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। କୌଣସି ପରିସ୍ଥିତିରେ ସ୍କୁଲ କାର୍ଯ୍ୟ ୧୧ଟା ଟପିବନି ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିସହ ମାର୍ଚ୍ଚ ୩୧ ସୁଦ୍ଧା ସବୁ ପରୀକ୍ଷା ସାରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ମେ ୪ ତାରିଖରୁ ଖରାଛୁଟି ଆରମ୍ଭ ହେବ।
ମାଲକାନଗିରି: ଛତିଶଗଡ଼ କାଙ୍କେର ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୨ ଯବାନ ସହିଦ ହୋଇଛନ୍ତି। ଏମାନେ ହେଲେ ଆସିଷ୍ଟାଣ୍ଟ କମାଣ୍ଡର ଗଜେନ୍ଦ୍ର ସିଂ ଓ କନଷ୍ଟେବଳ ଅମରେଶ କୁମାର। ଗଜେନ୍ଦ୍ରଙ୍କ ଘର ହରିୟାଣାର ହୋଇଥିବା ବେଳେ ଅମରେଶଙ୍କ ଘର ବିହାର ଅଞ୍ଚଳର ବୋଲି ସୂଚନା ମିଳିଛି। ଗତକାଲି କାଙ୍କେର ଜଙ୍ଗଲରେ ବିଏସଏଫ ଓ ଡିଭିଏଫ ମିଳିତ ଭାବେ କମ୍ବିଂ ଚଳାଇଥିବା ବେଳେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟା […]
ପୁରୀ: ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ବନକଲାଗି ନୀତି ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଆଜି ଅପରାହ୍ନ ସାଢେ ୩ଟାରୁ ରାତି ୮ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ।
ଭୁବନେଶ୍ୱର: ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଶ୍ରୀଜଗନ୍ନାଥଙ୍କ ସବୁ ସଂପତ୍ତିକୁ ତାଙ୍କ ଖାତାକୁ ଫେରାଇ ଆଣିବା ଦାବିରେ ହାଇକୋର୍ଟରେ ଦାଏର ହୋଇଛି ଜନସ୍ୱାର୍ଥ ମାମଲା। ପୁରୀ ଚନ୍ଦନପୁର ଅ଼ଞ୍ଚଳର ଜଣେ ଭକ୍ତ ଶରତ ଚନ୍ଦ୍ର ସାହୁ ଓ ଏସ୍ ଏନ୍ ବାନାର୍ଜୀଙ୍କ ପକ୍ଷରୁ ଆଗତ ହୋଇଥିବା ମାମଲାରେ ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ, ଆଇନ ସଚିବ, ଶ୍ରୀମନ୍ଦିର ପ୍ରଶାସନ, ଭିଜିଲାନ୍ସ ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳଙ୍କୁ ପକ୍ଷକ୍ଷୁକ୍ତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରେ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର। ବଢ଼ିବ ମହଙ୍ଗା ଭତ୍ତା। ୨% ମହଙ୍ଗା ଭତ୍ତା ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟରେ ମଂଜୁରୀ ମିଳିଛି। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁହେବ। ଏହା ଫଳରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୭%କୁ ବୃଦ୍ଧି ପାଇଛି।
ଭୁବନେଶ୍ୱର: ଆଜି ସରୁଛି ମାଟ୍ରିକ ପରୀକ୍ଷା। ଅନ୍ତିମ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ଫେବୃଆରୀ ୨୩ରୁ ଆରମ୍ଭ ହୋଇଥିବା ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି ୬ ଲକ୍ଷ ୮ ହଜାର ୩୧ ଜଣ ଛାତ୍ରଛାତ୍ରୀ। ଏଥର ୨ ହଜାର ୮୧୮ଟି କେନ୍ଦ୍ରରେ ପରୀକ୍ଷା ହୋଇଛି। କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ ଗଠନ ସତ୍ତ୍ୱେ, ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ବିବାଦରୁ ଦୂରେଇ ପାରି ନାହିଁ । ସଂସ୍କୃତକୁ ଛାଡ଼ିଦେଲେ ଅଧିକାଂଶ ବିଷୟର […]
ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ଏନଡିଏ ମେଣ୍ଟରୁ ଓହରିଲା ତେଲୁଗୁ ଦେଶମ ପାର୍ଟି। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାରେ କେନ୍ଦ୍ର ସରକାରଙ୍କ ଉଦାସୀନତା ପ୍ରତିବାଦରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ। କେନ୍ଦ୍ର ସରକାରରେ ଥିବା ପାର୍ଟିର ଦୁଇ ମନ୍ତ୍ରୀ ଅଶୋକ ଗଜପତି ରାଜୁ ଓ ଓ୍ୱାଇ. ଏସ୍ ଚୌଧୁରୀ ଆଜି ଇସ୍ତଫା ଦେବେ। ଅଶୋକ ଗଜପତି କେନ୍ଦ୍ରରେ ବେସାମରିକ ବିମାନ ଉଡ୍ଡୟନ ମନ୍ତ୍ରୀ ଓ ଓ୍ୱାଇ. […]
କଟକ:ମେଡିକାଲ୍ କଲେଜ୍ରେ ଆଡମିଶନ୍ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଚୁନା। ୨୦ରୁ ଅଧିକ ଲୋକଙ୍କଠାରୁ ଠକା ଯାଇଛି ପ୍ରାୟ ଦେଢ଼ରୁ ୨ କୋଟି ଟଙ୍କା। ଏଭଳି ସାଂଘାତିକ ଅଭିଯୋଗ ଆସିଛି କଟକ ଜଗତପୁରସ୍ଥିତ ରେଶମା ସାଇନ୍ସ କଲେଜ୍ ନାଁରେ। ଝାଡ଼ଖଣ୍ଡ ଜାମସେଦପୁରର ସୁରେନ୍ଦ୍ର ସିଂଙ୍କ ଅଭିଯୋଗ ହେଲା- ଗତବର୍ଷ ଭୁବନେଶ୍ୱର ହାଇଟେକ୍ ମେଡିକାଲ୍ କଲେଜ୍ର ଏମ୍ବିଏସ୍ କୋର୍ସରେ ନିଜ ପୁଅର ଆଡମିଶନ ପାଇଁ ତାଙ୍କ ପାଖକୁ ମେସେଜ୍ ଆସିଥିଲା। ରେଶମା ସାଇନ୍ସ କଲେଜ୍ ନାଁରେ ଏଥିପାଇଁ ପ୍ରଥମେ […]
ରାଉରକେଲା : ରାଉରକେଲାରେ ମଦ୍ୟପ ବରକୁ ଛି କରି ପୁଣି ବାହାହେବା ଘଟଣାରେ ପୁଣି ଏକ ଟ୍ୱିଷ୍ଟ। ପୂର୍ବରୁ ବି ବର ଜଣକ ବାହା ହୋଇଥିବା ଅଭିଯୋଗ ଆଣିଛନ୍ତି ରାଉରକେଲା ସେକ୍ଟର-୭ର ଜଣେ ଯୁବତୀ। ଆଜି ଏନେଇ ସେ ଟାଙ୍ଗରପାଲି ଥାନାରେ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଶଙ୍କର ପଣ୍ଡା, ଗତ ନଭେମ୍ବର ମାସରେ କୋର୍ଟରେ ବିବାହ କରିଥିଲେ। ତେବେ ବିବାହ ପରେ ବାହାରକୁ କାମ କରିବାକୁ ଯିବାର ଅଛି କହି ତାଙ୍କୁ ବାପ […]