ଭୁବନେଶ୍ୱର : ଆନନ୍ଦପୁର ଘସିପୁରା ବ୍ଲକର ଆଇଆଇଟି ଟପ୍ପର ପାର୍ଥ ସାରଥୀ ଜେନାଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ମିଳିଛି ଗୋଲଡ ମେଡାଲ। ପଡିଆପାଳ ଗାଁର ସୁପ୍ରଭା ଜେନା ଓ ନୀଳମଣି ଜେନାଙ୍କ ପୁଅ ହେଉଛନ୍ତି ପାର୍ଥସାରଥୀ। ସେ ଭୁବନେଶ୍ୱର ଆଇଆଇଟିରେ ଭୂତତ୍ତ୍ୱ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରି ଏହି ଗୋଲଡ ମେଡାଲ ହାସଲ କରିଛନ୍ତି। ଭୂତତ୍ତ୍ୱ ବିଜ୍ଞାନରେ ପ୍ରଥମ ସ୍ଥାନ ଅଧିକାର କରିବାରେ ପାର୍ଥ ସାରଥୀ ହେଉଛନ୍ତି ପ୍ରଥମ ଓଡ଼ିଆ। ଗତ ୧୮ ତାରିଖରେ ଏକ ବର୍ଣ୍ଣାଢ୍ୟ […]