ଖୋର୍ଦ୍ଧା : ବାପା ଋଣ କରି ଶୁଝି ନଥିବାରୁ ଶିଶୁକନ୍ୟାର ଅପହରଣ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଝିଆଙ୍କ ସାହିରେ ଶିଶୁକନ୍ୟାକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅଙ୍ଗନବାଡ଼ିକୁ ଯାଉଥିବାବେଳେ ଶିଶୁକନ୍ୟାକୁ ଜଣେ ମହିଳା ଅପହରଣ କରିଥିଲେ। ତେବେ ସଂପର୍କୀୟ ଋଣ ବାବଦରେ ୧୫ ହଜାର ଶୁଝିବା ପରେ ମୁକୁଳିଥିଲା ଶିଶୁ। ସେପଟେ ଅପହର୍ତ୍ତାଙ୍କ ବିରୋଧରେ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।
ବାରିପଦା : ଜିଲ୍ଲାପାଳଙ୍କୁ ଭେଟିବାକୁ ମୟୂରଭଞ୍ଜ ଜିଲ୍ଲାରେ ପୁଣି ସ୍କୁଲ ପାଚେରୀ ଡେଇଁଲେ ଛାତ୍ରଛାତ୍ରୀ। ବାରିପଦାରେ ଜିଲ୍ଲାପାଳଙ୍କୁ ଭେଟି ସ୍କୁଲ ସମସ୍ୟା ଜଣାଇବାକୁ ଶ୍ୟାମାଖୁଣ୍ଟା ବ୍ଲକ୍ SSD ସ୍କୁଲର ପ୍ରାୟ ୧୦୦ଜଣ ଛାତ୍ରଛାତ୍ରୀ ୧୫ କିଲୋମିଟର ବାଟ ଚାଲିଚାଲି ଆସିଛନ୍ତି। ପଞ୍ଚମରୁ ଦଶମ ଶ୍ରେଣୀର ଏହି ଛାତ୍ରଛାତ୍ରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଅବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଧମକ ଦେଉଥିବା ଓ କୌଣସି ଉଚ୍ଚ ଅଧିକାରୀ ଏନେଇ କାର୍ଯ୍ୟାନୁଷ୍ଠାନ ନେଉନଥିବା ସେମାନେ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି। […]
ନୂଆପଡା : ନୂଆପଡା ଜିଲ୍ଲା ଖରିଆର ଥାନା ପୋଲିସ୍ ଚଢାଉ କରି ୧୧୨ ଖଣ୍ଡ ଜାଲ ୧୦୦ ଟଙ୍କିଆ ନୋଟ୍ ଜବତ କରିଛି। ଗିରଫ ହୋଇଛନ୍ତି ୫ଜଣ ଅଭିଯୁକ୍ତ। ପ୍ରଥମେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଖରିଆର ଥାନାର ଚାଲାଣପଡାରେ ଚଢାଉ କରିଥିଲା। ଚଢାଉ ବେଳେ ୪୫ଟି ଜାଲ ୧୦୦ ଟଙ୍କିଆ ନୋଟ୍ ଜବତ କରିଥିଲା। ଏହାପରେ ଗିରଫ ୨ ଅଭିଯୁକ୍ତଙ୍କ ସୂଚନା ଆଧାରରେ ପୁଣିଥରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର ଚିଚିଆ ଓ ତେମେରି […]
ଫ୍ଲୋରିଡା: ଆମେରିକା ଫ୍ଲୋରିଡାରେ ଭୁସୁଡ଼ିଲା ଫୁଟ୍ ଓଭର ବ୍ରିଜ୍। ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ନିକଟସ୍ଥ ଟ୍ରାଫିକ୍ ସିଗ୍ନାଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଫଳରେ ୪ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଏବେ ସୁଦ୍ଧା ଜାରି ରହିଛି। ବହୁ ସଂଖ୍ୟାରେ ଲୋକେ ଫୁଟ୍ ଓଭର ବ୍ରିଜ୍ ତଳେ ଦବି ରହିଥିବା ସନ୍ଦେହ କରାଯାଉଛି। ସନ୍ଧାନୀ କୁକୁର ଏବଂ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ମିଳିଥିବା ସୂଚନା ଅନୁସାରେ ବ୍ରିଜରେ […]
ଭୁବନେଶ୍ୱର: ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଆଜି ପ୍ରଥମଥର ଓଡ଼ିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପାଖାପାଖି ଦିନ ୧.୨୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ଏହାପରେ ଶହ ଶହ ବିଜେପି ନେତା ଓ କର୍ମୀ ତାଙ୍କୁ ପାଛୋଟି ନେବା ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏକ ବିରାଟ ରୋଡ ସୋ ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ସେ ବରିଷ୍ଠ ନେତା ମାନଙ୍କ ସହ ବୈଠକ କରିବେ। ଧର୍ମେନ୍ଦ୍ରଙ୍କୁ […]
ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି? ତାହେଲେ ଆପଣଙ୍କୁ ପ୍ରଥମେ ସେନାରେ ଖଟିବାକୁ ପଡ଼ିବ। ଏମିତି ଏକ ଖବରକୁ ନେଇ ଗଣମାଧ୍ୟମରେ ଖୁବ୍ ଚର୍ଚ୍ଚା ହେଉଛି। ମିଳିଥିବା ତଥ୍ୟ ଅନୁଯାୟୀ, ସରକାରୀ ଚାକିରି କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ପ୍ରଥମେ ୫ ବର୍ଷର ମିଲିଟାରୀ ସର୍ଭିସକୁ ବାଧ୍ୟତାମୂଳକ କରାଯିବ। ଅବଶ୍ୟ ଏହା ଏବେ ପ୍ରସ୍ତାବ ଆକାରରେ ରହିଛି। କେନ୍ଦ୍ର ସରକାରଙ୍କ Department of Personnel and Training (DoPT) ବିଭାଗ ଏହି ଯୋଜନା ପ୍ରସ୍ତୁତ କରୁଥିବାର ସୂଚନା […]
ମୁମ୍ବାଇ: ସରକାରୀ ଚାକିରୀ ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ନ୍ୟାସନାଲ ବ୍ୟାଙ୍କ ଫର୍ ଏଗ୍ରିକଲଚର ଏଣ୍ଡ ରୁରାଲ୍ ଡେଭଲପମେଣ୍ଟ (ନାବାର୍ଡ଼), ଗ୍ରେଡ୍ –ଏ ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ଆଗ୍ରହୀ ଓ ଯୋଗ୍ୟ ଆବେଦନକାରୀ ଆବେଦନର ଶେଷ ତାରିଖ ଏପ୍ରିଲ ୨ ପୂର୍ବରୁ ତୁରନ୍ତ ଆବେଦନ କରନ୍ତୁ। ଆବେଦନକାରୀଙ୍କ ବୟସ ସୀମା ୧୮ ରୁ ୪୦ ବର୍ଷ ହୋଇଥିବା ଆବଶ୍ୟକ। ଏସି ଓ ଏସଟି ଆବେଦନକାରୀଙ୍କ ବୟସ ସୀମା ୫ ବର୍ଷ, […]
ଭୁବନେଶ୍ୱର: ଭାଇର ମୃତଦେହର ସଂସ୍କାର ପାଇଁ ୮ ଘଣ୍ଟା ଧରି ଟ୍ରଲିରେ ବୁଲିଲା ଭାଇ। ମୃତଦେହ ପୋତିବାକୁ ନେଇ ତାଙ୍କୁ ହନ୍ତସନ୍ତ ହେବାକୁ ପଡିଥିଲା। ରାଉରକେଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଇନ୍ଦିରା ନଗରର ଧରମ୍ବୀର ଲୋହାରଙ୍କ ଗୁରୁବାର ଦିନ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ମୃତଦେହକୁ ନେଇ ଭାଇ ମଙ୍ଗଲ୍ ଲୋହାର ପୋତିବାକୁ ଯାଇଥିଲେ। ତେବେ ଯେଉଁଠାକୁ ବି ଯାଇଥିଲେ ତାଙ୍କୁ ବାରଣ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ପରେ ସ୍ଥାନୀୟ […]
ନୂଆଦିଲ୍ଲୀ: ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି। ନିକଟରେ ଉତ୍ତରପ୍ରଦେଶ ଓ ବିହାରରେ ଅନୁଷ୍ଠିତ ସମସ୍ତ ୩ଟି ଯାକ ଆସନରେ ପରାଜୟର ବିଜେପି ସାମ୍ନା କରିଥିବାବେଳେ ପୁଣି ଆଜି ଲାଗିଛି ଆଉ ଏକ ବଡ଼ ଝଟକା। ବିଜେପି ନେତୃତ୍ୱାଧୀନ ଏନଡ଼ିଏରୁ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି-ଟିଡିପି ଶେଷରେ ଓହରିଛି । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଟ୍ୱିଟ୍ […]
ଶ୍ରୀନଗର: ଏବେ ଚାରିଆଡେ ଅନୁଭୂତ ହେଉଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରାରେ ବୃଦ୍ଧି ଯୋଗୁଁ ବଢୁଛି ତାତି ହେଲେ ଜାମ୍ମୁ କାଶ୍ମୀରର ପର୍ଯ୍ୟଟନସ୍ଥଳୀ ପହଲଗାମରେ କିନ୍ତୁ ଏବେ ହେଉିଛି ପ୍ରବଳ ବରଫପାତ। ରାଜ୍ୟର ଏହି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀରେ ଲଗାତର ଦୁଇ ଦିନ ଧରି ପ୍ରବଳ ପରିମାଣରେ ତୁଷାରପାତ ଦେଖିବାକୁ ମିଳୁଛି। ବରଫପାତ ଯୋଗୁଁ ଅନନ୍ତନାଗ ଜିଲ୍ଲାରେ ଥିବା ଏ ଅଞ୍ଚଳକୁ ବହୁ ସଂଖ୍ୟା ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଗଲା ଦୁଇ ଦିନ ଧରି ଏ ଅଞ୍ଚଳରେ ତାପମାତ୍ରା ହ୍ରାସ […]
ଓଡ଼ିଶା: ଆସନ୍ତାକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱରରେ ୩୦ ଫ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଗତକାଲି କମିଶନରେଟ୍ ପୋଲିସ ପକ୍ଷରୁ ଅନୁଷ୍ଠିତ ହୋଇଥିଲା କାରକେଡ ରିହରସଲ। ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବା ପରେ କଟକ ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ତେଣୁ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଟକ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ପ୍ରସ୍ତୁତି […]
କଟକ: କଟକ ସୁଭଦ୍ରାପୁର ବିଜୟ ପାଲ ଉପରେ ଗୁଳିମାଡ଼ ଘଟଣାରେ ଅପରାଧୀ ସୁଶାନ୍ତ ଧଳସାମନ୍ତ ଓ ନିଲମ୍ବିତ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳ ଭଏସ୍ ଟେଷ୍ଟ ପାଇଁ ମନା କରିଛନ୍ତି। ଭଏସ୍ ଟେଷ୍ଟ ପାଇଁ ଅନୁମତି ଦେଇଥିଲେ କଟକ ଜେଏମଏଫସି (ରୁରାଲ) କୋର୍ଟ। ସୁଶାନ୍ତ ଓ ରଞ୍ଜିତାଙ୍କ ମଧ୍ୟରେ ଜେଲ ଭିତରର ବାର୍ତ୍ତାଳାପ ଏବଂ ଜେରା ବେଳେ ହୋଇଥିବା ଭଏସକୁ ମ୍ୟାଚ କରାଯିବା ନେଇ କଟକ ସଦର ଥାନା ପୋଲିସ କୋର୍ଟରେ ମଧ୍ୟ ଆବେଦନ କରିଥିଲା। ଗତକାଲି […]
ନୂଆଦିଲ୍ଲୀ: ଆଜିଠୁ ନୂଆଦିଲ୍ଲୀରେ ଆରମ୍ଭ ହେଉଛି ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର ମହା ଅଧିବେଶନ। ଏଥିପାଇଁ ରାଜ୍ୟର ଅନେକ କଂଗ୍ରେସ ନେତା ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏଥର ଅଧିବେଶନରେ ଦେଶବ୍ୟାପି କଂଗ୍ରେସକୁ କିଭଳି ଆଗକୁ ନିଆଯିବ, ସେ ସଂକ୍ରାନ୍ତରେ ଆଲୋଚନା ହେବ। ଓଡ଼ିଶା ଦୃଷ୍ଟିକୋଣରୁ ପ୍ରଦେଶ କଂଗ୍ରେସ କମିଟିରେ ଥିବା ଅସନ୍ତୋଷ ଏହି ଅଧିବେଶନରେ ଆଲୋଚନା ହୋଇପାରେ ବୋଲି ଜଣାପଡ଼ିଛି। ୧୮ ତାରିଖ ଅଧିବେଶନ ଶେଷ ହେବା ପରେ ୧୯ ତାରିଖରେ ରାଜ୍ୟର ଦଳୀୟ […]
ଭୁବନେଶ୍ୱର: କୋଣାର୍କରେ ବୋମା ମାଡ଼। କୋଣାର୍କ ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା କୋଣାର୍କ ନଗର ବିଜେଡି ସଭାପତି ଗୋପାଳ ଚନ୍ଦ୍ର ବେହେରାଙ୍କ ବାସଗୃହ ଓ କାର୍ଯ୍ୟାଳୟ ଉପରେ କେହି ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଗୋପାଳଙ୍କର ଥିବା ହୋଣ୍ଡା ବାଇକ ସୋରୁମ୍ ଉପରେ ମଧ୍ୟ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ଏଥିରେ କିଛି ଗାଡ଼ି ପୋଡ଼ିଯାଇଥିବା ସୂଚନା ମିଳିଛି। ଗତକାଲି ରାତି ପ୍ରାୟ ୧୨ଟା ପରେ ଏହି ବୋମାମାଡ଼ ହୋଇଥିବା କୁହାଯାଉଛି। ଠିକାଦାରୀ ଘଟଣାକୁ […]
ମାଲକାନଗିରି/ଢେଙ୍କାନାଳ /ନୂଆପଡ଼ା : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୭ ମହଲା ନୂଆ କୋଠା। ଖାଲି କୋଠା ବଢ଼ିନି, ଶଯ୍ୟା ସଂଖ୍ୟା ୧୨୫ରୁ ୩୦୦କୁ ବି ବଢ଼ିଛି। ଦେଖି ଲାଗୁଛି ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟସେବାରେ ଉନ୍ନତି ହେବ। ହେଲେ ତାହା ପୂରଣ ହେବ କି ନା ସନ୍ଦେହ। କାରଣ ଏହି ସମାନ କୋଠାରେ ଚାଲିବ ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନା। ବ୍ୟୟଯୋଗ୍ୟ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଅଧୀନରେ, ଏହି ନୂଆ କୋଠାରେ ଥିବା ବଳକା ଘରକୁ ପିପିପି ମୋଡ୍ରେ […]
ବିହାର : ବିହାରର ଗୟାରେ ନକ୍ସଲଙ୍କ ବଡ଼ ଧରଣର ହମଲା। ପୂର୍ବତନ ଏମ୍ଏଲସି ଏବଂ ବିଜେପି ନେତା ଅନୁଜ କୁମାର ସିଂହଙ୍କ ଘରକୁ ଡିନାମାଇଟ ଦ୍ୱାରା ଉଡ଼ାଇ ଦେଇଛନ୍ତି। ଡୁମାରିଆରେ ଥିବା ଅନୁଜଙ୍କ ଘରେ ଗତ ରାତିରେ ନକ୍ସଲମାନେ ଏହି ହମଲା କରିଥିବା ଜଣାପଡ଼ିଛି। ଚଳିତ ନିର୍ବାଚନକୁ ବୟକଟ କରିବା ପାଇଁ ମଧ୍ୟ ନକ୍ସଲମାନେ ଏକ ପୋଷ୍ଟର ମଧ୍ୟ ଜାରି କରିଛନ୍ତି। ଏହି ମାମଲାରେ ପୁଲିସ୍ ତନାଘନା ଜାରି ରଖିଛି।
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ପାଇଁ କୋର୍ଟରେ ଆବେଦନ। ନିର୍ବାଚନୀ ସତ୍ୟପାଠ ଦାଖଲ ବେଳେ ବୈଜୟନ୍ତ ବହୁତ ତଥ୍ୟ ଲୁଚାଇଥିବା ଅଭିଯୋଗ କରି କେନ୍ଦ୍ରାପଡ଼ା SDJM କୋର୍ଟରେ ଏହି ଆବେଦନ କରାଯାଇଛି। କଟକ ଜିଲ୍ଲା ହରିଅନ୍ତା ବାସିନ୍ଦା ଗୋପାଳ ଲେଙ୍କାଙ୍କ ପକ୍ଷରୁ ଓକିଲ ଅକ୍ଷୟ ନାୟକ ଏହି ଆବେଦନ କରିଛନ୍ତି। ଜନ ପ୍ରତିନିଧି ଆଇନର ଧାରା ୧୨୫ (ଏ) ଆଧାରରେ ମାମଲା ପାଇଁ ଆବେଦନ କରାଯାଇଛି। ବୈଜୟନ୍ତ ସତ୍ୟପାଠ ଦାଖଲ ବେଳେ […]
ଲକ୍ଷ୍ନୌ : ଏଥର ଲୋକସଭା ନିର୍ବାଚନ ଲଢ଼ିବେ ଭୋଜପୁରୀ ଅଭିନେତା ତଥା ବିଜେପି ନେତା ରବି କିଷାନ। ତେବେ ସେ କେଉଁଠୁ ନିର୍ବାଚନ ଲଢ଼ିବେ ସେ ନେଇ କୌଣସି ସୂଚନା ମିଳିନଥିବା ବେଳେ ସେ ଏହାର ନିଷ୍ପତ୍ତି ଦଳ ଉପରେ ଛାଡିଦେଇଛନ୍ତି। ରବି କିଷାନ କହିଛନ୍ତି, ସେ ନିର୍ବାଚନ ଲଢ଼ିବା ନେଇ ପ୍ରସ୍ତୁତ ରହିଛନ୍ତି। ଦେଶରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ୨୦୧୪ ତୁଳନାରେ ଅଧିକ ରହିଛି। ବିଜେପି ପାତାଳରେ ନିର୍ବାଚନ ଲଢ଼ିଲେ ମଧ୍ୟ ବିଜୟ ସୁନିଶ୍ଚିତ ବୋଲି ଦମ୍ଭୋକ୍ତି […]
ଭୁବନେଶ୍ୱର : ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ବିଜେଡି ୩ ଜଣ ରାଜ୍ୟସଭା ପ୍ରାର୍ଥୀ । ନାମାଙ୍କନ ପ୍ରତ୍ୟାହାର ଅବଧି ଆଜି ଶେଷ ପରେ ନିର୍ବାଚିତ ବୋଲି ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର। ୩ ବିଜେଡି ପ୍ରାର୍ଥୀ ହେଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ। ସେମାନଙ୍କ ମଧ୍ୟରୁ ପ୍ରଶାନ୍ତ ନନ୍ଦ ଓ ସୌମ୍ୟ ରଂଜନ ପଟ୍ଟନାୟକ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ସାର୍ଟିଫିକେଟ ଗ୍ରହଣ କରିଛନ୍ତି। ଅନୁପସ୍ଥିତ ଥିବାରୁ ସାର୍ଟିଫିକେଟ ନେଇନାହାନ୍ତି ଅଚ୍ୟୁତ ସାମନ୍ତ।
ବ୍ରହ୍ମପୁର : ଗଞ୍ଜାମ ଆସିକା ସବ୍ଜେଲରେ ଜିଲ୍ଲା ପ୍ରଶାସନର ଅତର୍କିତ ଚଢାଉ। ଚଢାଉରେ ୨୦ ହଜାର ଟଙ୍କା, ୫ଟି ମୋବାଇଲ୍ ଫୋନ୍, ୨ଟି ଚାର୍ଜର ଏବଂ ବହୁ ପରିମାଣର ମାଦକଦ୍ରବ୍ୟ ଜବତ ହୋଇଛି। ଆସିକା ସବ୍ଜେଲରେ ହୋଇଥିବା ଚଢାଉରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ, ଆସିକା ଉପଖଣ୍ଡ ପୋଲିସ୍ ଅଧିକାରୀ, ଆସିକା,ସୋରଡ଼ା,ଶେରଗଡ଼ ଓ ବଡ଼ଗଡ଼ ଥାନା ଅଧିକାରୀ ସାମିଲ୍ ହୋଇଥିଲେ।