କଟକ: ହାତରୁ ଲିଭିନି ମେହେନ୍ଦିର ରଙ୍ଗ ହେଲେ ବିବାହ ପରେ ନବବଧୂ ଆସି ପହଞ୍ଚିଛନ୍ତି ରକ୍ତଦାନ ଶିବିରରେ। ସ୍ୱାମୀଙ୍କ ସହ ଆସି ରକ୍ତଦାନ କରି ଅଭିନବ ଢଙ୍ଗରେ ମନାଇଥିଲେ ନିଜ ବିବାହ ଉତ୍ସବ। କଟକର ଦୁଇ ଜଣ ନବଦମ୍ପତ୍ତି ନିଜ ବିବାହକୁ ପାଳିଛନ୍ତି ଏଭଳି ଏକ ଅଭିନବ ଢଙ୍ଗରେ। କଟକ ଦରଘାପାଟଣା ଅଞ୍ଚଳର ନବ ବିବାହିତ ଦମ୍ପତ୍ତି ସାଇ ପ୍ରକାଶ ଓ ପ୍ରଣତି ସେହିଭଳି ସାଇ ପ୍ରକାଶଙ୍କ ଭାଇ ସୁବାସ ଏବଂ ତାଙ୍କ ପତ୍ନୀ ମୀନାକ୍ଷି ମଧ୍ୟ […]
ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଗିରଫ। ବରଗଡ ସୋହେଲା ବନାବିରା ଗୁଳିକାଣ୍ଡ ମାମଲାରେ ପୋଲିସ ଜୟନାରାୟଣଙ୍କୁ ଗିରଫ କରିଥିବା ଜଣାପଡିଛି। ସେହିପରି ଜୟନାରାୟଣଙ୍କ ସହଯୋଗୀ ଶିବ ଦିୱାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଆଜି ସକାଳେ ପଦମପୁର SDPO ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ପୋଲିସ ଜୟନାରାୟଣଙ୍କ ସମ୍ବଲପୁର ନନ୍ଦପଡାସ୍ଥିତ ଘରେ ପହଞ୍ଚି ପଚରାଉଚରା କରିଥିଲା। ପରେ ତାଙ୍କୁ ଓ ତାଙ୍କ ସହଯୋଗୀ ଶିବୁ ଦିଓ୍ୱାନଙ୍କୁ ସୋହେଲା ଥାନାକୁ ନେଇଛି। ବିଜେପୁର ଉପନିର୍ବାଚନର ଠିକ୍ ପୂର୍ବରୁ […]
ବାଲେଶ୍ୱର: ବାଲେଶ୍ୱର ବସ୍ତା ଥାନା ଭେଲୋରାଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଟ୍ୟୁସନ ସାରି ଫେରୁଥିବାବେଳେ ୨ ଜଣ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ। ଘଟଣାସ୍ଥଳରେ ୨ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱରରୁ ପଶ୍ଚିମବଂଗ ପଟକୁ ଯାଉଥିବା ଏକ ଟ୍ରକ ଦୁଇ ଛାତ୍ରୀଙ୍କ ଧକ୍କା ଦେବା ପୂର୍ବରୁ ଏକ ମୋଟର ସାଇକେଲକୁ ଧକ୍କା ଦେଇଥିଲା। ବାଇକକୁ ଧକ୍କା ଦେବା ପରେ ଯିବାକୁ ଚେଷ୍ଟା କରିବା ବେଳେ ୨ ଛାତ୍ରୀଙ୍କ ଉପରେ ମାଡିଯାଇଥିଲା […]
ଭୁବନେଶ୍ୱର: ରାଜ୍ୟ ଶିକ୍ଷା ସହାୟକଙ୍କ ଆନ୍ଦୋଳନ ସ୍ଥଗିତ। ଗୋଟିଏ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଶିକ୍ଷା ସହାୟକ ସଂଘ। ଏ ନେଇ ସୂଚନା ଦେଇଛନ୍ତି ଶିକ୍ଷା ସହାୟକ ସଂଘ। ସଭାପତି ମଳୟ ଜେନା ଓ ଉପଦେଷ୍ଟା ସୁନିଲ ପ୍ରଧାନଙ୍କ ସୂଚନା ଶିକ୍ଷାସହାୟକଙ୍କ ବିଭିନ୍ନ ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶିକ୍ଷା ସହାୟକଙ୍କ ୭ଟି ଦାବିରୁ ସରକାର ୪ଟି ଦାବି ମାନି […]
ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିମାନସେବା ପ୍ରଦାନକାରୀ କମ୍ପାନି ଏୟାର ଇଣ୍ଡିଆର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ହ୍ୟାକ ହେବାପରେ ଏହାକୁ ପୁନଃସ୍ଥାପିତ କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳେ ହ୍ୟାକର୍ସମାନେ ଏୟାର ଇଣ୍ଡିଆର ଅଫିସିଆଲ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ କରି ତୁର୍କୀ ଭାଷାରେ କିଛି ମେସେଜ୍ ପୋଷ୍ଟ କରିଥିଲେ। କେବଳ ଏତିକି ନୁହେଁ ହ୍ୟାକର୍ସମାନେ ଟ୍ୱିଟରରେ ବିମାନ ବାତିଲ୍ ମଧ୍ୟ ଘୋଷଣା କରିଥିଲେ। ଅଫିସିଆଲ ଟ୍ୱିଟର ଆକାଉଣ୍ଟ @airindiain to @airindiaTR କୁ ପରିବର୍ତ୍ତନ କରାଯାଇଥିଲା। ତୁର୍କୀଶ ସାଇବର ଆର୍ମି […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଖାଲି ପଡ଼ିଥିବା ୧୦୦୦ରୁ ଅଧିକ ଗ୍ରାମୀଣ ଡାକ ସେବକ ପଦବୀ ପୂରଣ ଲାଗି ଭାରତୀୟ ଡାକ ବିଭାଗ ଦରଖାସ୍ତ ଆହ୍ୱାନ କରୁଛି। ଆଗ୍ରହୀ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ। ବୟସ ସୀମା: ମାର୍ଚ୍ଚ ୯, ୨୦୧୮ ଅନୁଯାୟୀ, ଆବେଦନକାରୀଙ୍କ ବୟସ ସୀମା ୧୮ ରୁ ୪୦ ବର୍ଷ ହୋଇଥିବା ଆବଶ୍ୟକ। ଏସି ଓ ଏସଟି ଆବେଦନକାରୀଙ୍କ ବୟସ ସୀମା ୫ ବର୍ଷ, ପିଏଚ୍ ଆବେଦନକାରୀଙ୍କ ବୟସ ସୀମା ୧୦ ବର୍ଷ ଓ ଓବିସି […]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଓ ବିହାରରେ ଅନୁଷ୍ଠିତ ସମସ୍ତ ୩ଟି ଯାକ ଆସନରେ ପରାଜୟର ସାମ୍ନା କରିଛି ବିଜେପି। ଉତ୍ତର ପ୍ରଦେଶର ନିଜ ଗଡ଼ ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଗାତର ୫ ଥର ଜିତି ଆସିଥିବା ଗୋରଖପୁରରେ ବିଜେପିକୁ ସବୁଠୁ ବଡ଼ ଝଟକା ଲାଗିଛି। ସେହିଭଳି ଫୁଲପୁର ଆସନରେ ମଧ୍ୟ ହାରିଛି ବିଜେପି। ଏହି ଉଭୟ ଆସନକୁ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମେଣ୍ଟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିଭଳି ବିହାରରେ ଆରାରିଆ ଲୋକସଭା […]
ଜୟପୁର: ଛାତ୍ର ଅଶାନ୍ତି ପାଇଁ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ସାଇନ୍ ଡାଏ ଘୋଷଣା କରାଯାଇଛି। ଆଜି ଦିନ ୧୦ଟା ସୁଦ୍ଧା କ୍ୟାମ୍ପସ୍ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଦୀର୍ଘ ଦିନ ଧରି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହାର ପ୍ରତିବାଦ କରିଛନ୍ତି ୧୦୦ରୁ ଅଧିକ ଛାତ୍ରଛାତ୍ରୀ। ବିଶ୍ୱବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ, ହଷ୍ଟେଲରେ ମୌଳିକ ସୁବିଧା ସୁଯୋଗ ନଥିବା, ୟୁନିଭରସିଟିର କ୍ୟାମ୍ପସରେ ସମସ୍ତ ବିଭାଗ ଖୋଲିବା ଓ ମେଡିକାଲ ଖୋଲିବା ଆଦି ୫୨ଟି ଦାବି ନେଇ […]
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଏବେ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ୪ ସପ୍ତାହ ପାଇଁ ଛୁଟିରେ ଅଛନ୍ତି। ତାଙ୍କୁ ଚିକିତ୍ସା କରୁଥିବା ହସ୍ପିଟାଲ ପକ୍ଷରୁ ସ୍ୱାସ୍ଥ୍ୟଗତ କାରଣରୁ ଛୁଟି ନେବାକୁ କୁହାଯାଇଥିଲା। ଡାକ୍ତରଙ୍କ ପରାମର୍ଶ ଅନୁୟାୟୀ ସେ ଛୁଟି ନେଇଛନ୍ତି। ତେବେ ଛୁଟି ସମୟ ସେ ଚେନ୍ନାଇରେ ନିଜ ପରିବାର ସହ ନରହି ଶ୍ରୀନଗରରେ ଥିବା ବାୟୁସେନା ସ୍କ୍ୱାଡ୍ରନରେ ରହିବାକୁ ନିଷ୍ପତ୍ତି କରିଛନ୍ତି। ଯେଉଁଠାରେ ସେ ନିୟୋଜିତ ଥିଲେ ସେହି ସ୍ଥାନରେ ହିଁ […]
ଯାଜପୁର: ଯାଜପୁର ବଡ଼ଚଣା ଥାନା ବନ୍ଦାଳ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୩ ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ଡାକ୍ତର ଓ ଅନ୍ୟ ଜଣେ ଫାର୍ମାସିଷ୍ଟ। ମୃତ ଡାକ୍ତର ନାଁ ପରେଶ ମହାପାତ୍ର। ସେ କଟକ ସିଟି ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ଗତକାଲି ବିଳମ୍ବିତ ରାତିରେ ଡାକ୍ତର ପରେଶ ଓ ଫାର୍ମାସିଷ୍ଟ ଏକ ଭୋଜି ଖାଇ ଭୋଗରାଇରୁ କଟକ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ସେମାନଙ୍କ କାର କେଉଁ […]
ଭୁବନେଶ୍ୱର: ଏଣିକି ନାମ ଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ। ପ୍ରତି ଦୋକାନ ସହ ପ୍ରତିଷ୍ଠାନଗୁଡ଼ିକର ନାମ ଫଳକ ଓଡ଼ିଆରେ ଲେଖାଯିବ। ନଚେତ୍ ତଣ୍ଡ ଗଣିବେ ଦୋକାନୀ। ଗତକାଲି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଥର ଧରାପଡ଼ିଲେ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ବାର ଧରାପଡ଼ିଲେ ୨ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ସେହିପରି ଓଡ଼ିଆ ସରକାରୀ ଭାଷା ଆଇନରେ […]
ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ହୋଇପାରେ କାଳବୈଶାଖୀ ବର୍ଷା। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ପୂର୍ବାନୁମାନ କରିଛି। ବିଶେଷ କରି ଉତ୍ତର ଏବଂ ଉପକୂଳ ଓଡିଶାରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ସକାଳ ସମୟରେ ଖରା ହେବା ସାଙ୍ଗକୁ ଅପରାହ୍ନରେ କାଳବୈଶାଖୀ ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ମଧ୍ୟ କମ୍ ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। […]
ଭୁବନେଶ୍ୱର: ପରୀକ୍ଷା ଖାତା ଦେଖିବେନି ଶିକ୍ଷକ। ମାଟ୍ରିକ ଓ ଯୁକ୍ତ ୨ ଖାତା ନଦେଖିବାକୁ ନିଷ୍ପତ୍ତି ନେଇଛି ଶିକ୍ଷକ ସଂଘ। ସରକାରୀ ବିଜ୍ଞପ୍ତି ପ୍ରକାଶରେ ବିଳମ୍ବ ପ୍ରତିବାଦରେ ଖାତାଦେଖା ବର୍ଜନ ପାଇଁ ସଂଘ ନିଷ୍ପତ୍ତି ନେଇଛି। ଗ୍ରାଣ୍ଟ ଇନ୍ ଏଡ୍ ପାଇଁ ସତ୍ୟପାଠ ଦାଖଲକୁ ବିରୋଧ କରିବା ସହ ସତ୍ୟପାଠ ଉଚ୍ଛେଦ ନେଇ ଗତ ୮ ତାରିଖ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ପ୍ରତିଶ୍ରୁତି ମିଳିଥିଲା। ତେବେ ଏପର୍ଯ୍ୟନ୍ତ ବିଜ୍ଞପ୍ତି ପ୍ରକାଶ ପାଇନଥିବାରୁ ଏହାର ପ୍ରତିବାଦରେ ମୂଲ୍ୟାୟନ […]
ଭୁବନେଶ୍ୱର: ଏଣିକି ନାମ ଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ। ପ୍ରତି ଦୋକାନ ସହ ପ୍ରତିଷ୍ଠାନ ଗୁଡ଼ିକର ନାମ ଫଳକ ଓଡ଼ିଆରେ ଲେଖାଯିବ। ନହେଲେ ଜରିମାନା ଦେବାକୁ ପଡ଼ିବ। ପ୍ରଥମ ଥର ଧରାପଡ଼ିଲେ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଓ ଦ୍ୱିତୀୟ ବାର ଧରାପଡ଼ିଲେ ୨ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏନେଇ ଆଜି ସଚିବାଳୟରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ଓଡ଼ିଆ ସରକାରୀ ଭାଷା […]
ଭୁବନେଶ୍ୱର : ଆଜି ରାଜ୍ୟବ୍ୟାପୀ ଚାଲିଥିବା ବସ୍ ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ଏହି ସୂଚନା ଦେଇଛନ୍ତି। ସାଧାରଣ ପରିଷଦ ବୈଠକ ପରେ ଧର୍ମଘଟ ପ୍ରତ୍ୟାହାର ଘୋଷଣା କରାଯାଇଛି। ସରକାର ବସ୍ ମାଲିକ ସଂଘର ଦାବି ମାନି ନେଇଥିବାରୁ ଆନ୍ଦୋଳନ ହଟିଲା ବୋଲି ବସ୍ ମାଲିକ ସଂଘର ମୁଖପାତ୍ର କହିଛନ୍ତି। ସଂଧ୍ୟା ୫ଟାରୁ ବସ୍ ଚଳାଚଳ ସ୍ୱାଭାବିକ ଭାବେ ଚାଲୁ ହୋଇଛି। ସୂଚନା ଯେ, ଆଜି ସକାଳ ୬ଟାରୁ ସାରା […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ପିତାପାଟ ଗାଁରେ ନାବାଳିକା ଅସଦାଚାରଣ ଅଭିଯୋଗ ଘଟଣାରେ ୭ ଜଣ ଗିରଫ। ୭ଜଣଙ୍କୁ ଗିରଫ କରିଛି ଜମ୍ବୁ ମେରାଇନା ଥାନା ପୋଲିସ୍। ଅଭିଯୋଗ ଅନୁସାରେ ନାବାଳିକାଙ୍କୁ ଗାଁ ମୁଣ୍ଡରେ ଏହି ୭ଜଣ ଯୁବକ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିଥିଲେ ଓ ଅସଦାଚରଣ କରିଥିଲେ। ଘଟଣାରେ ନାବାଳିକାର ବୟାନ ରେକର୍ଡ କରିବା ସହ ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ୍।
ଭୁବନେଶ୍ୱର : ଆଜି ବସୁଛି କଂଗ୍ରେସ ବିଧାୟକ ଦଳ ବୈଠକ। ବିଧାନସଭାର ବଜେଟ୍ ଅଧିବେଶନକୁ ଆହୁରି ସପ୍ତାହେ ବାକି ଥିବାବେଳେ ଆଜିର ବୈଠକକୁ ନେଇ ଚାଲିଛି ଚର୍ଚ୍ଚା ଆଲୋଚନା। ଆଜିର ବୈଠକ ଆଗାମୀ ବିଧାନସଭାରେ ସରକାରଙ୍କୁ ଘେରିବାକୁ ରଣନୀତି ନା ପିସିସି ପ୍ରସଙ୍ଗରେ ଆଲୋଚନା ପାଇଁ ଉଦ୍ଦିଷ୍ଟ ତାକୁ ନେଇ କଳ୍ପନାଜଳ୍ପନା ଚାଲିଛି। ତା ଛଡ଼ା ବିଜେପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟର କାରଣ ଓ ତ୍ରୁଟି ସମୀକ୍ଷା କରାଯିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ […]