କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଳଭଦ୍ରପୁର ଗଣ୍ଡରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ମୃତକ ହେଲେ ଡମରପୁର ଗାଁର ରଶ୍ମି ରଞ୍ଜନ ଦାସ। ଅଟୋ ଡ୍ରାଇଭର ରଶ୍ମି ଗତ ସନ୍ଧ୍ୟାରୁ ନିଖୋଜ ଥିଲେ ଏବଂ ତାଙ୍କୁ କେହି ହତ୍ୟା କରିଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିବା ସହିତ ଥାନାରେ ଏତଲା ଦେଇଛନ୍ତି। ସୂଚନାଥାଉ କି, ପୋଲିସ ଅଟୋରିକ୍ସାକୁ ଜବତ କରିବା ସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଅନ୍ୟପକ୍ଷରେ,ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ […]
ନୂଆଦିଲ୍ଲୀ : ଆଉ ୪୭ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ଏହି ତୃତୀୟ ଦଫା ପ୍ରାର୍ଥୀ ତାଲିକାରେ ୬ଟି ରାଜ୍ୟ ଗୋଆ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଗୁଜରାଟ, ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକର ଲୋକସଭା ଆସନ ଗୁଡ଼ିକ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ତେବେ କିଛି ହେଭିୱେଟ୍ଙ୍କ କଥା ଦେଖିଲେ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଏଥର ବିଜେପି ମଧ୍ୟପ୍ରଦେଶର ମୋରେନାରୁ ପ୍ରାର୍ଥୀ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀପାଦ ନାଏକ ଉତ୍ତର ଗୋଆରୁ, […]
ଭୁବନେଶ୍ୱର: ଆସନ୍ତା ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଜେଲରେ ଥିବା ମାଓନେତା ସବ୍ୟସାଚୀ ପଣ୍ଡା। ଏହି ସୂଚନା ଦେଇଛନ୍ତି ସବ୍ୟସାଚୀଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା। କୌଣସି ଦଳୀୟ ଟିକେଟରେ ନୁହେଁ, ବରଂ ସ୍ୱାଧୀନ ଭାବେ ତାଙ୍କ ସ୍ୱାମୀ ନିର୍ବାଚନରେ ଲଢ଼ିବେ ବୋଲି କହିଛନ୍ତି ଶୁଭଶ୍ରୀ। ସେ କହିଛନ୍ତି ଯେ, ସବ୍ୟସାଚୀ ନିର୍ବାଚନ ଲଢ଼ିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି। ରାଜ୍ୟର ଯେ କୌଣସି ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚନ ଲଢ଼ିପାରନ୍ତି। କୌଣସି ମାମଲାରେ ସବ୍ୟସାଚୀ ଦୋଷୀ ସାବ୍ୟସ୍ତ […]
ଭୁବନେଶ୍ୱର: ମଧ୍ୟରାତ୍ରିରେ ରାଜଧାନୀରେ ଅଗ୍ନିକାଣ୍ଡ। ଭୁବନେଶ୍ୱର ଖାରବେଳନଗର ଅଞ୍ଚଳସ୍ଥିତ ୟୁନାଇଟେଡ ବ୍ୟାଙ୍କ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟି ଅନେକ ସମ୍ପତ୍ତି ନଷ୍ଟ ହୋଇଯାଇଛି। କୋଠାର ପ୍ରଥମ ମହଲାରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ନେଇ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ ବ୍ୟାଙ୍କର ସିକ୍ୟୁରିଟି। ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ। ତେବେ ଏଥିରେ କେହି ମୃତାହତ ହୋଇଥିବା ଖବର ନଥିଲେ ମଧ୍ୟ କମ୍ପ୍ୟୁଟର ଏବଂ ଅନ୍ୟ ଆସବାବପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି। ସର୍ଟ ସର୍କିଟରୁ […]
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ବିପୁଳ ବିଜୟ ପରେ କୃତଜ୍ଞତା ଜଣାଇବାକୁ ଆଜି ବିଜେପୁର ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୁହାର ଭେଟ୍ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ। ସେଥିପାଇଁ ବରପାଲିରେ ମଞ୍ଚ ପ୍ରସ୍ତୁତ କରାଯାଇଛି। ଉପନିର୍ବାଚନରେ ଜି-ଜାନ୍ ଲଗାଇ କାମ କରିଥିବା ସମସ୍ତ ନେତା ଓ ପ୍ରତି ପଂଚାୟତରୁ ସାଧାରଣ ଲୋକଙ୍କୁ ବି ଏହି କାର୍ଯ୍ୟକ୍ରମକୁ ଡକାଯାଇଛି। ତେବେ ଚର୍ଚ୍ଚା ହେଉଛି ଜୁହାର ଭେଟ୍ ଆଳରେ ପଶ୍ଚିମ ଓଡ଼ିଶାରେ ରାଜନୈତିକ ଜୁଆର ସୃଷ୍ଟି କରିବାକୁ ଚେଷ୍ଟା କରୁଛି […]
ଭୁବନେଶ୍ୱର: ଆଜିଠୁ ସାମୁହିକ ଛୁଟିରେ ଯିବେ ରାଜ୍ୟର ୭୦ହଜାର ଶିକ୍ଷା ସହାୟକ। ସାମୁହିକ ଛୁଟିରେ ଯାଇ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଆଜି ବିଶାଳ ସମାବେଶ କରିବେ। ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ କହିଛି। ସେହିପରି ଦାବି ପୂରଣ ନହେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ହେବାକୁ ଥିବା ବାର୍ଷିକ ପରୀକ୍ଷାକୁ ଶିକ୍ଷାସହାୟକ ମାନେ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ସର୍ବଶିକ୍ଷା ଅଭିଯାନ ଅଧିନରେ ରାଜ୍ୟର ପ୍ରାୟ ୫୮ହଜାର ପ୍ରାଥମିକ, […]
ଭୁବନେଶ୍ୱର: ମାଟ୍ରିକ୍ ମୂଲ୍ୟାୟନ ବାଧାପ୍ରାପ୍ତ ହେବା ଆଶଙ୍କା। ଶିକ୍ଷକଙ୍କ ଦାବି ପୂରଣ ନେଇ କଣ୍ଟ ପୂରିବା ପରେ ସମାଧାନର ବାଟ ଏଯାଏ ବାହାରିନି। ଆଉ ଏଥର କିନ୍ତୁ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସରକାରଙ୍କୁ ଘେରିବା ଲାଗି ଯୋଜନା ପ୍ରସ୍ତୁତ କରିସାରିଲାଣି। ସରକାର ଦେଇଥିବା ମାର୍ଚ୍ଚ ୯ର ଡେଡ୍ ଲାଇନ୍ ବି ପୂରିଛି। ହେଲେ ସତ୍ୟପାଠ ଦାଖଲ ଭଳି ୭ ଦଫା ଦାବି ପୂରଣ ନେଇ ଏଯାଏ ଅଙ୍କ ଛିଡାଇ ପାରୁନାହାନ୍ତି ସରକାର। ମାର୍ଚ୍ଚ ୯ରେ ସରକାରଙ୍କ […]
ନୂଆଦିଲ୍ଲୀ : ସବୁଠାରୁ ପଛରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ମଧ୍ୟ ଏ କ୍ଷେତ୍ରରେ ଏବେ ବେଶ୍ ଆଗରେ ରହିଛି ବିଜେପି। ଦଳ ଦୁଇଟି ପର୍ଯ୍ୟାୟରେ ରାଜ୍ୟର ୨୧ ଲୋକସଭା ଆସନ ମଧ୍ୟରୁ ୧୫ଟି ଓ ୧୪୭ ବିଧାନସଭା ଆସନ ମଧ୍ୟରୁ ୧୨୧ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ସେହିପରି ଟିକେଟ୍ ଘୋଷଣାରେ ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ୍। ଦୁଇଟି ଦଫାରେ ଦଳ ୮ ଲୋକସଭା ଆସନ ଓ ୮୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ପ୍ରାର୍ଥୀ […]
ଭୁବନେଶ୍ୱର: ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଓ ସତ୍ୟାଗ୍ରହ କରିବେ ଚାଷୀ। ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀମାନେ ଭୁବନେଶ୍ୱରର ଲୋୟର ପିଏମଜିରେ ଅନଶନରେ ବସିବେ। ଏଥିରେ ରାଜ୍ୟର ୧ ଲକ୍ଷରୁ ଅଧିକ ଚାଷୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୩୬ ଲକ୍ଷ ଚାଷୀଙ୍କ ପାଇଁ ୨୦ ବର୍ଷ ବୟସରୁ ମାସିକ ୫ହଜାର ଟଙ୍କା ହିସାବରେ ବଜେଟରେ ବାର୍ଷିକ ୨୧ ହଜାର ୬୦୦ କୋଟି ଟଙ୍କା ପାରିତ ଦାବିରେ ଏହି […]
ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ଜବତ ହେଲା ବୈଦେଶିକ ମୁଦ୍ରା ସହ ଲକ୍ଷାଧିକ ଟଙ୍କାର ସୁନା। ଜବତ ସୁନା ଏବଂ ମୁଦ୍ରାର ମୁଲ୍ୟ ୨୨ ଲକ୍ଷ ୨୩ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏସବୁ ବିଦେଶୀ ସୁନା ଏବଂ ମୁଦ୍ରା ବ୍ୟାଙ୍କକରୁ ଏୟାର ଇଣ୍ଡିଆ ବିମାନରେ ଭୁବନେଶ୍ୱର ଆସିଥିଲା। ଏହି ଘଟଣାରେ କଷ୍ଟମ୍ସ ଅଧିକାରୀ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି। ଅଟକ ୪ଜଣ ଦିଲ୍ଲୀ, କୋଲକାତା ଓ କଟକ ବାସିନ୍ଦା […]
ନୂଆଦିଲ୍ଲୀ: ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ଲାଗି ଭାରତୀୟ ଡାକ ବିଭାଗ ଦରଖାସ୍ତ ଆହ୍ୱାନ କରୁଛି। ଆଶାୟୀ ପ୍ରାର୍ଥୀ ମେ ୧୨ ସୁଦ୍ଧା ଆବେଦନ କରିପାରିବେ। ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୭ ମଧ୍ୟରେ ହୋଇଥିବ। ଏସି ଓ ଏସଟି ଆବେଦନକାରୀଙ୍କ ପାଇଁ ବୟସ ସୀମା ୫ ବର୍ଷ କୋହଳ କରାଯାଇଥିବା ବେଳେ ଓବିସି ଆବେଦନକାରୀଙ୍କ ପାଇଁ ୩ବର୍ଷ କୋହଳ ରହିଛି। ଦରମା: ମାସିକ ୧୯, ୯୦୦ ଟଙ୍କା। ନିଯୁକ୍ତି ସ୍ଥାନ: ନାଗପୁର ଶିକ୍ଷାଗତ […]
ଭୁବନେଶ୍ୱର: ପିସିସି ସଭାପତି ପରିବର୍ତ୍ତନ ସଂପର୍କରେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସଂଧ୍ୟାରାଣୀ ମହାପାତ୍ରଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ। ଏଭଳି ମନ୍ତବ୍ୟ ଦେବାକୁ ତାଙ୍କୁ କିଏ କ୍ଷମତା ଦେଲା ବୋଲି ଶରତ ପ୍ରଶ୍ନ କରିଛନ୍ତି। ସଭାପତି କିଏ ରହିବେ, କେତେ ଦିନ ରହିବେ ସେ ନିଷ୍ପତ୍ତି ରାହୁଲ ଗାନ୍ଧୀଙ୍କର। ଏଥିରେ ଆଉ କାହାର କିଛି କହିବାର ନାହିଁ। ଏଆଇସିସିର ନିଷ୍ପତ୍ତି କେବଳ ସଂଧ୍ୟାଙ୍କ ପାଖକୁ କେମିତି ଆସିଲା […]
ଭୁବନେଶ୍ୱର: ତାମିଲନାଡୁରେ ଓଡିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକମାନେ ହେଲେ ଯାଜପୁର ସଦର ଥାନା ଝାଲପଡା ଗ୍ରାମର ଘନ ମଲିକ, ବରୀ ଥାନା ହଳଦି ବସନ୍ତ ଗ୍ରାମର ପଇ ଦଳେଇ ଓ କେନ୍ଦୁଝର ତେଲକୋଇ ଥାନା ପାଟକେଲିପୁର ଗ୍ରାମର ସନାତନ ମୁଣ୍ଡା। ଏମାନେ ସମସ୍ତେ ତାମିଲନାଡୁ ବଡମୁଦୁରାଇରେ ଥିବା ବନାରିବାସ ସୂତା କଳରେ କାମ କରୁଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ କିଛି ଦିନ ତଳେ ଓଡିଆ ଶ୍ରମିକ ଏବଂ ତାମିଲ ଶ୍ରମିକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। […]
କଟକ: ବାଳଅପରାଧୀଙ୍କୁ ନିଯୁକ୍ତି ମିଳିଲେ ଆତ୍ମବିଶ୍ୱାସ ବଢ଼ିବ, ଆଉ ଏମାନେ ଅପରାଧ କରିବେନି। ଏଥିସହ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର। କଟକରେ ଆୟୋଜିତ ଜୁଡିସିଆଲ ଏକାଡେମୀରେ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇଥିଲେ ପ୍ରଧାନ ବିଚାରପତି। ବାଳ ଅପରାଧ ସଂପର୍କିତ ଜୁଭେନାଇଲ ଜଷ୍ଟିସ: ଇସ୍ୟୁ ଏଣ୍ଡ ଚ୍ୟାଲେଞ୍ଜ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ସେ ଏହା କହିଛନ୍ତି। ଏହି ସମ୍ମିଳନୀରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନୀତ […]
ଭୁବନେଶ୍ୱର: ସ୍ମାରକୀ ଡାକ ଟିକଟ ପରେ ଏବେ ମୁଦ୍ରାରେ ୧୮୧୭ର ପାଇକ ବିଦ୍ରୋହ ଚିତ୍ର ସ୍ଥାନ ପାଇବ। ଏଥିଲାଗି ପ୍ରସ୍ତୁତି ଡିଜାଇନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚୂଡାନ୍ତ ହେବାପରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ। ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ଦ୍ୱାରା ପ୍ରସ୍ତୁତି ଡିଜାଇନକୁ ମନୋନୀତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଡିଜାଇନ ପ୍ରସ୍ତୁତ ଲାଗି ସଚିବ ମନୋରଂଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା। ଏଥିରେ ବିଶିଷ୍ଟ ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ଓଡ଼ିଶା ଲଳିତ କଳା ଏକାଡେମୀ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ବର୍ତ୍ତମାନ ଟ୍ରେନରେ ଯାତ୍ରା କରିବା ପାଇଁ ଆଉ ବେଶୀ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାରଣ ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାରର ଅସୁବିଧା ତଥା ସମୟାନୁବର୍ତ୍ତିତାକୁ ଆଖି ଆଗରେ ରଖି ଭାରତୀୟ ରେଳବାଇ ଟୁ-ଷ୍ଟେଜର ନୂଆ ଯୋଜନା ଆଣିଛି। ସୂଚନା ଅନୁସାରେ, ରେଲୱେର ଏହି ନୂଆ ଯୋଜନା ଅନୁସାରେ ଏଣିକି ଟ୍ରେନ ବିଳମ୍ବ ନେଇ ଗ୍ରେଡିଂ କରାଯିବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ ଯୋଜନା କରିଛନ୍ତି ବୋଲି ଜଣାପଡ଼ିଛି। ଟ୍ରେନ […]
କେନ୍ଦ୍ରାପଡ଼ା: ପୁଣି ସୋସିଆଲ ମିଡ଼ିଆରେ ଆପତ୍ତିଜନକ ଭିଡିଓ ଭାଇରାଲ । ଏଥର ଅଭିଯୋଗ ଆସିଛି କେନ୍ଦ୍ରାପଡ଼ାରୁ। ଅଭିଯୋଗ ଅନୁସାରେ ଜଣେ ଛାତ୍ରୀଙ୍କ ସହ ସୌମ୍ୟରଞ୍ଜନ ବେହେରା ନାମକ ଜଣେ ଯୁବକ ପ୍ରେମ ସଂପର୍କ ରଖିଥିଲେ। ଏହାପରେ ଜୋରଜବରଦସ୍ତ ଶାରୀରିକ ସଂପର୍କ ରଖି ଭିଡିଓ ରେକର୍ଡ଼ିଂ କରିଥିଲେ। ପରେ ସେହି ଭିଡିଓ ମାଧ୍ୟମରେ ଯୁବତୀଙ୍କୁ ବ୍ଲାକମେଲିଂ କରିବା ସହ ବାରମ୍ବାର ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲେ। ଏମିତିକି କଥା ନମାନିଲେ ପରିବାର ଲୋକଙ୍କୁ ମାରିଦେବା ଧମକ […]
ଭୁବନେଶ୍ୱର: ଦୁବାଇରେ ଫସି ରହିଛନ୍ତି ଓଡ଼ିଆ ଯୁବକ। ଓଡ଼ିଆ ଯୁବକ ଦିବ୍ୟରଂଜନଙ୍କ ମୁକ୍ତି ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠିଲେଖିଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ। ସେହିପରି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ସେ ଚିଠିଲେଖିଛନ୍ତି। ଦିବ୍ୟରଂଜନଙ୍କୁ ମୁକ୍ତ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ପ୍ରତ୍ୟୁଷା। କନ୍ଧମାଳ ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ଉରୁମୁଣ୍ଡା ଗାଁର ଦିବ୍ୟରଂଜନ ବେହେରା ଗତ ୨ ମାସ ଧରି ଦୁବାଇରେ ଫସି ରହିଛନ୍ତି। ଦିବ୍ୟରଂଜନଙ୍କ ସହ ଦେଶର ବିଭିନ୍ନ ପ୍ରାନ୍ତରୁ […]
ନୂଆଦିଲ୍ଲୀ : ଜମ୍ମୁ ଓ କାଶ୍ମୀରର ବିଚ୍ଛିନ୍ନତାବାଦୀଙ୍କ ବିରୁଦ୍ଧରେ ଆଭିମୁଖ୍ୟକୁ ଆହୁରି କଠୋର କଲେ କେନ୍ଦ୍ର ସରକାର। ବିଚ୍ଛିନ୍ନତାବାଦୀ ସଂଗଠନ ଜମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ ବା JKLFକୁ ନିଷିଦ୍ଧ ଘୋଷଣା କରାଯାଇଛି। ଆତଙ୍କବାଦ ନିରୋଧ ଆଇନ ଅନ୍ତର୍ଗତ କେନ୍ଦ୍ର ଏହି ପଦକ୍ଷେପ ନେଇଛି। JKLF ବିଭିନ୍ନ ସମୟରେ ଆତଙ୍କବାଦୀ ସଙ୍ଗଠନକୁ ସାହାଯ୍ୟ ସହଯୋଗ କରିବାର ଅଭିଯୋଗ ରହିଛି। ଜମାତ୍ -ଏ-ଇସ୍ଲାମୀ ପରେ ମାସକ ଭିତରେ ଦ୍ୱିତୀୟ ବିଚ୍ଛିନ୍ନବାଦୀ ସଂଗଠନ ଭାବେ JKLFକୁ ବ୍ୟାନ୍ କରାଯାଇଛି। ସଂଗଠନର […]
କୋରାପୁଟ: କୋରାପୁଟରେ ପାଣି ପାଇଁ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ସିମିଳିଗୁଡ଼ା ବ୍ଲକ ମାଳିଡୋଳିଆମ୍ବ ଗାଁରେ ଏହି ଗଣ୍ଡଗୋଳ ହୋଇଛି। ଚାଷ ଜମିରେ ପାଣି ମଡ଼ାଇବାକୁ ନେଇ ଏହି ଗୋଷ୍ଠୀ ସଂଘର୍ଷ। ଆହତମାନଙ୍କୁ ସୁନାବେଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଁରେ ଉତ୍ତେଜନା ଲାଗିରହିଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୩ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା। ଏହି ଘଟଣାକୁ କେନ୍ଦ୍ରକରି ଡାକ୍ତର-ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା ଓ ପରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ଓ ସହଯୋଗୀ କର୍ମୀ ମାଡ ମାରିଥିବା ନେଇ ଖଣ୍ଡିଗିରି ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଛୋଟରାୟପୁରରୁ ନନ୍ଦକିଶୋର ପ୍ରଧାନ ରାତିରେ ଏମ୍ସକୁ ଚିକିତ୍ସା ପାଇଁ ଆସିଥିଲେ। ଗତକାଲି ରାତିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଡାକ୍ତର ସଠିକ୍ ଚିକିତ୍ସା ନକରିବାରୁ ନନ୍ଦକିଶୋରଙ୍କ ମୃତ୍ୟୁ […]