/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742576585.jpg)
Former Aul MLA Devendra Sharma
ଆଉ ନାହାଁନ୍ତି ଆଳିର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ଶର୍ମା। ଗତକାଲି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ପୂର୍ବରୁ ଦେବେନ୍ଦ୍ରଙ୍କ ହୃଦଜନିତ ସମସ୍ୟା ଥିଲା। ତା’ସହ ଅଚଳ ହୋଇଯାଇଥିଲା ଗୋଟିଏ କିଡନୀ।
ଗତକାଲି ହଠାତ୍ ହୃଦଘାତ ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପରଲୋକ ହୋଇଥିଲା।
ଅଧିକ ପଢ଼ନ୍ତୁ: ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ
ଦେବେନ୍ଦ୍ର ଶର୍ମାଙ୍କ ବିୟୋଗ ପରେ ତାଙ୍କ ନିର୍ବାଚନମଣ୍ଡଳୀଠୁ ଆରମ୍ଭ କରି କଂଗ୍ରେସ ଶିବିର ଯାଏଁ ଶୋକାକୂଳ ପରିବେଶ। ଆଜି ତାଙ୍କ ମରଶରୀରକୁ କଂଗ୍ରେସ ଭବନକୁ ନିଆଯିବ। ସେଠାରେ ଦଳୀୟ ନେତୃବର୍ଗଙ୍କ ଅନ୍ତିମ ଶ୍ରଦ୍ଧାଞ୍ଜଳି ସହ ଶେଷ ଦର୍ଶନ ପରେ ବିଧାନସଭା ନିଆଯିବ। ପରେ ଆଳିକୁ ନେଇ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି।
ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ଦେବେନ୍ଦ୍ର ଶର୍ମା। ୨୦୧୪ରୁ ୨୦୧୯ ଯାଏଁ ସେ ବିଧାୟକ ଭାବେ ରହିଥିଲେ । ଦେବେନ୍ଦ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।
#ଦେବେନ୍ଦ୍ରଙ୍କ_ବିୟୋଗରେ_ବିଶିଷ୍ଟ_ବ୍ୟକ୍ତିଙ୍କ_ଶୋକ
ଆଉ ନାହାଁନ୍ତି ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା। ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଯାଇଛି। ଦେବେନ୍ଦ୍ର ଶର୍ମାଙ୍କ ବିୟୋଗ ପରେ ତାଙ୍କ ନିର୍ବାଚନମଣ୍ଡଳୀଠୁ ଆରମ୍ଭ କରି କଂଗ୍ରେସ ଶିବିର ଯାଏଁ ଶୋକାକୂଳ ପରିବେଶ। ତାଙ୍କର ଦର୍ଶନ ପାଇଁ ସଂପୃକ୍ତ ଘରୋଇ… pic.twitter.com/Dv7Cvczydf— ଓଟିଭି (@otvkhabar) March 21, 2025
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)