କଟକ : କଟକ ସୁଭଦ୍ରାପୁର ବିଜୟ ପାଲ ଗୁଳିକାଣ୍ଡ ମାମଲା। ୩ ଦିନିଆ ରିମାଣ୍ଡରେ ଯିବେ ସୁଶାନ୍ତ ଧଳସାମନ୍ତ ଓ କଟକ ମହାନଗର ନିଗମ କର୍ପୋରେଟର ରଞ୍ଜିତା ବିଶ୍ୱାଳ। ଆଜିଠୁ ଉଭୟଙ୍କୁ ରିମାଣ୍ଡରେ ନେବ ସଦର ଥାନା ପୋଲିସ। ଏ ନେଇ ଜେଏମ୍ଏଫସି ରୁରାଲ ଅନୁମତି ଦେଇଛନ୍ତି। ଗତ ୭ ତାରିଖରେ କର୍ପୋରେଟର ରଞ୍ଜିତାଙ୍କୁ ଗିରଫ କରିଥିଲା ପୋଲିସ୍। ଡି ବ୍ରଦର୍ସଙ୍କ ସହ ସଂପୃକ୍ତି ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା।
ଛତିଶଗଡ଼ : ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ବର୍ବର କାଣ୍ଡ। ଆକ୍ରମଣରେ ୮ ଜଣ CRPF ଯବାନ ସହିଦ। ସୁକମାର କିସ୍ତାରାମ ଅଞ୍ଚଳରେ ମାଓବାଦୀଙ୍କ ଏକ IED ବିସ୍ଫୋରଣରେ ଏହି ଯବାନମାନେ ସହିଦ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୬ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମାଓବାଦୀମାନେ ଆମ୍ବୁସ୍ କରି ଯବାନଙ୍କୁ ଟାର୍ଗେଟ କରିଥିବା ଜଣାପଡିଛି। ସହିଦ ଯବାନ ସିଆରପିଏଫ୍ ୨୧୨ ବାଟାଲିୟନର। ଯବାନମାନେ ପାଟ୍ରୋଲିଂ […]
ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଅସୁସ୍ଥ। ଯୋଧପୁରରେ ଏକ ଫିଲ୍ମ ସୁଟିଂ ବେଳେ ବିଗ ବି ଅସୁସ୍ଥ ହୋଇଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଯୋଧପୁରରେ ଅମିତାଭ ତାଙ୍କ ଆଗାମୀ ଫିଲ୍ମ ‘Thugs Of Hindostan ’ ସୁଟିଂ ସମୟରେ ଅସୁସ୍ଥତା ଅନୁଭବ କରିଥିଲେ। ଫଳରେ ସୁଟିଂ ଅଧାରୁ ଫେରି ଆସିଥିଲେ ଅମିତାଭ । ମୁମ୍ବାଇରୁ ଏକ ଟିମ୍ ଡାକ୍ତର ଯୋଧପୁରରେ ପହଞ୍ଚିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି। ପ୍ରକୃତରେ ତାଙ୍କ ଅସୁସ୍ଥତାର କାରଣ […]
ଭୁବନେଶ୍ୱର: ଭୁବନେଶ୍ୱର ପୋଲିସ ଭବନରେ ଆରମ୍ଭ ହୋଇଛି ୩ ଦିନିଆ ପୋଲିସ ଅଧିକାରୀ ସମ୍ମିଳନୀ। ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହାକୁ ଉଦଘାଟନ କରିଛନ୍ତି। ପୋଲିସ-ପବ୍ଲିକ୍ ସଂପର୍କକୁ ଦୃଢ କରିବା ଉପରେ ଗୁରୁତ୍ୱ ଦେଇ ଡିଜି ଆର ପି ଶର୍ମା କହିଛନ୍ତି, ମାଓବାଦୀ ପାଲଟିଥିବା ଯୁବକମାନଙ୍କୁ ମୁଖ୍ୟ ସ୍ରୋତରେ ଫେରାଇ ଆଣିବା ମଧ୍ୟ ପୋଲିସର ନୈତିକ କର୍ତ୍ତବ୍ୟ। ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ମୁଖ୍ୟସ୍ରୋତକୁ ଆଣିବାକୁ ଉଦ୍ୟମ କରିବା ଉଚିତ୍। ଏଥିସହ ଡିଜି କହିଛନ୍ତି, […]
ଭଦ୍ରକ: ଭଦ୍ରକରେ ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ସାଳନ୍ଦୀ ଡିଭିଜନର ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ କମଳାକାନ୍ତ ବେହେରାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ। କମଳାକାନ୍ତଙ୍କ ଗବସାହି ସ୍ଥିତ ବାସଭବନ, ରାହାଞ୍ଜରେ ପୈତୃକ ଘର, ଭଦ୍ରକ ସ୍ଥିତ କାର୍ଯ୍ୟାଳୟ ଏବଂ ମୟୂରଭଞ୍ଜ ମୋରଡ଼ାରେ ଶ୍ୱଶୂର ଘରେ ଭିଜିଲାନ୍ସ ଚଢ଼ାଉ କରିଛି।
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପୁଣି ଏକ ଝଟକା। ବର୍ତ୍ତମାନ କେଜରିୱାଲଙ୍କୁ ଝଟକା ଲାଗିଛି ପରାମର୍ଶଦାତାଙ୍କ ଇସ୍ତଫାକୁ ନେଇ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭିକେ ଜୈନ ତାଙ୍କ ପଦବୀରୁ ଇସ୍ତଫା ଦେଇଥିବାର ସୂଚନା ମିଳିଛି। ବ୍ୟକ୍ତିଗତ କାରଣ ଯୋଗୁ ସେ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି। ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଜୈନଙ୍କୁ ପଚରାଉଚୁରା କରିବାର କିଛିଦିନ ପରେ ସେ ଏହି ଇସ୍ତଫା ଦେଇଛନ୍ତି। ସୂଚନା ଅନୁସାରେ, ସେ ତାଙ୍କର ଇସ୍ତଫା […]
ମୟୂରଭଞ୍ଜ: ଜଳୁଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜଙ୍ଗଲ। ୬ରୁ ୭ ଦିନ ହେବ ୨୪ ଘଣ୍ଟା ନିଆଁ ଘେରରେ ରହିଛି ଶିମିଳିପାଳ। ଜଳି ପୋଡି ପାଉଁଶ ହୋଇଯାଉଛି ବହୁ ଔଷଧୀୟ ବୃକ୍ଷ। ଅନବରତ ଜଙ୍ଗଲ ଜଳିବା ଯୋଗୁଁ ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ଏପରିକି ନିଆଁର ପ୍ରକୋପ ଯୋଗୁଁ ଶିମିଳିପାଳ ପାଦଦେଶରେ ବସବାସ କରୁଥିବା ଗ୍ରାମବାସୀ ଅତିଷ୍ଠ ହୋଇପଡିଲେଣି। ସେପଟେ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ବନ ବିଭାଗ ପକ୍ଷରୁ ଜନସଚେତନତା ସୃଷ୍ଟି କରାଯାଉଛିା
ଭୁବନେଶ୍ୱର: ସମ୍ବଲପୁର ଗଡପୋଷର ଛାତ୍ର ଶ୍ରେୟାସ କେଶରବାନୀ ମୃତ୍ୟୁ ମାମଲାକୁ ୨ ମାସ ବିତିଥିଲେ ସୁଦ୍ଧା ବିଶାଖାପାଟନମ୍ ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଜେରା କରି ଛାଡି ଦେଇଛି। ଏହାସହ ଅଭିଯୁକ୍ତଙ୍କ ବିରୋଧରେ ଲଗାଯାଇଥିବା ୩୦୨ ଦଫାକୁ ପରିବର୍ତ୍ତନ କରାଯାଇ ୩୦୪ ଦଫା ଲଗାଇ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ତଦନ୍ତକାରୀ ଭାଇଜାକ ପୋଲିସ ସୂଚନା ଦେଇଥିବା ଶ୍ରେୟାସଙ୍କ ବାପା କହିଛନ୍ତି। ଯାହାକୁ ନେଇ ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇବା ସହ ସିବିଆଇ ତଦନ୍ତ ଦାବି କରିଛନ୍ତି। […]
ପୁରୀ: ଆସନ୍ତା ୧୮ତାରିଖରେ ପୁରୀ ଗସ୍ତ କରୁଛନ୍ତି ଭାରତର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ପ୍ରଥମଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଆଶିଷ ନେବେ। ଏଥିସହିତ ଶ୍ରୀମନ୍ଦିରରେ ପାଖାପାଖି ୪୫ମିନିଟି ଧରି ରହିବାର କାର୍ଯ୍ୟକ୍ରମ ରହିଛି। ତେଣୁ କିଭଳି ଭାବେ ନୀତିକାନ୍ତି ତ୍ୱରାନ୍ୱିତ ଏବଂ ରାଷ୍ଟ୍ରପତିଙ୍କ ଶୃଙ୍ଖଳିତ ଦର୍ଶନ ହୋଇପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ତହସିଲର ଅଚ୍ୟୁତପୁର RI ଅଜିତ୍ ସାହୁଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଓ ତହସିଲଦାରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି କରିଛି ରାଜ୍ୟ RI ସଂଘ। ପ୍ରତିବାଦରେ ଆଜି ଠାରୁ ରାଜ୍ୟ RI ସଂଘ ପକ୍ଷରୁ ଟାଙ୍ଗି ତହସିଲରେ କଲମ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି। ଏହାସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସଂଘ ଧମକ ଦେଇଛି। କଣ ପାଇଁ ରାତି ୩ଟାରେ ତହସିଲଦାର RI […]
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ପୋଲିସର ୬୦ତମ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସମ୍ମିଳନୀ। ତିନିଦିନ ଧରି ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଅନୁଷ୍ଠିତ ହେବ ଏହି ସମ୍ମିଳନୀ। ଏଥିରେ ସମସ୍ତ ଜିଲ୍ଲାର ଏସପି, ଡିସିପି, ସଶସ୍ତ୍ର ବାଟାଲିୟନର କମାଣ୍ଡାଣ୍ଟ, ପୋଲିସ କମିଶନର, ରେଞ୍ଜ ଆଇଜି, ଡିଆଇଜି ଓ ପ୍ରଶିକ୍ଷଣ ନେଉଥିବା ଆଇପିଏସ୍ ଅଧିକାରୀ ସାମିଲ ହେବେ। ସେହିପରି ସମସ୍ତ ପୋଲିସ ପ୍ରତିଷ୍ଠାନ ତଥା ଅଗ୍ନିଶମ ଓ ହୋମଗାର୍ଡ, ଭିଜିଲାନ୍ସ ଓ ଜେଲ ବିଭାଗ, ରାଜ୍ୟ ପୋଲିସ […]
ଭୁବନେଶ୍ୱର: ପୁଣି ଘୁଞ୍ଚିଲା ଗୁରୁପ୍ରିୟା ସେତୁର ଡେଡଲାଇନ୍। ବାଲିମେଳା ଜଳଭଣ୍ଡାରରେ ପାଣି କମିଯିବାରୁ ବ୍ରିଜ୍ ନିର୍ମାଣ ଡିଜାଇନରେ କିଛିଟା ପରିବର୍ତ୍ତନ କରାଯାଇଛି। ଏଥିପାଇଁ ନିର୍ମାଣ କାମ ଶେଷ ହେବାକୁ ଆଉ କିଛି ସମୟ ଲାଗିବ ବୋଲି ଏହି ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଡିଜାଇନ ଏନ.ସି. ପଲ୍ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଗୁରୁପ୍ରିୟା ସେତୁ ନିର୍ମାଣ ଶେଷ କରିବା ସମୟକୁ ୪ଥର ବଢ଼ାଯାଇଥିଲା। ଏଥରକୁ ମିଶାଇ ପଞ୍ଚମ ଥର ପାଇଁ ଗୁରୁପ୍ରିୟା ସେତୁର ଡେଡଲାଇନ୍ ବୃଦ୍ଧି […]
ଭୁବନେଶ୍ୱର: ଜୁନିୟର ଟିଚର ଭାବେ ପରିଚିତ ହେବେ ଶିକ୍ଷା ସହାୟକ। ଶିକ୍ଷା ସହାୟକ ସଂଘ ସହ ଆଲୋଚନା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର କହିଛନ୍ତି। ପ୍ରଥମ ୩ ବର୍ଷ କଣ୍ଟ୍ରାକଚୁଆଲ୍ ଜୁନିୟର ଟିଚର ଭାବେ କାର୍ଯ୍ୟ କରିବା ପରେ ଜୁନିୟର ଟିଚର ପଦବୀକୁ ଉନ୍ନୀତ ହେବେ। ୬ ବର୍ଷ ପରେ ସେମାନଙ୍କୁ ନିୟମିତ କରାଯିବ। ଏପଟେ ଶିକ୍ଷା ସହାୟକଙ୍କ ୭ଟି ଦାବିରୁ ରାଜ୍ୟ ସରକାର ୪ଟି ଦାବି ପୂରଣ ପରେ ଆଭିମୁଖ୍ୟ […]
ଭୁବନେଶ୍ୱର : ଦାବି ହାସଲ ପାଇଁ ରାଜଧାନୀ ରାଜରାସ୍ତାରେ ହଜାର ହଜାର ଚାଷୀଙ୍କ ମେଳି। ପ୍ରାଇସ୍,ପ୍ରେଷ୍ଟିଜ୍ ଓ ପେନସନ୍ ପାଇଁ ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ଚାଷୀ ଓ ଚାଷୀ ନେତା। କାହା କାନ୍ଧରେ ଲଙ୍ଗଳ ତ କିଏ ଧରିଛି କୋଦାଳ। ନବନିର୍ମାଣ କୃଷକ ସଂଗଠନର ଆହ୍ୱାନରେ ସତ୍ୟାଗ୍ରହରେ ସାମିଲ ହୋଇଥିବା ଏହି ଚାଷୀଙ୍କ ପ୍ରମୁଖ ଦାବି ମଧ୍ୟରେ ରହିଛି ରାଜ୍ୟର ୩୬ ଲକ୍ଷ ଚାଷୀଙ୍କ ପାଇଁ ୨୦ ବର୍ଷ ବୟସରୁ ମାସିକ ୫ ହଜାର ଟଙ୍କା […]
ଭୁବନେଶ୍ୱର : କିସ୍ର ଦାଦାଗିରି ଆଗରେ ନିଜର ଅସହାୟତାକୁ କୋହଭରା କଣ୍ଠରେ ବୟାନ କରିଛନ୍ତି ରାଜଧାନୀର ବୟସ୍କା ମହିଳା ବିନ୍ଦୁ ଦାସ। ପ୍ଲଟ୍ ନମ୍ବର ୫୮୧/୧୭୫୧ ଭୁବନେଶ୍ୱର ପଥରଗାଡିଆ ମୌଜାରେ ଥିବା ଏହି ଜମିକୁ ୧୯୮୩ ମସିହାରେ କିଣିଥିଲେ ବିନ୍ଦୁଙ୍କ ସ୍ୱାମୀ ଜୀବନ କିଶୋର ଦାସ। ମାତ୍ର ସେଠି ଏବେ ଠିଆ ହୋଇଛି କିଟ୍ ଜଗନ୍ନାଥ ମନ୍ଦିର। ସ୍ୱାମୀ ଜମି ପାଇଁ ଲଢି ଲଢି ଆରପାରିକୁ ଚାଲିଗଲେ। ଆଉ ଏବେ ଅଧିକାର ପାଇଁ ସେ ଲଢୁଛନ୍ତି। ଏଭଳି […]
ଭୁବନେଶ୍ୱର/ନୂଆ ଦିଲ୍ଲୀ: ଭୁବନେଶ୍ୱର ଏମ୍ସର ନିଖୋଜ କାଶ୍ମୀରୀ ଛାତ୍ର ସୋହେଲଙ୍କୁ ଠାବ କରିବା ପାଇଁ ଜାରି ରହିଛି ତନାଘନା। ତେବେ ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସୋହେଲେ ଦିଲ୍ଲୀରେ ଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ ଗୁରୁଗ୍ରାମର ଜାମ୍ମୁକାଶ୍ମୀର ବ୍ୟାଙ୍କର ATM ସମ୍ମୁଖରେ ସୋହେଲଙ୍କୁ ସିକ୍ୟୁରିଟି ଗାର୍ଡ ଦେଖିଥିବା ସୂଚନା ମିଳିଛି।ଏହାପରେ ସିକ୍ୟୁରିଟି ଗାର୍ଡ ବ୍ୟାଙ୍କକୁ ଖବର ଦେବା ପରେ ବ୍ୟାଙ୍କ ପକ୍ଷରୁ ଓଡ଼ିଶା ପୋଲିସକୁ ଖବର ଦିଆଯାଇଥିବା କୁହାଯାଉଛି। ଖବର ପାଇବା ପରେ ପୋଲିସ ସିକ୍ୟୁରିଟି […]
କାଠମାଣ୍ଡୁ: ନେପାଳ ରାଜଧାନୀ କାଠମାଣ୍ଡୁରେ ବାଂଲାଦେଶୀ ବିମାନ ଦୁର୍ଘଟଣାଗ୍ରସ୍ତ। ବିମାନଟି କାଠମାଣ୍ଡୁ ଏୟାରପୋର୍ଟରେ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୬୭ଜଣ ଯାତ୍ରୀ ଓ ୪ ଜଣ crew ମେମ୍ବର୍ସ ଥିବାର ସୂଚନା ମିଳିଛି। ୧୭ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ବିମାନ ୟୁଏସ୍-ବାଂଲା ଏୟାରଲାଇନ୍ସର ଥିଲା ବୋଲି କୁହାଯାଉଛି। ସୂଚନା ଅନୁସାରେ, ଏହି ଘଟଣା ପରେ ଏୟାରପୋର୍ଟକୁ ବନ୍ଦ କରାଯିବା ସହ ଅନ୍ୟ ବିମାନ ଉଡ଼ାଣର ଗତିପଥକୁ ପରିବର୍ତ୍ତନ କରାଯାଇଛି। ଘଟଣାସ୍ଥଳରୁ ଧୂଆଁ ବାହାରୁଥିବା ନେଇ ଟେଲିଭିଜନ୍ […]
ମୁମ୍ବାଇ: ସମସ୍ତଙ୍କୁ ଅନ୍ନ ଯୋଗାଉଥିବା ଅନ୍ନଦାତା ପୁଣି ଥରେ ରାଜରାସ୍ତାରେ। ବିଭିନ୍ନ ଦାବିକୁ ନେଇ ମହାରାଷ୍ଟ୍ରର ୫୦ ହଜାରରୁ ଅଧିକ ଚାଷୀ ପାଖାପାଖି ୨୦୦ କି.ମି. ପାଦରେ ଚାଲି ଚାଲି ମୁମ୍ବାଇରେ ପହଞ୍ଚିଛନ୍ତି। ମହାରାଷ୍ଟ୍ର ସରକାର ଗତ ବର୍ଷ ଚାଷୀ ଋଣ ଛାଡ଼ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ସମ୍ପୂର୍ଣ୍ଣ ଭାବରେ ଲାଗୁ କରିବା ସହ ବିନା ସର୍ତ୍ତରେ ସବୁ ଚାଷୀଙ୍କ ଋଣ ଛାଡ଼ କରାଯାଉ ବୋଲି ରାଜରାସ୍ତାକୁ ଓହ୍ଲାଇ ଥିବା ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା SP ଅଫିସ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ମିନି ଟ୍ରକ ଓଲଟି ପଡିବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଡ୍ରାଇଭର ରମେଶ ସ୍ୱାଇଁ ଓ ପବିତ୍ର ସୁତାର। ରମେଶଙ୍କ ଘର ବାଲିପଡାରେ ହୋଇଥିବା ବେଳେ ପବିତ୍ରଙ୍କ ଘର ପଟ୍ଟାମୁଣ୍ଡାଇ ଅଞ୍ଚଳରେ। ଆଉ ଜଣକୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଭୁବନେଶ୍ୱରରୁ ଏକ ମିନି ଟ୍ରକରେ ପିଆଜ ଲୋଡ କରି ପଟ୍ଟାମୁଣ୍ଡାଇ […]