ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ଏମ୍ସିଏଚ୍ର ଟୀକାକରଣ ଗୃହରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଛି। ଭୋର୍ ପ୍ରାୟ ସାଢ଼େ ୪ଟାରୁ ୫ଟା ଭିତରେ ଷ୍ଟାବଲାଇଜରରେ ସର୍ଟସର୍କିଟ ଲାଗି ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିଯିବାରୁ ପ୍ରସୂତି ମହିଳା ପିଲାଙ୍କୁ ଧରି ବାହାରକୁ ଚାଲି ଆସିଥିଲେ। ଅଗ୍ନିଶମ କର୍ମଚାରୀ ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ତେବେ ହସ୍ପିଟାଲ ପରିସରରେ ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା।
ଜାମ୍ମୁ: ପାକିସ୍ତାନୀ ସେନାଙ୍କ ଗୁଳିମାଡ଼ରେ ଗୋଟିଏ ପରିବାରର ୫ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଜାମ୍ମୁ ଓ କାଶ୍ମୀରର ପୁଞ୍ଚ୍ ଜିଲ୍ଲା ଅନ୍ତର୍ଗତ ବାଲାକୋଟ୍ ସେକ୍ଟରରେ ପାକିସ୍ତାନୀ ସେନାର ଗୁଳିମାଡ଼ରେ ୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଆହତ ହୋଇଛନ୍ତି। ଆଜି ବଡ଼ି ଭୋରରୁ ପାକିସ୍ତାନ ସେନାଙ୍କ ଦ୍ୱାରା ପ୍ରଥମେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା ଓ ପରେ ବାଲାକୋଟ୍ ସେକ୍ଟରରେ ଗୁଳିମାଡ଼ ଆରମ୍ଭ ହୋଇଥିଲା। ଅନ୍ୟପକ୍ଷରେ, ପାକିସ୍ତାନୀ ସେନାର ଏଭଳି ଗୁଳିମାଡ଼ର ପାଲଟା ଜବାବ ଦେଇଛନ୍ତି ଭାରତୀୟ ସେନା।
ଭୁବନେଶ୍ୱର: ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜେଲରେ ହେବ ଜେରା। କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟର ଏକ ଟିମ୍ ହାଁସଦାଙ୍କୁ ଜେରା କରିବ। ଏଥିପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟକୁ ଅନୁମତି ଦେଇଛନ୍ତି। କୋର୍ଟଙ୍କ ଅନୁମତି ମୂତାବକ, ଆସନ୍ତା ୨୦ ତାରିଖରେ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟ ଜେରା କରିବ। ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ୨୦୧୪ ମସିହାରୁ ଗିରଫ ହୋଇ ଜେଲରେ ଅଛନ୍ତି ରାମଚନ୍ଦ୍ର ହାଁସଦା।
ବରଗଡ଼: ବରଗଡ଼ରେ ମାଓବାଦୀଙ୍କ ବର୍ବର କାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। ମୃତକ ଜଣକ ପାଇକମାଳ ଥାନା ସାଲେପାଲି ଗାଁର ବିଜୟ ସାହୁ। ଘଟଣାସ୍ଥଳରେ ମାଓବାଦୀମାନେ କିଛି ଲେଖାଥିବା ପୋଷ୍ଟର ଛାଡ଼ି ଯାଇଛନ୍ତି। ପୋଷ୍ଟରରେ ଲେଖା ହୋଇଛି, ଗତବର୍ଷ ସେପଟେମ୍ବରରେ ୨ ଜଣ କମ୍ରେଡ କୌଣସି କାମରେ ଯାଇଥିବା ବେଳେ ବିଜୟ ପୋଲିସକୁ ଖବର ଦେବା ସହ ସେମାନଙ୍କୁ ଧରାଇ ଦେଇଥିଲେ। ତେଣୁ ଜନ ଅଦାଲତରେ ସେମାନଙ୍କୁ ମୃତ୍ୟୁଦଣ୍ଡ […]
ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳେ ଶ୍ରୀଜିଉଙ୍କୁ ଦର୍ଶନ ସାରି ଫେରିଛନ୍ତି। ପତ୍ନୀଙ୍କ ସହ ରାଷ୍ଟ୍ରପତି କୋବିନ୍ଦ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। କଡ଼ା ସୁରକ୍ଷାରେ ସର୍କିଟ ହାଉସରୁ ଅାସି ଶ୍ରୀମନ୍ଦିରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ। କୌଳିକ ପଣ୍ଡା ମଧ୍ୟ ତାଙ୍କୁ ଖଣ୍ଡୁଆ ପ୍ରଦାନ କରି ସ୍ୱାଗତ କରିଥିଲେ। ପୁରୀ ଜଗନ୍ନାଥ ଧାମ ସବୁବେଳେ ଦେଶର ପ୍ରଥମ […]
ଭୁବନେଶ୍ୱର : ରାଜଧାନୀରେ ଜଘନ୍ୟ କାଣ୍ଡ। ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ପରକୀୟା ପ୍ରୀତି ସନ୍ଦେହରୁ ଏଭଳି ଜଘନ୍ୟ କାଣ୍ଡ ଘଟିଛି। ଏହି ଘଟଣା ଘଟିଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଟଦେଇ ବସ୍ତିରେ। ମିଳିଥିବା ସୂଚନା ଅନୁସାରେ,ପତ୍ନୀର ଚରିତ୍ରକୁ ସନ୍ଦେହ କରି ଅଭିଯୁକ୍ତ ସ୍ୱାମୀ ବିଭୀଷଣ ପ୍ରଥମେ ତଣ୍ଟି ଚିପି ମାରିଦେଇଥିଲା । ତା ପରେ ଛିଣ୍ଡା ଲୁଗା ପକାଇ ମୃତଦେହରେ ନିଆଁ ଲଗାଇଥିଲା। ପଡ଼ୋଶୀମାନେ ଏହି ନିଆଁକୁ ଦେଖିବା ପରେ ଘଟଣା ପଦାକୁ ଆସିଥିଲା। […]
କଟକ : ଅଦମ୍ୟ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ଫଳରେ ଅସାଧ୍ୟ ବି ସାଧନ କରିହୁଏ। ଆଉ ଏହା ପ୍ରମାଣ କରି ଦେଖାଇଛନ୍ତି ୪ ଜଣ ଦିବ୍ୟାଙ୍ଗ ଖେଳାଳି। ସାଲେପୁର ପାଇଁ ଗୌରବ ଆଣିଥିବା ଏହି ୪ ଦିବ୍ୟାଙ୍ଗ ଖେଳାଳି ହେଲେ ବିଦ୍ୟାଧର ବେହେରା, ନାଗାର୍ଜୁନ ସେଠୀ, ପରମାନନ୍ଦ ମହାନ୍ତି ଓ କୃଷ୍ଣଚନ୍ଦ୍ର। ଆସନ୍ତା୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ହରିୟାଣାର ପଞ୍ଚକୁଲାରେ ହେବାକୁ ଥିବା ୧୮ତମ ପାରା ଆଥଲେଟିକ୍ ଚାମ୍ପିଅନସିପ୍ରେ ଏମାନେ ରାଜ୍ୟକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। […]
ନୂଆଦିଲ୍ଲୀ: ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ନୁହେଁ ବରଂ ଏହା ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ । Railway Recruitment Board (RRB) ଗ୍ରୁପ ସି ଓ ଡି ବିଭାଗରେ ଖାଲି ପଡ଼ିଥିବା ୮୯ହଜାର ପଦବୀ ଲାଗି ଦରଖାସ୍ତ ଆହ୍ୱାନ କରୁଛି। ଏହି ପଦବୀ ଲାଗି ବର୍ତ୍ତମାନ ସୁଦ୍ଧା ୧.୫କୋଟି ଛାତ୍ରଛାତ୍ରୀ ଆବେଦନ କରି ସାରିଥିବା ଜଣାପଡ଼ିଛି। ଆରଆରବି […]
କଟକ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ନେତାଜୀ ଭବନ ଯାଇ ବୁଲି ଦେଖିଛନ୍ତି। ସେଠାରୁ ସେ ବିଜୁ ବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନ ମ୍ୟୁଜିୟମ ଯାଇ ଲୋକାର୍ପଣ କରିଛନ୍ତି। ଲୋକାର୍ପଣ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଆରେ ୨ ପଦ କହି ବକ୍ତବ୍ୟ ଆରମ୍ଭ କରିଥିଲେ। ଓଡ଼ିଶାର ପବିତ୍ର ମାଟି ଓ ଲୋକଙ୍କୁ ପ୍ରମାଣ ଜଣାଇବା ସହ ବିଜୁ ଜନ୍ମସ୍ଥାନକୁ ଉତ୍ସର୍ଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ। ଆନନ୍ଦ […]
କଟକ: ରୋଷେଇ ଗ୍ୟାସ ନିଆଁରେ ପୋଡି ହୋଇ ଗୋଟିଏ ପରିବାରର ୩ ଗୁରୁତର। କଟକ ଜିଲ୍ଲା ବାଙ୍କି ପଶାଣିଆରେ ଘଟିଛି ଏହି ଅଭାବନୀୟ ଘଟଣା। ୩ ଆହତଙ୍କ ମଧ୍ୟରେ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ସ୍ୱାମୀ ଓ ପୁଅ ମଧ୍ୟ ଆହତ ଅଛନ୍ତି। ସମସ୍ତଙ୍କୁ କଟକ SCBରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ସରସ୍ୱତୀ କର, ବାବୁଲି କର ଓ ଆଦିତ୍ୟ କର। ମିଳିଥିବା ସୂଚନା ଅନୁସାରେ ସରସ୍ୱତୀଙ୍କ ଶରୀର ୯୦ପ୍ରତିଶତ ପୋଡ଼ି ହୋଇଯାଇଥିବାର ଜଣାପଡ଼ିଛି। ଅନ୍ୟପକ୍ଷରେ, […]
ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ହେବା ପରେ କୋବିନ୍ଦଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ। ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରେ ପହଞ୍ଚିଲା ପରେ ରାଜ୍ୟପାଳ ଏସ୍.ସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପୋଲିସ ଡିଜି ଆର.ପି ଶର୍ମା, ପୋଲିସ କମିଶନର ୱାଇ.ବି ଖୁରାନିଆ, ମୁଖ୍ୟ ଶାସନ ସଚିବ ସମେତ […]
ଭୁବନେଶ୍ୱର: ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର ସର୍ବ କନିଷ୍ଠ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଓଡ଼ିଆ ଝିଅ ମନିଷା ତ୍ରିପାଠୀ। ରାହୁଲଙ୍କ ୟଙ୍ଗ ବ୍ରିଗେଡରେ ନବରଙ୍ଗପୁରର ମନିଷାଙ୍କୁ ମିଳିଛି ସ୍ଥାନ। ସର୍ବ କନିଷ୍ଠ ସଦସ୍ୟ ଭାବେ ମନୋନୀତ ନେଇ ମନିଷା କହିଛନ୍ତି, ‘ମୁଁ ମୋ ଖୁସିକୁ ବର୍ଣ୍ଣନା କରିପାରୁନି। କାରଣ ଏଇଟା ଖୁସି ଆଉ ସନ୍ତୁଷ୍ଟତାର ବହୁ ଉର୍ଦ୍ଧ୍ୱରେ ମୁଁ ଅଛି। ଏଇଟା ମୋ ପାଇଁ ବହୁ ଗର୍ବର କଥା। ମୋ ପରିବାରରର ମୁଁ […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ପୀଡ଼ିତା ଜଣକ ଗତକାଲି ରାତିରେ ବାଡ଼ିପଟେ ଶୌଚ ପାଇଁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ୪ ଜଣ ଦୁର୍ବୃତ୍ତ ତାଙ୍କୁ କାଜୁ ବଗିଚାକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ୪ ଜଣଙ୍କ ନାଁରେ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା। ଅନ୍ୟପକ୍ଷରେ, ଥାନାରେ ଏତଲା ପରେ ୨ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଆଉ ୨ ଅଭିଯୁକ୍ତ ଫେରାର ଅଛନ୍ତି। […]
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଛି ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର ମହା ଅଧିବେଶନ। ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ଦାୟିତ୍ୱ ନେବା ପରେ ଏହା ହେଉଛି ପ୍ରଥମ ଅଧିବେଶନ। ଆସନ୍ତା ୫ ବର୍ଷ ପାଇଁ ଦଳ ପାଇଁ ଖସଡା ପ୍ରସ୍ତୁତ ହେଉଛି। ମୋଦି ସରକାରର ବିଫଳତାକୁ ନେଇ ଲୋକଙ୍କ ପାଖରେ କଂଗ୍ରେସ ପହଞ୍ଚିବାକୁ ଷ୍ଟ୍ରାଟେଜି କରୁଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ କିଭଳି ଦଳ ଟକ୍କର ଦେଇପାରିବ, ସେନେଇ ମାନସ ମନ୍ଥନ ଚାଲିଛି। ଏପଟେ ରାଜ୍ୟର […]
ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ରାଜଧାନୀରେ ସତ୍ୟାଗ୍ରହ କରୁଥିବା ନବନିର୍ମାଣ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନାକୁ ନେଇ ଛକାପଞ୍ଛା। ସରକାର ଆଲୋଚନା ପାଇଁ ଅପେକ୍ଷା କରିଥିବା ସତ୍ତ୍ୱେ ଚାଷୀ ନେତା ଆସି ନ ଥିଲେ ବୋଲି କହିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ। ତେବେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, ସତ୍ୟାଗ୍ରହ ସ୍ଥଳ ଛାଡ଼ି ଅନ୍ୟ […]
ସୁନ୍ଦରଗଡ଼: ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ମସ୍କକାନୀରେ ଟୋଲ୍ ଆଦାୟକୁ ସୁନ୍ଦରଗଡ଼ ନାଗରିକ କମିଟିର ବିରୋଧ। ଟୋଲ ଆଦାୟକୁ ବିରୋଧ କରି ଆଜି ସୁନ୍ଦରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କମିଟିର ଯୁକ୍ତି ହେଲା, ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ପାଇଁ ଟୋଲ ଆଦାୟ ହେଉଥିଲା। ଜିଲ୍ଲାବାସୀ ଦୀର୍ଘ ୧୭ ବର୍ଷ ଟୋଲ ଦେଇଛନ୍ତି। ଏବେ ଏହି ରାସ୍ତାର କେବଳ ଉନ୍ନତିକରଣ କରାଯାଇ ଏହାକୁ ବିଜୁ ଏକ୍ସପ୍ରେସ ୱେ ନାଁରେ ନାମିତ କରାଯାଇଛି। ତେଣୁ […]
ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆଜି ଦିନ ପ୍ରାୟ ୧୦ଟା ୪୫ ମିନିଟରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏଠାରୁ ସିଧା କଟକ ଯାଇ ଦିନ ୧୨ଟା ୧୫ ମିନିଟରେ ସେ ବିଜୁ ପଟ୍ଟନାୟକ ମ୍ୟୁଜିୟମକୁ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ ଆନନ୍ଦ ଭବନକୁ ମ୍ୟୁଜିୟମରେ ପରିଣତ କରାଯାଇଛି। ରାଷ୍ଟ୍ରପତି କଟକର ନେତାଜୀ ମ୍ୟୁଜିୟମ, ନ୍ୟାସନାଲ ଲ ୟୁନିଭରସିଟିରେ ମଧ୍ୟ […]
ଭୁବନେଶ୍ୱର : ଏସ୍ସିବି ହେମାଟୋଲୋଜୀ ବିଭାଗ ମୁଖ୍ୟ ଡାକ୍ତର ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ୫୦ ହଜାର ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ଦେଇଛନ୍ତି। ତେବେ କୋର୍ଟଙ୍କ ବିନା ଅନୁମତିରେ ସେ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ତଦନ୍ତରେ ସହଯୋଗ କରିବା ସହ ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ ମଧ୍ୟ ସର୍ତ୍ତ ରଖାଯାଇଛି। ସେପଟେ ପ୍ରତ୍ୟେକ ତାରିଖରେ ହାଜର ହେବାକୁ ଜାମିନରେ ନିର୍ଦ୍ଦେଶ […]