ନାରାୟଣପାଟଣା: କୋରାପୁଟ ନାରାୟଣପାଟଣାରେ ପୋଲିସର ମାଓ ଏନକାଉଣ୍ଟର। ଡୋକରୀ ଘାଟିରେ କମ୍ବିଂ ବେଳେ ପୋଲିସ- ମାଓବାଦୀ ମୁହାଁମୁହିଁ ହୋଇଥିଲେ। ପୋଲିସ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏଥିସହ ଅପରେସନରେ ଏକ ମାଓ କ୍ୟାମ୍ପକୁ ଉଡ଼ାଇ ଦେଇଛନ୍ତି ସୁରକ୍ଷା ବାହିନୀ। ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଓ ଗୁଳିଗୋଳା ଜବତ ହୋଇଛି। ଡୋକରୀ ଘାଟିରେ ମାଓବାଦୀ ଥିବା ଖବର ପାଇ ଡିଭିଏଫ, ଏସଓଜି ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ କରାଯାଇଥିଲା। ଏ […]