ଭଦ୍ରକ: ରାମ ନବମୀ ପାଇଁ ଭଦ୍ରକ ସହର ସହ ଆଖପାଖରେ ଲାଗୁ ହୋଇଥିବା ୧୪୪ ଧାରା ସମ୍ପୂର୍ଣ୍ଣ ହଟିଲା। ଏନେଇ ସୂଚନା ଦେଇଛନ୍ତି ଉପ ଜିଲ୍ଲାପାଳ। ରାମନବମୀରେ ଆଇନ ଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ଗତ ୧୭ ତାରିଖ ସଂଧ୍ୟାରୁ ୧୪୪ ଲାଗୁ କରିଥିଲା ଜିଲ୍ଲା ପ୍ରଶାସନ। ଏଥିସହ ପୋଲିସ ଛାଉଣୀରେ ପରିଣତ ହୋଇଥିଲା ଭଦ୍ରକ ସହର। ଏମିତିକି ୨୪ତାରିଖ ସନ୍ଧ୍ୟାରୁ ୪୮ ଘଣ୍ଟା ପାଇଁ ମଧ୍ୟ ସାରା ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦେଇଥିଲା ପ୍ରଶାସନ। […]