କଟକ: କଟକରେ ପୁଣି ଏନ୍କାଉଣ୍ଟର। ଗତକାଲି ସନ୍ଧ୍ୟାରେ ଚୌଦ୍ୱାର ଅଞ୍ଚଳରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଅଶୋକ ବେହେରା ଓରଫ୍ ଟୁଟୁନି ଆହତ ହୋଇଛି। ଟୁଟୁନିର ଗୋଡ଼ରେ ଗୁଳି ବାଜିଛି। ତାକୁ SCB ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଟୁଟୁନି ଠାରୁ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ। ଅବଦୁର ରେହମାନ୍ର ଭାଇକୁ ଗୁଳିମାଡ଼ ଘଟଣାରେ ଟୁଟୁନିର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି। ଗତ ୩୬ ଘଣ୍ଟା ଭିତରେ କଟକରେ ତୃତୀୟ ଏନ୍କାଉଣ୍ଟର କରିଛି କମିଶନରେଟ୍ ପୋଲିସ। […]
ନୂଆଦିଲ୍ଲୀ : ବିଜେପିକୁ ଭୋଟ୍ ଦେବାକୁ କଳାକାରଙ୍କ ଅପିଲ୍। ଜଣେ କି ଦୁଇଜଣ ନୁହେଁ, ଦେଶର ୯ ଶହ କଳାକାର ବିଜେପି ଏବଂ ଏହାର ସହଯୋଗୀ ଦଳଙ୍କୁ ଭୋଟ୍ ଦେଇ ଜିତାଇବାକୁ ନିବେଦନ କରିଛନ୍ତି। ଦେଶକୁ ମଜବୁର ନୁହେଁ, ମଜଭୁତ ସରକାର ଦରକାର ବୋଲି କହିଛନ୍ତି ଦେଶର ପ୍ରତିଷ୍ଠିତ ପ୍ରାୟ ୯ ଶହ କଳାକାର। ଏମାନଙ୍କ ମଧ୍ୟରେ ଅଛନ୍ତି ପଣ୍ଡିତ ଯଶରାଜ, ଶଙ୍କର ମହାଦେବନ, ଅନୁରାଧା ପୋଡ଼ୱାଲ ପ୍ରମୁଖ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଦେଶ ସୁଶାସନ […]
ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ବର୍ଷା ସହ କୁଆପଥର, ବଜ୍ରପାତ ନେଇ ସତର୍କ ସୂଚନା ।୧୪ଟି ଜିଲ୍ଲାର ଲୋକଙ୍କୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଗଜପତି, ରାୟଗଡ଼ା,କନ୍ଧମାଳ, ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, ଢେଙ୍କାନାଳ,ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଜିଲ୍ଲା ପାଇଁ ସତର୍କ ସୂଚନା। ବର୍ଷା ସହ ୫୦ରୁ ୬୦ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
ଦେବଗଡ଼ : ପାଣିରେ ବୁଡ଼ିଯାଇ ୩ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦେବଗଡ଼ ଜିଲ୍ଲାରେ ୨ ଜଣ ଏବଂ କଳାହାଣ୍ଡି ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଦେବଗଡ଼ ବାରକୋଟ ସିଂହଶାଖ ଗାଁରେ ପୋଖରୀରେ ବୁଡି ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଛୁନକୁ ଓରାମଙ୍କ ଝିଅ ସୀତା ଓରାମ ଏବଂ ଶିବ ଓରାମଙ୍କ ଝିଅ ଅଞ୍ଜନା ଓରାମ। ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ୨ ଜଣ ନାବାଳିକା। ସେହିପରି କଳାହାଣ୍ଡି ଜିଲ୍ଲା […]
କଟକ : କଟକ ଜଗତପୁରର ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନର ଭାଇ ସେକ୍ ତାହିରକୁ ଗୁଳିମାଡ଼ ଘଟଣାରେ ୮ ଜଣ ଗିରଫ। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଟିଟୋ ଗ୍ୟାଙ୍ଗର ସଦସ୍ୟ ବୋଲି ସୂଚନା ମିଳିଛି। ଟେଣ୍ଡର ଫିକ୍ସିଂ ନେଇ ଗତ ୨୯ରେ ଜଗତପୁରରେ ତାହିରକୁ ଗୁଳିମାଡ଼ ହୋଇଥିଲା। ଗତକାଲି କଟକ ଚାଉଳିଆଗଞ୍ଜରେ ପୋଲିସ୍ର ଏନ୍କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିଲେ। ସେମାନେ ହେଲେ କାଲା ବାବୁ ଓ ଅଲେଖ ରାଉତରାୟ। ଉଭୟଙ୍କୁ ଜେରାବେଳେ ସେମାନେ […]
ଭୁବନେଶ୍ୱର: ବରିଷ୍ଠ ଓଡ଼ିଆ ସିନେ ଅଭିନେତା ଦେବୁ ବୋଷଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର। ଏନେଇ ତାଙ୍କ ବଡ଼ ପୁଅ ସାର୍ଥକ ବୋଷ ସୂଚନା ଦେଇଛନ୍ତି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବାର ଜଣାପଡ଼ିଛି। ଏବେ ଭେଣ୍ଟିଲେଟରରେ ରଖାଯାଇ ଦେବୁ ବୋଷଙ୍କ ଚିକିତ୍ସା ଚାଲିଛି। ପୂର୍ବରୁ ଦେବୁ ୨ ଥର ହୃଦଘାତର ଶିକାର ହୋଇଥିଲେ। ସୂଚନା ଅନୁସାରେ ହାଇଦ୍ରାବାଦରେ ଦେବୁ ତାଙ୍କ ସାନ ପୁଅ ପାଖରେ ଥିଲେ। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ଜଣେ ସଫଳ ଅଭିନେତା। ବିଭିନ୍ନ […]
ନୂଆଦିଲ୍ଲୀ : ଦେଶରେ ପରବର୍ତ୍ତୀ ସରକାର କିଏ ଗଢ଼ିବ ସେଥିପାଇଁ ଆସନ୍ତାକାଲିଠାରୁ ଭୋଟ୍ ପ୍ରକ୍ରିୟା ଆରମ୍ଭ ହେବ। ଚଳିତ ବର୍ଷ ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ଦେଶର ୨୦ଟି ରାଜ୍ୟର ୯୧ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେବ। ଓଡ଼ିଶାର ୪ଟି ଆସନ ସହିତ ଏହାର ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। ଏଥିସହ ଆନ୍ଧ୍ରପ୍ରଦେଶର ସମସ୍ତ ୨୫ଟି […]
ଅନୁଗୁଳ: ଦିନ ଦ୍ୱିପ୍ରହରରେ ବଡ଼ ଧରଣର ବ୍ୟାଙ୍କ ଡକାୟତି। ଅନୁଗୁଳ ସହରରେ ଥିବା ଆନ୍ଧ୍ର ବ୍ୟାଙ୍କ ଶାଖାରୁ ୨୦ଲକ୍ଷ ଟଙ୍କା ଓ ଲକରରୁ ସୁନା ଅଳଙ୍କାର ଲୁଟି ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। ଆଜି ବ୍ୟାଙ୍କ ଖୋଲିବାର ମାତ୍ର କିଛି ସମୟ ମଧ୍ୟରେ ଅର୍ଥାତ୍ ସାଢ଼େ ୧୦ଟାବେଳେ ୬ଜଣ ଡକାୟତ ହଠାତ୍ ବ୍ୟାଙ୍କ ଭିତରକୁ ପଶି ଗ୍ରାହକ ଓ କର୍ମଚାରୀଙ୍କୁ ମାଉଜର ଦେଖାଇ ଭୟଭୀତ କରାଇ ସମସ୍ତଙ୍କଠାରୁ ମୋବାଇଲ୍ ଛଡ଼ାଇ ନେବା ପରେ ଆରମ୍ଭ କରିଥିଲେ ଲୁଟ୍। […]
କୋଲକାତା: କ’ଣ ଟଙ୍କା ଆଗରେ ସଂପର୍କର ମୂଲ୍ୟ କିଛି ନଥାଏ, ତାହା ବି ପୁଣି ମା-ପୁଅ ଭଳି ପବିତ୍ର ସଂପର୍କରେ। ତେବେ ଏମିତି ଏପରି ଏକ ଘଟଣା କୋଲକାତାରେ ଘଟିଛି, ଯାହାକି ଏହି କଥାକୁ ପୂରା ସତ୍ୟ ପ୍ରମାଣିତ କରୁଛି। କୋଲକାତାର ଜଣେ ୪୬ ବର୍ଷୀୟ ବ୍ୟକ୍ତି ଦୀର୍ଘ ତିନି ବର୍ଷ ଧରି ନିଜ ମା’ଙ୍କ ମୃତଦେହକୁ ଫ୍ରିଜ୍ରରେ ଲୁଚାଇ ରଖିଥିବା ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଚକିତ କରିଛି। ଏନେଇ ପୋଲିସ୍କୁ ଖବର ମିଳିବା […]
ମୁମ୍ବାଇ: ଜେଲରେ ରହିବେ ବଲିଉଡ଼ ଭାଇଜାନ୍ ସଲମାନ ଖାନ୍। ଆଜି ସଲମାନଙ୍କ ଜାମିନ ଶୁଣାଣି ଥିବାବେଳେ ଏହା କାଲିକୁ ଘୁଞ୍ଚାଇ ଦିଆଯାଇଛି। ଫଳରେ ତାଙ୍କୁ ଜେଲ୍ ଭିତରେ ଆଉ ଏକ ରାତି ବିତାଇବାକୁ ପଡ଼ିବ। ଯୋଧପୁର ସେସନ୍ସ କୋର୍ଟରେ ସଲମାନଙ୍କ ଜାମିନକୁ ଘୁଞ୍ଚାଇ ଦିଆଯାଇଛି। ଫଳରେ ସଲମାନଙ୍କୁ ପୁଣି ଥରେ ଏକ ବଡ଼ ଝଟ୍କା ଲାଗିଛି। ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନଙ୍କୁ ଯୋଧପୁରର ଏକ କୋର୍ଟ ଗତକାଲି ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ […]
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଅସୁସ୍ଥ। କିଡ଼୍ନୀ ଜନିତ ସମସ୍ୟା ଓ ଇନଫେକ୍ସନ କାରଣରୁ ସେ ଚିକିତ୍ସାଧୀନ ଅଛନ୍ତି। ଅସୁସ୍ଥତା ଯୋଗୁଁ ସେ ଏବେ ଘରେ ରହି ତାଙ୍କ କାର୍ଯ୍ୟ ପରିଚାଳନା କରୁଥିବା ନିଜେ ଜେଟଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ତାଙ୍କର କ’ଣ ଚିକିତ୍ସା କରାଯିବ ତାହା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିବେ ବୋଲି ଜେଟଲି କହିଛନ୍ତି। ଜେଟଲିଙ୍କୁ ଏବେ ଦିଲ୍ଲୀ ଏମ୍ସର ଡାକ୍ତରମାନେ ଚିକିତ୍ସା କରୁଛନ୍ତି। I am […]
ଯୋଧପୁର: ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଜେଲରେ ଥିବା ସଲମାନ ଖାନଙ୍କ ଆଜି ଜାମିନ ଆବେଦନର ଶୁଣାଣି ହେବ। ଗତକାଲି ଦୋଷୀ ସାବ୍ୟସ୍ତ ହେବା ପରେ ସଲମାନଙ୍କୁ ସିଧା ଯୋଧପୁର ସେଣ୍ଟ୍ରାଲ ଜେଲ୍ ପଠାଯାଇଥିଲା। ସେଠାରେ ତାଙ୍କୁ ୨ନଂ କୋଠରୀରେ ରଖାଯାଇଥିବା ବେଳେ କଏଦୀ ନଂ. ମିଳିଛି ୧୦୬। ଆଜି ତାଙ୍କୁ କଏଦୀ ପୋଷାକ ଦିଆଯିବ। ଗତକାଲି ମେଡିକାଲ୍ ଟେଷ୍ଟରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡ଼ିଛି। ଡିନରରେ ସଲମାନଙ୍କୁ ରୁଟି, ଚଣାଡାଲି ଓ […]
ଇସ୍ଲାମାବାଦ୍ : ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ହୁଅନ୍ତୁ ବୋଲି ଆଶା ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ। ଚଳିତ ସାଧାରଣ ନିର୍ବାଚନରେ ବିଜେପି ନିର୍ବାଚନ ଜିଣି କ୍ଷମତା ଦଖଲ କଲେ ଭାରତ -ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଧାର ହେବ। ଦ୍ୱିତୀୟ ଥର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ।ନୂଆଦିଲ୍ଲୀ-ଇସଲାମାବାଦ ମଧ୍ୟରେ କୁଟନୈତିକ ସମ୍ପର୍କ ପୂର୍ବାପେକ୍ଷା ସୁଧାର ଆସିବ। ପ୍ରଥମ ପର୍ଯ୍ୟାୟ […]
ଭୁବନେଶ୍ୱର: ପ୍ରେମିକର ଆକ୍ରମଣରେ ଲହୁ ଲୁହାଣ ପ୍ରେମିକା ଓ ତାଙ୍କ ମା। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜାରଡ଼ା ଗାଁରେ ଗତକାଲି ଜଣେ ମହିଳା ଓ ତାଙ୍କ ଝିଅକୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। କପ୍ତିପଦା ଥାନା ବେଲଡିହା ଗାଁର ଭରତ ମହାନ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଉଭୟ ମା ଓ ଝିଅଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣରେ ଯୁବତୀଙ୍କ ଅବସ୍ଥା ଗୁରୁତର ରହିଛି। ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କୁ […]
ଦାନ୍ତେଓ୍ୱାଡା : ଛତିଶଗଡ଼ ଦାନ୍ତେଓ୍ୱାଡାରେ ଲାଲ ହିଂସାରେ ପ୍ରାଣ ହରାଇଥିବା ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ବିଧାୟକଙ୍କ ମରଶରୀର ଗଡପାଲ ସ୍ଥିତ ବାସଭବନକୁ ଆସିବା ପରେ ଶହ ଶହ ଲୋକ ଭିଡ଼ ଜଣାଇ ବିଧାୟକଙ୍କୁ ଶେଷ ଦର୍ଶନ କରିଥିଲେ। ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ମଧ୍ୟ ସ୍ୱର୍ଗତ ବିଧାୟକଙ୍କ ଅନ୍ତିମ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ। ନକ୍ସଲ ଆକ୍ରମଣ ନେଇ ତଦନ୍ତ ବ୍ୟାପକ କରିବାକୁ ଅପିଲ […]
କଟକ:କଟକ ଗୋବିନ୍ଦପୁରରେ ହତ୍ୟାକାଣ୍ଡ। ଯୁବକଙ୍କୁ ଘରୁ ଡାକି ନେଇ ଛୁରି ଭୁସି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଗୋବିନ୍ଦପୁର ଥାନା ଅନ୍ତର୍ଗତ କଜଳପୁର ଗାଁ କାନ୍ଦୁରା ଭୋଇ। ଗତକାଲି ମଧ୍ୟରାତିରେ ଗୋବିନ୍ଦଙ୍କୁ କେତେକ ଦୁର୍ବୃତ୍ତ ଘରୁ ଡାକି ନେଇ ହତ୍ୟା କରିଥିବା ତାଙ୍କ ପରିବା ଲୋକେ ଅଭିଯୋଗ କରିଛନ୍ତି। ତେବେ କାନ୍ଦୁରାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ସେ ସ୍ପଷ୍ଟ ହୋଇନି। ଏପଟେ ଅଭିଯୁକ୍ତକୁ ଗିରଫ ଦାବିରେ ଗୋବିନ୍ଦପୁର-କଟକ ରାସ୍ତାରୋକ କରିଛନ୍ତି […]