କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଏକ ହୋଟେଲ ଉପରେ ପୋଲିସର ଅଚାନକ ଚଢାଉ। ଚଢାଉ ବେଳେ ପୋଲିସ ୩ ଜଣ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିଛି। ନିଜର ପରିଚୟ ସଠିକ୍ ଭାବରେ ଦେଇନଥିବାରୁ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ସେମାନଙ୍କୁ ଅଟକ ରଖିଛି। ତେବେ ସମସ୍ତଙ୍କ ଘର କେନ୍ଦ୍ରାପଡ଼ା ଅଞ୍ଚଳରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।