
ବିନା ହେଲମେଟରେ ସ୍କୁଟି ଚଲାଇବାରୁ ପାଟନା ପୋଲିସ ତାଙ୍କ ନାମରେ ଏକ ଚାଲାଣ ଇସ୍ୟୁ କରିଛି। ତେଜ ପ୍ରତାପଙ୍କ ଘରକୁ ୪ ହଜାର ଟଙ୍କା ଚାଲାଣ ପଠାଯାଇଛି। ଅନ୍ୟପକ୍ଷରେ ତେଜ ପ୍ରତାପ ଚଲାଉଥିବା ସ୍କୁଟିର ଇନ୍ସୁରାନ୍ସ ଏବଂ ପଲ୍ୟୁସନ ସାର୍ଟିଫିକେଟର ଅବଧି ନ ଥିବା ଜଣାପଡିଛି। ସୂଚନା ଯୋଗ୍ୟ, RJD ନେତା ତେଜ ପ୍ରତାପ ହୋଲି ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସ୍କୁଟି ଚଲାଇ ଯାଉଥିଲେ।
ପାଟନା: ସବୁ ଅପେକ୍ଷାର ଅନ୍ତ ଘଟାଇ ଆଉ ମାତ୍ର କିଛିଦିନ ପରେ ଐଶ୍ୱର୍ଯ୍ୟା ରାୟଙ୍କ ହାତ ଧରିବେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ। ନିର୍ବନ୍ଧ ସରିଲାଣି। ଖାଲି ବିବାହକୁ ଅପେକ୍ଷା। ଅବଶ୍ୟ ଏମିତିରେ ବି ସେ ଐଶ୍ୱର୍ଯ୍ୟାଙ୍କର ହୋଇସାରିଲେଣି ବୋଲି ତେଜ୍ ପ୍ରତାପ କହିଛନ୍ତି। ଆସନ୍ତା ମେ ୧୨ରେ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଲାଲୁଙ୍କୁ ଜେଲ୍ରୁ ଛୁଟିରେ ଆଣିବା ପାଇଁ ଆବେଦନ ମଧ୍ୟ କରାଯାଇଛି। ଏହା ଜାଣିବା ପରେ ଅନେକ ପ୍ରଶ୍ନ ମନକୁ ଆସୁଥିବ। […]