ଭୁବନେଶ୍ୱର : ବିଜେଡ଼ିରେ ଯୋଗ ଦେଲେ ପୂର୍ବତନ ପୋଲିସ ଅଧିକାରୀ ଅରୂପ ପଟ୍ଟନାୟକ। ମହାରାଷ୍ଟ୍ର କ୍ୟାଡରର ଏହି ପୂର୍ବତନ ଆଇପିଏସ୍ ଅଧିକାରୀ ଆଜି ଅପରାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି। ଅରୂପ ପୂର୍ବରୁ ମୁମ୍ବାଇ ପୋଲିସ କମିଶନର ଭାବେ କାମ କରିଥିଲେ। ବିଜେଡିରେ ଯୋଗଦାନକୁ ନେଇ ଅରୂପ କହିଛନ୍ତି, ରାଜନୈତିକ କ୍ଷେତ୍ରରେ ତାଙ୍କୁ ଏକ ବଡ ସୁଯୋଗ ମିଳିଛି। ଏହା ତାଙ୍କ ପାଇଁ ନୂଆ ଅଧ୍ୟାୟ, ନୂଆ ଜୀବନ ବୋଲି ଅରୂପ କହିଛନ୍ତି।