ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କ ମଥାରେ ଲାଗିଲା ସୁବର୍ଣ୍ଣ କିରୀଟ। ଗତକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମା’ ଲକ୍ଷ୍ମୀଙ୍କ ମଥାରେ ସୁବର୍ଣ୍ଣ କିରୀଟ ଲଗାଯାଇଛି। ୭୫୫ ଗ୍ରାମ ଓଜନର ସୁବର୍ଣ୍ଣ କିରୀଟ ମା’ଙ୍କ ମଥାରେ ଶୋଭା ପାଉଛି। କିରୀଟ ସ୍ଥାପନ ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଏବଂ ଏସ୍ପିଙ୍କ ସମେତ ମା’ ଲକ୍ଷ୍ମୀଙ୍କ ମନ୍ଦିରର ସେବାୟତ ମାନେ ଉପସ୍ଥିତ ଥିଲେ। ବହୁଦିନ ହେବ ମହାଲକ୍ଷ୍ମୀଙ୍କ କିରୀଟ ବଦଳାଇବାକୁ ଦାବି ହୋଇ ଆସୁଥିଲା। ଦୀର୍ଘ ୬ମାସ […]