ସୋର: ରୋଷଣୀ ବେଳେ ବସ୍କୁ ସାଇଡ୍ ଦେବାକୁ ନେଇ ମୁହାଁମୁହିଁ ପରିସ୍ଥିତି। ସୋର ଥାନା ଅନ୍ତର୍ଗତ ଗୁଡ୍ ଛକରେ ଏକ ବରଯାତ୍ରୀ ଦଳ ଶୋଭାଯାତ୍ରାରେ ଯାଉଥିଲେ। ସେହି ସମୟରେ ରିସେପସନ୍ ଭୋଜି ଖାଇ ପ୍ରାୟ ୬୦ଜଣ ଯାତ୍ରୀ ସେହି ରାସ୍ତାରେ ଫେରୁଥିଲେ। ତେବେ ସାଇଡ୍ ଦେବା ପାଇଁ ବରଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ସେମାନେ ବସ୍କୁ ଛାଡି ନଥିଲେ। ଏହାକୁ ନେଇ ବରଯାତ୍ରୀଦଳ ଓ ବସ୍ ଯାତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ୪/୫ଜଣ ମାତାଲ […]
ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ପାଇଁ ଆରମ୍ଭ ହୋଇଛି ମତଦାନ। ରାଜ୍ୟର ୨୨୪ଟି ଆସନ ମଧ୍ୟରୁ ଆଜି ୨୨୨ଟି ସିଟ୍ରେ ଭୋଟ୍ ଗ୍ରହଣ ଚାଲିଛି। ବିଜେପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଜୟାନଗର ନିର୍ବାଚନୀ ମଣ୍ଡଳରେ ଭୋଟ ଗ୍ରହଣ ବାତିଲ୍ କରାଯାଇ ଥିବାବେଳେ ସେପଟେ ଭୋଟର କାର୍ଡ ଜବତ ପରେ ରାଜାରାଜେଶ୍ୱରୀ ଆସନରେ ମତଦାନକୁ ଘୁଞ୍ଚାଇ ଦିଆଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ଚାଲିବ। ରାଜ୍ୟର ପ୍ରାୟ ୫ କୋଟି ଭୋଟର […]
ଭୁବନେଶ୍ୱର: ବମିଖାଲ ପୋଲ ଭୁଶୁଡିବା ଘଟଣାରେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ମାମଲା ଦାୟର କରିଛି ବିଜେପି। ଦଳ ପକ୍ଷରୁ ଓ୍ୱାନସିସି କେସ ଦାୟର କରିଛନ୍ତି ଜଗନ୍ନାଥ ପ୍ରଧାନ। ପୋଲ ଭୁଶୁଡିବା ଘଟଣାରେ ଠିକାଦାର ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ସହିତ ପୂର୍ତ୍ତ ବିଭାଗ ଚିଫ ଇଞ୍ଜିନିୟର, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର, ଏକଜିକ୍ୟୁଟିଭ ଇଞ୍ଜିନିୟର ଓ ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ଭଳି ବିଭାଗୀୟ ଅଧିକାରୀଙ୍କୁ ଗିରଫ କରିବା ପାଇଁ ଦାବି କରିଛି ଦଳ। ଏନେଇ ଗତ ୮ ତାରିଖରୁ ଓଭରବ୍ରିଜ ତଳେ ଅନଶନ […]
ଭୁବନେଶ୍ୱର: ତଳିଆ ଅଞ୍ଚଳରେ ଘର କରିଥିଲେ ଆଉ ଭାଙ୍ଗିବାକୁ ପଡିବନି। କାରଣ ଆସିଯାଇଛି ନୂଆ ଟେକ୍ନୋଲୋଜି। ଜ୍ୟାକ୍ ଲଗାଇ ଉଠାଇ ହେଉଛି ଘର। କଥାଟା ବିଶ୍ୱାସ ଲାଗୁ ନଥିଲେ ବି ସତ। ରାଜଧାନୀର ଜୟଦେବ ବିହାର ଅଞ୍ଚଳରେ ଏମିତି ଏକ ଘରକୁ ନେଇ ଏବେ ଚର୍ଚ୍ଚା ହେଉଛି। ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୧୫ଲକ୍ଷ ଟଙ୍କା। ପ୍ଲଟ ନମ୍ବର ୮୩୦, ଘର ନାଁ ଆଶ୍ରୟ। ରାଜଧାନୀର ଜୟଦେବ ବିହାର ଅଞ୍ଚଳରେ ଥିବା ଏହି ୩ ମହଲା ବିଲଡିଂଟି […]
କୋରାପୁଟ: ବୌଦ୍ଧ ଧର୍ମ ଗ୍ରହଣ କରିବେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ। ହିନ୍ଦୁ ଧର୍ମରୁ ବୌଦ୍ଧ ଧର୍ମାବଲମ୍ବୀ ହେବା ପାଇଁ ସେ ସତ୍ୟପାଠ ମାଧ୍ୟମରେ ଦର୍ଶାଇଛନ୍ତି। ସେ ବୁଦ୍ଧଙ୍କର ଜଣେ ଶ୍ରଦ୍ଧାଳୁ। ତେଣୁ ନିଜ ଇଚ୍ଛାରେ ସେ ବୌଦ୍ଧ ଧର୍ମକୁ ଆପଣାଇବେ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି। ଆସନ୍ତାକାଲି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ବୁର୍ଜାରେ ଆୟୋଜିତ ହେବ ଧର୍ମକ୍ରାନ୍ତି ସମାରୋହ। ଏହି ଦୁଇଦିନିଆ ସମାରୋହରେ ବିଧାୟକ ଶଗରିଆ ବୌଦ୍ଧ ଧର୍ମ ଗ୍ରହଣ କରିବେ।
ଚାନ୍ଦବାଲି: ଚାନ୍ଦବାଲି ଥାନା ଅନ୍ତର୍ଗତ ବାଘନଟା ଗାଁର ୨ ଜଣ ଏବଂ ଯାଜପୁର ଜିଲ୍ଲାର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ଉପୁଜିଥିବା ବିବାଦର ସମାଧାନ ହୋଇଛି। ମୃତକଙ୍କ ପରିବାରକୁ କମ୍ପାନୀ ପକ୍ଷରୁ ଆର୍ଥିକ ସହାୟତା ଘୋଷଣା ପରେ ମୃତଦେହକୁ ଗ୍ରହଣ କରିଛନ୍ତି ପରିବାର ଲୋକେ। ଏହାସହ ଅଟକ ଥିବା ୩ ଆମ୍ବୁଲାନ୍ସକୁ ଲୋକେ ଛାଡ଼ି ଦେଇଛନ୍ତି। ଆଜି ଉଭୟ କମ୍ପାନୀ କର୍ତ୍ତୃପକ୍ଷ ଏବଂ ମୃତକଙ୍କ ପରିବାର ଲୋକଙ୍କ ମଧ୍ୟରେ ହାଇଦ୍ରାବାଦରେ ଆଲୋଚନା ହୋଇଥିଲା। ଏହାପରେ […]
ନିମାପଡ଼ା: ବୃଦ୍ଧାଙ୍କୁ ଥାନା ଭିତରେ ମାଡ଼ ମାରିବା ନିମାପଡ଼ା ଥାନା ଆଇଆଇସିଙ୍କ ପାଇଁ ମହଙ୍ଗା ହୋଇଛି। ଏଥିପାଇଁ ତାଙ୍କୁ ନିଲମ୍ବନ ହେବାକୁ ପଡିଛି। ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ ଜଣେ ବୃଦ୍ଧାଙ୍କୁ ଥାନା ଭିତରେ ମାଡ ମାରିବା ଅଭିଯୋଗ ଆସିଥିଲା। ଶାଶୁ-ବୋହୂ କଳି ତୁଟାଇବାକୁ ଥାନାକୁ ଡାକି ଥାନା ଭିତରେ ବୃଦ୍ଧାଙ୍କୁ ନିସ୍ତୁକ ମାଡ ମାରିଥିଲେ ମୃତ୍ୟୁଞ୍ଜୟ। ମାଡ ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହଇଚଇ ହୋଇଥିଲା। ପ୍ରଥମେ ଥାନାରୁ ଅପସାରିତ କରାଯିବା ପରେ […]
ବ୍ରହ୍ମପୁର: ମାନା ଟ୍ରଷ୍ଟ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ କରିଥିବା ବ୍ୟକ୍ତିଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ମାମଲା ପ୍ରତ୍ୟାହାର ପାଇଁ ମୋବାଇଲ୍ରେ ଧମକ ମିଳୁଛି ବୋଲି ଅଭିଯୋଗ କରିଛନ୍ତି ଆବେଦନକାରୀ ତଥା ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ। ଆଜି ବ୍ରହ୍ମପୁରରେ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, “ବିନା କାରଣରେ ଘରେ ପଶି ପୋଲିସ ତଦନ୍ତ କରୁଛି। ମାମଲା ନହଟାଇଲେ ଏନ୍ଏସ୍ଏରେ ବୁକ୍ କରିବାକୁ ଧମକ […]
ନୂଆଦିଲ୍ଲୀ : ବଢ଼ିଚାଲିଛି ସାମ୍ୱାଦିକଙ୍କ ଉପରେ ଆକ୍ରମଣ। ଏଥିରୁ ବାଦ ପଡ଼ିନି ଜାତୀୟ ଘରୋଇ ଟିଭି ଚ୍ୟାନେଲ ଏବିପି ନ୍ୟୁଜର ସାମ୍ବାଦିକ ଓ କ୍ରୁ’। ରାଜଧାନୀ ଦିଲ୍ଲୀ ସ୍ଥିତ ଏବିପି ନ୍ୟୁଜର ରିପୋର୍ଟିଂ ଟିମ୍ ଉପରକୁ ଦୁର୍ବୃତ୍ତମାନେ ଗୁଳି କରିଛନ୍ତି। ରାତିରେ ରିପୋର୍ଟିଂ ପାଇଁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଟିମ୍ ଯାଉଥିବା କାର ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ହେଲେ ତିନୋଟି ଯାକ ଗୁଳି କାହାରି ଦେହରେ ବାଜିନଥିବା ଜଣାପଡ଼ିଛି। ଏବିପି ନ୍ୟୁଜର କ୍ରାଇମ୍ ରିପୋର୍ଟର […]
ପୁରୀ: ପୁରୀ ଜିଲ୍ଲା ନୟାହାଟ ଫାଣ୍ଡି ଅନ୍ତର୍ଗତ ଏକ ସ୍କୁଲ ପରିସରରେ ଜଣେ ୯ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ଝିଅଟି ବଜାରକୁ ଯାଇଥିବାବେଳେ ଏକାକୀ ପାଇ ତାକୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରି ଫେରାର ହୋଇଯାଇଛି। ପରିବାର ଲୋକଙ୍କ କହିବା ଅନୁସାରେ ଝିଅ ବଜାରକୁ ଯାଇଥିଲା। ଫେରିବାରେ ବିଳମ୍ବ ହେବାରୁ ତାକୁ ଖୋଜାଖୋଜି କରାଯିବା ବେଳେ ସ୍କୁଲ ପରିସରରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତୁରନ୍ତ ତାକୁ ଚିକିତ୍ସା ପାଇଁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ […]
ପାଟନା: ବଲିଉଡ଼ରେ ସୋନମ୍ କପୁର ଓ ନେହା ଧୂପିଆଙ୍କ ବାହାଘରକୁ ନେଇ ଯେତିକି ଚର୍ଚ୍ଚା, ଲାଲୁଙ୍କ ବଡ଼ପୁଅ ତେଜ୍ ପ୍ରତାପ ଯାଦବଙ୍କ ବିବାହକୁ ନେଇ ମଧ୍ୟ ଆଜିକାଲି ସେତିକି ଚର୍ଚ୍ଚା। ଆସନ୍ତା ୧୨ରେ ହେବାକୁ ଥିବା ବିବାହକୁ ନେଇ ଉଭୟ ପରିବାର ପୂରା ପ୍ରସ୍ତୁତ। ତେଜ ପ୍ରତାପ ବାହାହେବେ ବିହାରର ପୂର୍ବତନ ମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟା ରାୟଙ୍କୁ। ବୁଧବାର ରାତିରେ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଐଶ୍ୱର୍ଯ୍ୟାଙ୍କର ମେହେନ୍ଦି ରସମ୍ ସରିଯାଇଛି। ମେହେନ୍ଦି ରସମ୍ରେ […]
ଭୁବନେଶ୍ୱର: ବିଶିଷ୍ଟ ଓଡ଼ିଆ ସିନେ ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକ। କଟକ ସେଲ୍ଟର ଛକ ବାସଭବନରେ ତାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା। ହୃଦ୍ଘାତରେ ତାଙ୍କ ପରଲୋକ ଘଟିଛି। ପ୍ରାୟ ୧୦୦ ରୁ ଅଧିକ ଫିଲ୍ମରେ ସେ ଅଭିନୟ କରିଛନ୍ତି। ହିନ୍ଦୀ ଓ ତେଲୁଗୁ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଥିଲେ। କହିବାକୁ ଗଲେ ସେ ଓଲିଉଡ଼ର ମା’ ଥିଲେ। କାରଣ ସେ ମା’ ଭୂମିକାରେ ଅଭିନୟ କରି ନିଆରା […]
ବାଲେଶ୍ୱର: ସମୁଦ୍ରରେ ମାଛ ମାରିବା ଉପରେ ଏବେ ୨ ମାସ କଟକଣା ଲାଗିଥିବାରୁ ଏକ ପ୍ରକାର ହାତବାନ୍ଧି ବସିଛନ୍ତି ସମୁଦ୍ର ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ। ସେପଟେ ବଜାରରେ ଲୁଣିମାଛ ଅଭାବରୁ ଦେଶୀ ମାଛ ଓ ଆନ୍ଧ୍ରା ମାଛର ଚାହିଦା କାହିଁରେ କେତେ। ପ୍ରାୟ ୨ଗୁଣ ଦରରେ ବିକ୍ରି ହେଉଛି ମାଛ। ବାଲେଶ୍ୱର ମାଛ ବଜାରରେ ନିଆଁ। ପ୍ରାୟ ୨୦-୨୫ ଦିନ ହେବ ଲୁଣି ମାଛ ବଜାରକୁ ଆସୁନଥିବାରୁ ଆକାଶ ଛୁଆଁ ଦେଶୀ ମାଛ ଦର। ସ୍ଥାନୀୟ […]
ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣୀସ୍ଥିତ ମଦ ଦୋକାନ ଆଗରେ ଯୁବକଙ୍କୁ ଭୁଜାଲିରେ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ହାଡ଼ିବନ୍ଧୁ ବେହେରାକୁ ମଞ୍ଚେଶ୍ୱର ପୋଲିସ ଗିରଫ କରିଛି। ଗତକାଲି ସ୍ପଷ୍ଟ ଦିବା ଲୋକରେ ସର୍ବ ସମ୍ମୁଖରେ ଧୋବି ନାମକ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଥିଲା। ଘଟଣାସ୍ଥଳରେ ହିଁ ଧୋବିଙ୍କ ମୃତ୍ୟୁ ହୋଇଥିଲା। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ସ୍ୱତନ୍ତ୍ର ସ୍କାର୍ଡ ଗଠନ କରି ତଦନ୍ତ ଜାରି ରଖିଥିଲା।
ମାଲେ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାଲଡିଭସର ସର୍ବୋଚ୍ଚ ସମ୍ମାନ ମିଳିଛି। ଦୁଇ ଦିନିଆ ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ମାଲଡିଭସରେ ପହଞ୍ଚିବା ପରେ ମାଲଡିଭସର ରାଷ୍ଟ୍ରପତି ଇବ୍ରାହିମ୍ ମହମଦ ସୋଲିହ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ମୋଦି ଦ୍ୱିତୀୟ ଥର ଦାୟିତ୍ୱ ନେବା ପରେ ମୋଦିଙ୍କର ଏହା ପ୍ରଥମ ବିଦେଶ ଗସ୍ତ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଶ୍ରୀଲଙ୍କା ଗସ୍ତରେ ଯିବେ। ଏହି ଗସ୍ତ ବେଳେ ମାଲଡିଭସ ରାଷ୍ଟ୍ରପତି ସୋଲିହଙ୍କୁ […]
ଭୁବନେଶ୍ୱର: ପ୍ରଫେସରଙ୍କ ଫେସ୍ବୁକ୍ରେ ଅଶ୍ଳୀଳ ଭିଡିଓ। ଭୁବନେଶ୍ୱର OUATର ଡାଇରେକ୍ଟର କ୍ଲିନିକ ମନୋରଞ୍ଜନ ଦାଶଙ୍କ ଫେସ୍ବୁକ୍ରେ ଅଶ୍ଳୀଳ ଭିଡିଓ ଆସିଥିବା ନେଇ ଅଭିଯୋଗ ହୋଇଛି। ହେଲେ ଏପଟେ କେଉଁ ପରିସ୍ଥିତିରେ ଏପରି ହୋଇଛି ମୁଁ ଜାଣିନାହିଁ ବୋଲି କହିଛନ୍ତି ସମ୍ପୃକ୍ତ ପ୍ରଫେସର। ଏଥିସହ ଚକ୍ରାନ୍ତର ଶିକାର ହୋଇଥାଇ ପାରେ। ଏ ନେଇ ମୁଁ ପ୍ରଥମେ OUAT ଭିସିଙ୍କୁ ଜଣାଇବି ବୋଲି କହିଛନ୍ତି ପ୍ରଫେସର ମନୋରଞ୍ଜନ। ଆବଶ୍ୟକ ପଡ଼ିଲେ ପୋଲିସର ସହାୟତା ନେବି ବୋଲି ମଧ୍ୟ ସେ କହିଛନ୍ତି।
ଭୁବନେଶ୍ୱର: କାଳବୈଶାଖୀ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଦିନ ୧୧ଟା ଭିତରେ କାଳବୈଶାଖୀ ହେବାର ଆଶଙ୍କା କରାଯାଉଛି। ଏଥିପାଇଁ ୪ଟି ଜିଲ୍ଲାକୁ ସତର୍କ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି ନୟାଗଡ଼, ଅନୁଗୁଳ, କଟକ ଓ ଖୋର୍ଦ୍ଧା। ଏହି ସମୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ […]
ପୁରୀ: ପ୍ରତିଦିନ ସାର୍ବଜନୀନ ହେବ ଶ୍ରୀମନ୍ଦିର ହୁଣ୍ଡିକୁ ଦାନ ସୁନା ରୂପାର ପରିମାଣ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଯୋଜନା ଚଳାଇଥିବାବେଳେ ଅନ୍ୟପକ୍ଷରେ ଏହାକୁ ସ୍ୱାଗତ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା ପରିଷଦର ସଦସ୍ୟ ଓ ବରିଷ୍ଠ ସେବାୟତ। ପ୍ରତିଦିନ ସାର୍ବଜନୀନ କରିବା ପୂର୍ବରୁ ମେ’ ପ୍ରଥମ ସପ୍ତାହରେ ହୁଣ୍ଡିକୁ ଦାନ ଆକାରରେ ମିଳିଥିବା ସୁନା ରୁପାର ହିସାବ ଦେଇଛି ପ୍ରଶାସନ। ନୀଳକନ୍ଦରର ରତ୍ନତ୍ସିଂହାସନରେ ପୂଜାପାଉଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ଆସିଥାନ୍ତି ଶ୍ରୀକ୍ଷେତ୍ରକୁ। ଦର୍ଶନ […]
ପୁରୀ: ଭକ୍ତ ମାନେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରତିଦିନ ହୁଣ୍ଡିରେ ଦେଉଥିବା ଲୁଗା ଓ ଶାଢ଼ୀକୁ ନିଲାମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ସ୍ୱତନ୍ତ୍ର ତାଲିକା କରାଯାଇ ଆସିଷ୍ଟାଣ୍ଟ ଡାଇରେକ୍ଟର ଟେକ୍ସଟାଇଲଙ୍କ ଦ୍ୱାରା ଅପସେଟ ପ୍ରାଇସ କରାଯାଇ ନିଲାମ କରାଯିବ। ଏହି ସାମଗ୍ରୀ ଅତ୍ୟଧିକ ମାତ୍ରାରେ ଗଚ୍ଛିତ ଥିବାରୁ ଏହାକୁ ନିଲାମ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। କିନ୍ତୁ କୌଣସି ପ୍ରକାର ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଲୁଗା, ଖଣ୍ଡୁଆକୁ ବିକ୍ରି କରାଯିବ ନାହିଁ କି ନିଲାମ କରାଯିବ ନାହିଁ […]
କଟକ : ମେଧାବୀ ପିଲାଙ୍କ ଭବିଷ୍ୟତ ସହ ଖେଳ। ପଦାକୁ ଆସିଲା ମାଟ୍ରିକ୍ ମୂଲ୍ୟାୟନରେ ବିଭ୍ରାଟର ଚିତ୍ର। ବୋର୍ଡ କର୍ତ୍ତୃପକ୍ଷଙ୍କ ତ୍ରୁଟିଶୂନ୍ୟ ମୂଲ୍ୟାୟନ ଉପରେ ଉଠିଲା ପ୍ରଶ୍ନ ? ଯାହାକୁ ନେଇ ବଢୁଛି ଛାତ୍ରଛାତ୍ରୀଙ୍କ ଅସନ୍ତୋଷ। ବାଲେଶ୍ୱରର ଛାତ୍ରୀ ମୋନାଲିସା ପାତ୍ର ମାଟ୍ରିକ୍ରେ ୫୫୪ ନମ୍ବର ସହ ଏ ଓ୍ୱାନ୍ ଗ୍ରେଡ୍ ପାଇଛନ୍ତି। ପରୀକ୍ଷାବେଳେ ସାହିତ୍ୟ ପ୍ରଶ୍ନପତ୍ରର ସେଟ୍-ସି ଉତ୍ତର ଖାତା ପାଇଥିଲେ ମୋନାଲିସା। ଯେଉଁଥିରେ ୪୬ ନମ୍ବର ଅବଜେକ୍ଟିଭ ଟାଇପ୍ ପ୍ରଶ୍ନରେ ପଚରାଯାଇଥିଲା- ‘ଉପଯୁକ୍ତ ଅର୍ଥବୋଧକ […]
ଭୁବନେଶ୍ୱର : ଓଡିଆ ଫିଲ୍ମ ଓ ଟିଭି କଳାକାର କୁନା ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ ଦେଲେ ରାଜ୍ୟ ସରକାର। ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ହେଲେ କୁନା। ମୁନ୍ନା ଖାଁଙ୍କ ଜାଗାରେ କୁନା ତ୍ରିପାଠୀ ନେଲେ ଦାୟିତ୍ୱ। ଏବେ ଏହି ଦାୟିତ୍ୱ କୁନାଙ୍କୁ ମିଳିବା ପରେ ମୁନ୍ନା କେବଳ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ରହିବେ। ସୂଚନାଯୋଗ୍ୟ ଯେ, ଦୁଇବର୍ଷ ତଳେ ଯେତେବେଳେ ଓଲିଉଡର ବହୁ ଅଭିନେତା ବିଜେଡିରେ ମିଶିଲେ, ସେତେବେଳେ କୁନା ତ୍ରିପାଠୀ ମଧ୍ୟ […]
ବ୍ରହ୍ମପୁର : ବ୍ରହ୍ମପୁରରେ ଆଳୁ ଗୋଦାମରେ ଚଢ଼ାଉ। ସହରର ବିଭିନ୍ନ ବ୍ୟବସାୟୀ ବେଆଇନ ଭାବେ ଆଳୁ ଷ୍ଟକ୍ ରଖିଥିବା ସୂଚନା ପାଇଁ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ପକ୍ଷରୁ ଏହି ରେଡ୍ କରାଯାଇଛି। ବ୍ରହ୍ମପୁର ବଡ଼ ବଜାରସ୍ଥିତ ଦେଶୀ ବେହେରା ସାହି ଓ ହୋଲସେଲ୍ ମାର୍କେଟରେ ଏହି ଚଢ଼ାଉ କରାଯାଉଛି। ଉପିଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଉପସ୍ଥିତିରେ ଏହି ରେଡ୍ ଚାଲୁ ରହିଛି।